health teeps -ସୌନ୍ଦର୍ଯ୍ୟ ବୃଦ୍ଧି କରିବାର ଘରୋଇ ଉପାୟ ଆସନ୍ତୁ ଜାଣିବା କଣ କଣ !

ଆଧୁନିକ ସମାଜରେ ଏପରି କିଏ ଅଛି ଯେ ସେ ସୁନ୍ଦର ଦେଖାଯିବାକୁ ଚାହେଁ ନାହିଁ ପ୍ରତେକ ବ୍ୟକ୍ତିର ଏକ ଅଭିଳାଷ ଥାଏ ସେ କେମିତି ସୁନ୍ଦର ଦେଖା ଯିବ।ତେବେ ନିଜ ତ୍ବଚାର ଯତ୍ନ କିପରି ଭାବେ ନିଆଯାଇ ପାରିବ ସେ ବିଷୟରେ ଜାଣିବା ପାଇଁ ମନରେ ଆଗ୍ରହ ଆସିଥାଏ ।

ଆଧୁନିକ ଯୁଗର ଯୁବପିଢି ନିଜ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ବିଭିନ୍ନ କସ୍‌ମେଟିକ୍‌ ପ୍ରଡ଼କ୍ଟ ବ୍ୟବହାର କରିବା ସହ ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରୁଛନ୍ତି। ସୁନ୍ଦର ଦେଖାଯିବ ପାଇଁ ବିଭିନ୍ନ ପ୍ରକାର ଉପାୟରେ ନିଜର ରୂପଚର୍ଯ୍ୟା କରିଥାନ୍ତି। ଅନେକ ବ୍ୟକ୍ତି ବିଉଟି ପାଲର ମଧ୍ୟ ଯାଇଥାନ୍ତି। ମାର୍କେଟ ରେ ମିଳୁ ଥିବା କସମେଟିକ ବ୍ୟବହାର କରିଥାନ୍ତି ଯାହା ବିଶେଷ ଭାବେ ଫଳ ଦେଇ ନଥାଏ।

ପରବର୍ତ୍ତୀ ସମୟରେ ବହୁତ ସାରା ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ।ବଢ଼ୁଥିବା ବୟସ, ପ୍ରଦୂଷିତ ବାତା ବରଣ,ଭୁଲ୍ ଖାଦ୍ୟପେୟ ଏବଂ ଜୀବନ ଶୈଳୀ କିମ୍ବା କୈାଣସି ରୋଗର କାରଣ ପାଇଁ ମଧ୍ୟ ଏହି ସମସ୍ୟା ହୋଇପାରେ। ମାର୍କେଟରେ ମିଳୁଥିବା ସୁଗନ୍ଧିତ କ୍ରିମ୍ ଲଗାଇବା ଦ୍ବାରା କେତେକ ବ୍ୟକ୍ତିଙ୍କୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ଆଜି ଆମେ ଏମିତି ଉପକାରୀ ଔଷଧ ସମ୍ପର୍କରେ ଜଣାଇବୁ ଯାହା ରାତିରେ ଶୋଇଲା ପୂର୍ବରୁ ଅବଲମ୍ବନ କରିବା ଦ୍ୱାରା ଆପଣ ବହୁତ ସୁନ୍ଦର ଦେଖା ଯିବେ।ତେବେ ସେହି ସବୁ ଉପାୟ ଗୁଡ଼ିକ ହେଉଛି:-

୧.ଗୋଡ଼ରେ ରହି ଥିବା ଦାଗ ଚିହ୍ନ ଆଦି ସମସ୍ୟାଗୁଡିକୁ ଦୂର କରିବା ପାଇଁ ରାତିରେ ଶୋଇବା ପୂର୍ବରୁ ଗୋଡ଼ରେ ଘିଅ ମାଲିଶ୍ କରନ୍ତୁ। ଏହି ଘିଅ ମାଲିଶ୍ କରି ଶୋଇବା ଦ୍ୱାରା ଗୋଡ଼ରେ ରହିଥିବା କ୍ଳାନ୍ତି ମଧ୍ୟ ଦୂର ହୋଇ ଯାଇଥାଏ।

୨.କମଳା ଲେମ୍ବୁର ଚୋପକୁ ଛଡେଇ ଏହାକୁ ଶୁଖି ଏହାର ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ।ଏହି ଗୁଣ୍ଡକୁ ହଳଦୀ ସହ ମିଶାଇ ଶୋଇଲା ପୂର୍ବରୁ ତ୍ବଚାରେ ଲଗାନ୍ତୁ।ଏହା ଦ୍ୱାରା ଚର୍ମ ଚିକ୍କଣ ଓ ଉଜ୍ଜଳ ଦେଖାଯାଏ।

୩.ରାତିରେ ଶୋଇବା ପୂର୍ବରୁ ମୁହଁରେ ଲେମ୍ବୁ ଘଷି ତାହାକୁ ଉଷୁମ ପାଣିରେ ୨୧ ଥର କୁଲୁପୁଞ୍ଚା ପାଣିକରି ଛାଟିଲେ,ରାତିରେ ସୁଖ ନିଦ୍ରା ହେବା ସହ ମୁଖରେ ଉଜ୍ଜଳତା ଆସିବ।
୪.ମହୁ ମଧ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ବହୁତ ଉପକାରୀ ଔଷଧ ହୋଇଥାଏ।ଏହାକୁ ଲଗେଇବା ଦ୍ୱାରା ମୁହଁରେ ଏକ ପ୍ରକାର ଚମକ ଆସିଯାଏ।

୫.କଞ୍ଚାକ୍ଷୀରରେ ଅଧ ଚାମଚ ଲେମ୍ବୁ ରସ ଗୋଳାଇ ଲଗେଇବା ଦ୍ୱାରା ମୁହଁ ସଫ୍ଟ ହୋଇଥାଏ।ଲେମ୍ବୁରେ ସାଇଟ୍ରିକ୍ ଏସିଡ ରହିଥାଏ ଯାହା ଆମ ତ୍ବଚାର ମୃତ କୋଷକୁ ନଷ୍ଟ କରି ଦେଇଥାଏ,ଯାହା ଫଳରେ ନୂଆଁ କୋଷ ସୃଷ୍ଟି ହୁଏ ଯାହା ମୁହଁରେ ଏକ ନୂତନ ଚମକ ଦେବାରେ ସାହାଯ୍ୟ କରିଥାଏ।

୬. ବେସନ ମଧ୍ୟ ତ୍ଵଚାରେ ଉଜ୍ଜଳତା ଆଣିଥାଏ। ପ୍ରତିଦିନ ତ୍ଵଚାରେ ବେସନ ଲଗେଇବା ଦ୍ୱାରା ମୁହଁର କଳା ଦାଗ ଚିହ୍ନ ଦୂରେଇ ଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।