health teeps- ତ୍ୱଚାର ଯତ୍ନ ପାଇଁ କରନ୍ତୁ ଏହି ଛୋଟିଆ ଉପାୟ ,୭ ଦିନରେ ଆପଣଙ୍କ ଚେହେରା କ୍ଷୀର ଭଳି ଚମକି ଉଠିବ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!
ବୟସ ବଢିବା ସଙ୍ଗେ ସଙ୍ଗେ ଆମ ତ୍ୱଚାରେ ଚମକ କମିବାକୁ ଲାଗିଥାଏ। ଆଜିର ବ୍ୟକ୍ତିବିଶେଷ ଏ ବ୍ୟସ୍ତବହୁଳ ସମାଜରେ ନିଜ ପ୍ରତି ଧ୍ୟାନ ଦେବା ଭୁଲି ଗଲେଣି। ପ୍ରତିଦିନ ଆମେ ଆମ ଖାଦ୍ୟପାନୀୟ ଉପରେ ବିଶେଷ ଧ୍ୟାନ ଦେବା ସହିତ, ତ୍ୱଚା ପ୍ରତି ମଧ୍ୟ ଯତ୍ନଶୀଳ ହେବା ନିହାତି ଆବଶ୍ୟକ । ଭଲ ଭାବରେ ତ୍ୱଚାର ଯତ୍ନ ନନେଲେ, ତ୍ୱଚାକୁ ପୋଷଣ ମିଳେ ନାହିଁ । ତ୍ୱଚାକୁ ଠିକ୍ ଭାବେ ପୋଷଣ ନମିଳିବା ଦ୍ୱାରା, ତ୍ୱଚା ଜନିତ ଅନେକ ସମସ୍ୟା ଦେଖାଦେଇଥାଏ ଏବଂ ତ୍ୱଚାରେ ଚମକ କମିଯାଏ ।
ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମିଡ଼ି ବାବଦରେ ଜଣାଇବୁ ଯାହା ଆପଣଙ୍କ ତ୍ୱଚାକୁ ସୁରକ୍ଷିତ ରଖିବା ସହ ତ୍ଵଚାରେ ଉଜ୍ଜଳତା ଆସିଯିବ।ତେବେ ଆସନ୍ତୁ ଜାଣିବା ସରଳ ଉପାୟରେ କିପରି ନେବେ ତ୍ୱଚାର ଯତ୍ନ। ଏଥି ପାଇଁ ଆବଶ୍ୟକ ଉପକରଣ ଓ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା।
ଆବଶ୍ୟକ ସାମଗ୍ରୀ:-
କେଶର:-
ପୃଥିବୀର ସବୁଠୁ ଦାମୀ ମସଲା ଭାବେ ପରିଚିତ କେଶର କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ ବରଂ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ଏହା ବରଦାନ ସଦୃଶ। କେଶରରେ ଆଣ୍ଟି ଅକ୍ସିଡ଼ାଣ୍ଟ ଏତେ ପରିମାଣରେ ରହିଛି ଯେ ଶରୀରର କୋଷିକା ଗୁଡ଼ିକୁ ବାହ୍ୟ ଆକ୍ରମଣରୁ ରକ୍ଷା କରିଥାଏ। ଯାହା ସ୍କିନକୁ ସୁରକ୍ଷିତ ରଖିଥାଏ।
ଏଲୋଭେରା ଜେଲ:-
ମହିଳାମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧିରେ ଏହା ସହାୟକ ହୋଇଥାଏ । ଆଲୋ ଜେଲ୍ରେ ଭିଟାମିନ ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ । ଯାହା ଦ୍ଵାରା ତ୍ୱଚା ଗ୍ଲୋ କରିଥାଏ। ଏବଂ ଏହା ଆଖି ତଳେ ରହିଥିବା କଳାଦାଗକୁ ଦୁର କରିଥାଏ।
ଗୋଲାପ ଜଳ:-
ଗୋଲାପ ଜଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏକ ଉପକାରୀ ଜିନିଷ । ଏହା ତ୍ୱଚାକୁ ତାଜା ଏବଂ ଚମକଦାର କରାଇଥାଏ।ମୁହଁରୁ ଦାଗ ଓ ବ୍ରଣ ଆଦି ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ତ୍ୱଚାର ଥକାପଣ ଦୂର କରିବା ସହ ଚେହେରାର ଚମକ ବଢ଼ାଇଥାଏ।
ଭିଟାମିନ-E ଏବଂ ଆଲମଣ୍ଡ ଅଏଲ :-
ତ୍ୱଚା ପାଇଁ ଭିଟାମିନ-E ଏବଂ ଆଲମଣ୍ଡ ଅଏଲ ବହୁତ ଜରୁରୀ ହୋଇଥାଏ। ଏହା ତ୍ୱଚାକୁ ଡ୍ରାଇ ହେବାକୁ ଦିଏ ନାହିଁ।
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ କିଛି କେଶରକୁ ନେଇ ଗୋଟିଏ କାଗଜ ଭିତରେ ରଖନ୍ତୁ। ଏହା ପରେ ଏହାକୁ ନେଇ ହାଲକା ଗରମ କରନ୍ତୁ। ଏହା ପରେ ଗୋଟିଏ ପାତ୍ରରେ ୨ ଚାମଚ ଗୋଲାପ ଜଳ ନିଅନ୍ତୁ। ଏବେ ଏଥିରେ କେଶରକୁ ପକାଇ ଭଲ ଭାବରେ ମିଶ୍ରଣ କରନ୍ତୁ। ଏହାପରେ ଏଥିରେ ୨-୩ ଚାମଚ ଏଲୋଭେରା ଜେଲ ଦେଇ ଭଲ ଭାବରେ ମିଶ୍ରଣ କରନ୍ତୁ। ଏହା ପରେ ଏଥିରେ ଦେଢ ଚାମଚ ଆଲମଣ୍ଡ ଅଏଲ ଦିଅନ୍ତୁ ଏବଂ ଏଥିରେ ଦୁଇଟି ଭିଟାମିନ-E କ୍ୟାପସୁଲକୁ ଭାଙ୍ଗି ପକାନ୍ତୁ।
ଏହାପରେ ଏହି ସବୁକୁ ଭଲ ଭାବରେ ମିଶ୍ରଣ କରନ୍ତୁ। ଏବେ ଏହାକୁ ନେଇ ଧୀରେ ଧୀରେ ତ୍ୱଚାରେ ୧୦ ସେକେଣ୍ଡ ପର୍ଯ୍ୟନ୍ତ ମାଲିଶ୍ କରନ୍ତୁ। ଆପଣ ଏହାକୁ ୭ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖି ବ୍ୟବହାର କରିପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।