health teeps-ମାତ୍ର ଦୁଇରୁ ତିନି ମିନିଟରେ ପାଆନ୍ତୁ କ୍ଷୀର ପରି ଧଳା ଦାନ୍ତ, କରନ୍ତୁ ଏହି ଛୁଟିଆ ଘରୋଇ ଉପାୟ,୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ମୁୁହଁର ସୈାନ୍ଦର୍ଯ୍ୟ ପାଇଁ ଦାନ୍ତର ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଦାନ୍ତର ସାଇଜ ଓ ସ୍ୱଚ୍ଛତା ମୁଁହରେ ଏକ ଚମକ ଆଣିଥାଏ। କିଛି ଲୋକମାଙ୍କର ଦାନ୍ତ ପରିଷ୍କାର ନଥାଏ, ହଳଦିଆ ଦେଖାଯାଏ। ବେଳେବେଳେ ଏହି ହଳଦିଆ ଦାନ୍ତ ପାଇଁ ଲୋକମାନେ କାହା ସାମ୍ନାରେ ଭଲରେ କଥା ହୋଇ ପାରନ୍ତି ନାହିଁ, କିମ୍ବା ହସିବା ସମୟରେ ମଧ୍ୟ ମୁହଁରେ ହାତ ଚାପିି ହସିବାକୁ ପଡେ ।

ତେବେ ଆଜି ଆମେ ଦାନ୍ତରେ ଯେକୌଣସି ପ୍ରକାରର ସମସ୍ୟା ଯେମିତିକି ହଳଦିଆ ଦାନ୍ତ ,କଳା ଦାନ୍ତ ,ଦାନ୍ତ ବିନ୍ଧିବା, ମାଢି ଫୁଲିବା ଓ ମାଢିରେ କଷ୍ଟ ହେବା ଏମତି ଅନେକ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଆଜିର ଏହି ରେମେଡି ବହୁତ ହେଲ୍ପ କରିବ। ଏହି ରେମିଡ଼ିରେ ଆପଣଙ୍କର ହଲୁ ଥିବା ଦାନ୍ତକୁ ପୁଣି ଥରେ ସେଟ କରିବା ପାଇଁ ମଧ୍ୟ ବହୁତ ହେଲ୍ପ କରିବ।ଏହା ଏକ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଘରୋଇ ଉପଚାର ଅଟେ। ତେବେ ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ବିଷୟରେ ଜାଣିବା।

ଆବଶ୍ୟକ ସାମଗ୍ରୀ:-

୧. ରସୁଣ:-

ସାଧାରଣତଃ ରସୁଣକୁ ମସଲା ରୂପେ ବ୍ୟବହାର କରାଯାଇଥାଏ। କିନ୍ତୁ ରସୁଣରେ ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି। ଦାନ୍ତ ପାଇଁ ରସୁଣ ବହୁତ ଲାଭଦାୟକ ହୋଇଥାଏ। ରସୁଣ ଦାନ୍ତ ବିନ୍ଧା ଭଲକରିବା ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।ଦାନ୍ତ ପୋକ ଖାଇଯାଇଥିଲେ ବା ଦାନ୍ତବିନ୍ଧା ହେଉଥିଲେ ଏହାକୁ ଭଲ କରିବା ପାଇଁ ରସୁଣ ବହୁତ ସାହାଯ୍ୟ କରିଥାଏ।

୨. ଟମାଟୋ:-

ଦାନ୍ତ ସମସ୍ୟାରୁ ମୁକ୍ତି ଦେବା ପାଇଁ ରସୁଣ ବହୁ ଉପଯୋଗୀ ହୋଇଥାଏ। ଦାନ୍ତରେ ଟମାଟୋର ବ୍ୟବହାର ଦ୍ୱାରା ପାଇରିଆ ରୋଗରୁ ବହୁତ ଜଲ୍ଦ ମୁକ୍ତି ମିଳିପାରିବା ସହ ଦାନ୍ତ ମୂଳରୁ ବାହାରୁଥିବା ରକ୍ତ ସମସ୍ୟାରୁ ମଧ୍ୟ ଉପସମ ମିଳିବ। ଓ ଦାନ୍ତର ହଳଦିଆ ପଣ ଦୂର କରିବାରେ ସହାୟ ହୋଇଥାଏ।

୩.ଟୁଥପେଷ୍ଟ:-

ଦାନ୍ତର ସ୍ୱଚ୍ଛତା ପାଇଁ ଟୁଥପେଷ୍ଟ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ।

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ୬-୭ ପାଖୁଡ଼ା ରସୁଣକୁ ନେଇ ଚୋପା ଛଡ଼ାଇ ଧୋଇ ଦିଅନ୍ତୁ। ତାପରେ ଏହି ରସୁଣର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏକ ଟମାଟୋଙ୍କୁ ନେଇ ଦୁଇ ଫାଳ କରି ଏହାର ରସ ବାହାର କରନ୍ତୁ। ଏବେ ଏହି ରସରୁ ଟମାଟୋର ମଞ୍ଜି ବାହାର କରି ନିଅନ୍ତୁ।ଏବେ ଏହି ଟମାଟୋ ରସରେ ପ୍ରସ୍ତୁତ ହୋଇ ରଖାଯାଇଥିବା ରସୁଣ ପେଷ୍ଟକୁ ଦେଇ ନିଜର ଆବଶ୍ୟକତା ଅନୁସାରେ ଏଥିରେ ଟୁଥପେଷ୍ଟ ଦିଅନ୍ତୁ।

ଏବେ ଏହାକୁ ୩-୪ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ମିଶ୍ରଣ କରନ୍ତୁ। ଏବେ ଏହି ପ୍ରସ୍ତୁତ ପେଷ୍ଟକୁ ଯେମିତି ସାଧାରଣ ଭାବେ ବ୍ରସ କରାଯାଏ ସେମିତି ୩-୪ ମିନିଟ ପର୍ଯ୍ୟନ୍ତ ବ୍ରସ କରନ୍ତୁ। କିଛି ଦିନ ପରେ ଦାନ୍ତରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଦାନ୍ତର ହଳଦିଆ ପଣ ଦୂର ହୋଇ ଦାନ୍ତ କ୍ଷୀର ପରି ଧଳା ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।