health teeps- ଶିଶୁର ଓଜନ ବୃଦ୍ଧି କରିବା ପାଇଁ କିଛି ସହଜ ଟିପ୍ସ,କରନ୍ତୁ ଏହି ଉପାୟ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ଆଜିର ଶିଶୁଟି ହେଉଛି ଆସନ୍ତାକାଲିର ଭବିଷ୍ୟତ। ହେଲେ ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ଯଦି ଅବହେଳାର ଶିକାର ହୁଏ ତାହାଲେ ପିଲାଟି ଅନେକ ରୋଗର ଶିକାର ହେବା ତା’ର ଶାରୀରିକ ବିକାଶ ବାଧାପ୍ରାପ୍ତ ସୃଷ୍ଟିକରିବା ସହିତ ମାନସିକ ଓ ବୌଦ୍ଧିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ତେଣୁ ଶିଶୁକୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅବିଭାବକ ମାନଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିବ। ଏଥି ପାଇଁ ପ୍ରଥମେ ଶିଶୁମାନଙ୍କ ଖାଦ୍ୟ ଉପରେ ଅଧିକ ଧ୍ୟାନ ଦେବା ପାଇଁ ପଡିବ।

ତେବେ ଆଜି ଆମେ ଆପଣ ମାନଙ୍କୁ ଶିଶୁମାନେ କେଉଁ ପ୍ରକାର ଖାଦ୍ୟ ଖାଇଲେ ସେମାନଙ୍କ ଓଜନ ବୃଦ୍ଧି ହେବ ଏବଂ ସେମାନଙ୍କ ଶାରୀରିକ ଓ ମାନସିକ ସ୍ତରରେ ପ୍ରଗତି ହେବ ସେ ବିଷୟରେ କହିବାକୁ ଯାଉଛୁ।

୧. ସପେଟା:-ସପେଟା ଗୋଟିଏ ସୁସ୍ୱାଦୁ ଫଳ । ଏଥିରେ ଶ୍ୱେତସାର, ସ୍ନେହସାର, ପୃଷ୍ଟିସାର, ଅନେକ ଭିଟାମିନ୍ ଓ ଧାତବ ଲବଣ ରହିଛି। ଏବଂ ଏଥିରେ ର୍କାବହାଇଡ୍ରେଟ ଆଇରନ ଫସଫରସ ଫାଇବର ଆଦି ଭରପୁର ମାତ୍ରାରେ ରହିଛି।ଆପଣଙ୍କ ଶିଶୁ ୬ ମାସ ହେବାପରେ ପ୍ରତିଦିନ ଅତ୍ୟନ୍ତ ଗୋଟିଏ ସପେଟା ଖାଇବାକୁ ଦିଅନ୍ତୁ। ଯାହା ଦ୍ଵାରା ଆପଣଙ୍କ ଶିଶୁର ଭଲ ଓଜନ ବୃଦ୍ଧି ପାଇବ।

୨. ଖଜୁରୀ କୋଳି:-

ଖଜୁରୀ କୋଳି ଏକ ଉପାଦେୟ ଫଳ । ଏଥିରେ ଶର୍କରା, ଲୌହ, ପଟାସିୟମ, କ୍ୟାଲସିୟମ ଓ ନିକୋଟିନ ଏସିଡ ଯଥେଷ୍ଟ ପରିମାଣରେ ଥାଏ । ପିଲାମାନଙ୍କ ପାଇଁ ଏହି ଫଳ ଖୁବ୍ ଲାଭ ଦାୟକ ହୋଇଥାଏ। ଶିଶୁ ୭ ମାସ ହେଲା ପରେ ଆପଣ ଆପଣଙ୍କ ଶିଶୁକୁ ଏହି ଖଜୁରୀ ପିୟୁରୀ କରି ଦେଇପାରିବେ। ଏହା ଦ୍ୱାରା ଶିଶୁର ଓଜନ ବଢିବା ସହିତ ଦାନ୍ତ ମଧ୍ୟ ଖୁବ୍ ଶୀଘ୍ର ଉଠିବା ଆରମ୍ଭ କରିବ।

୩. କନ୍ଦମୂଳ:-

ପିଲାମାନଙ୍କ ଓଜନ ବଢିବା ପାଇଁ କନ୍ଦମୂଳ ବହୁତ ସହାୟକ ହୋଇଥାଏ। କନ୍ଦମୂଳ ଯାହାକୁ ଆମେ ସୁଇଟ ପଟାଟୋ କହିଥାଉ ଏଥିରେ ମାଗ୍ନେସିୟମ, ଜଙ୍କ୍, ବୀଟା କ୍ୟାରୋଟିନ ଏବଂ ଭିଟାମିନ ବି କମ୍ପଲେକ୍ସ ଆଦି ଭରପୁର ମାତ୍ରାରେ ରହିଥାଏ।

୪. ପାଚିଲା କଦଳୀ:-

ପାଚିଲା କଦଳୀରେ କାର୍ବୋହାଇଡ୍ରେଟ, ଫାଇଭର ଏବଂ ଏଣ୍ଟିବାୟୋଟିକ ଭରପୁର ମାତ୍ରାରେ ରହିଛି।ଯାହା ଛୋଟ ପିଲା ମାନେ ପାଚିଲା କଦଳୀ ଖାଇଲେ ତାହା ସେମାନଙ୍କ ଦାନ୍ତ ଏବଂ ମାଢ଼ିକୁ ମଜଭୂତ କରେ।

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯଦି ଛୋଟ ପିଲାମାନେ ପ୍ରତିଦିନ ଏହାକୁ ଖାଆନ୍ତି ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ହୋଇଥାଏ। କିନ୍ତୁ ମନେରଖନ୍ତୁ ଆପଣଙ୍କ ପିଲାକୁ ଯଦି ଥଣ୍ଡା କାଶ ଜନିତ ସମସ୍ୟା ରହିଛି ତେବେ ଏହାକୁ ଏଭୋଇଡ୍ କରିପାରିବେ।

୫. କ୍ଷୀର:-

କ୍ଷୀର ମଧ୍ୟ ଶିଶୁ ପାଇଁ ବହୁତ୍ ଉପଯୋଗୀ ହୋଇଥାଏ। ଏଥିରେ ପ୍ରୋଟିନ,କ୍ୟାଲସିୟମ, ଭିଟାମିନ,ଫସଫରସ , ମ୍ୟାଗ୍ନେସିୟମ,ଆୟୋଡିନ ଆଦି ରହିଥାଏ। ଆପଣଙ୍କ ପିଲାକୁ ପ୍ରତିଦିନ ସର ସହିତ କ୍ଷୀର ଖାଇବା ପାଇଁ ଦିଅନ୍ତୁ। ଏହା ଆପଣଙ୍କ ପିଲାର ଓଜନ ବୃଦ୍ଧି କରିବାରେ ବହୁତ ସହାୟକ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।