health tips – ମାତ୍ର ୧୫ ମିନିଟ ରେ ଆଣ୍ଠୁ ବିନ୍ଧା ସବୁଦିନ ପାଇଁ ଭଲ ହୋଇଯିବ କରନ୍ତୁ ଏହି ଘରୋଇ ଉପଚାର ,ରାମବାଣ ଉପାୟ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ବୟସ ବଢିବା ସଙ୍ଗେ ସଙ୍ଗେ ମାନବ ଶରୀର ଦିନକୁ ଦିନ ଦୁର୍ବଳ ହେବାକୁ ଲାଗେ। ଶରୀରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ। ବିଶେଷ କରି ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଦେଖିବାକୁ ମିଳିଥାଏ।ଆଜିକାଲି ଆଣ୍ଠୁ ଗଣ୍ଠି ବିନ୍ଧିବା ଏକ ସାଧାରଣ କଥା। ପ୍ରାୟ ଅନେକ ଲୋକ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି। ହେଲେ ଅଧିକାଂଶ ଲୋକ ଏହାକୁ ଖାମଖିଆଲି ଭାବେ ନେଇଥାନ୍ତି। ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ କିଛି ଘରୋଇ ଉପଚାର। ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ଆରାମ ପାଇ ପାରିବେ।

ଆଣ୍ଠୁ ଗଣ୍ଠି ବିନ୍ଧା ହେଲେ ବେଳେ ବେଳେ ଏପରି କଷ୍ଟ ହୁଏ ଅସହ୍ୟ ହୋଇ ପଡେ । କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ହେଲେ କୌଣସି ପ୍ରକାର ଆଧୁନିକ ଔଷଧ କାର୍ଯ୍ୟ କରି ନ ଥାଏ ।

ଯଦି ଆପଣ ଏହାକୁ ସମ୍ପୂର୍ଣ୍ଣ ଭଲ କରିବାକୁ ଚାହୁଁଛନ୍ତି ତେବେ ଆମେ ଆଜି ଆପଣଙ୍କୁ 2 ଟି ଉପାୟରେ ପ୍ରାକୃତିକ ଓ ଘରୋଇ ଉପଚାର ବିଷୟ ରେ କହିବୁ ତାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ।

୧. ପ୍ରଥମ ଉପଚାର ପାଇଁ ଆବଶ୍ୟକ ସାମଗ୍ରୀ ଯାହାକୁ ଆପଣଙ୍କୁ ସେବନ କରିବା ପାଇଁ ପଡିବ :-

ହଳଦୀ ,ସୁଣ୍ଠୀ , ମେଥି ଏବଂ ଅଶ୍ଵଗନ୍ଧା
ପ୍ରଥମେ ୫୦ ଗ୍ରାମ ହଳଦୀ,୫୦ ଗ୍ରାମ ମେଥି,୫୦ ଗ୍ରାମ ସୁଣ୍ଠୀ ଏବଂ ୫୦ ଗ୍ରାମ ଅଶ୍ଵଗନ୍ଧା ନିଅନ୍ତୁ।ଏବେ ଏହି ସବୁ ସାମଗ୍ରୀକୁ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ। ଏବେ ଏହି ସମସ୍ତ ଗୁଣ୍ଡକୁ ଏକତ୍ର ମିଶାଇ ଦିଅନ୍ତୁ, ଏହାକୁ ଆପଣ ଏକ ଜାରରେ ଷ୍ଟୋର କରି ରଖିପାରିବେ।

ଏହାପରେ ମିଶା ହୋଇ ରହିଥିବା ଗୁଣ୍ଡରୁ ଏକ ଚାମଚ ନେଇ ଉଷୁମ ପାଣିରେ କିମ୍ବା ଉଷୁମ କ୍ଷୀରରେ ସେବନ କରନ୍ତୁ। ଆପଣ ଏହାକୁ ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ସେବନ କରି ପାରିବେ। ନଚେତ୍ ଆପଣ ଏହାକୁ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ମଧ୍ୟ ସେବନ କରି ପାରିବେ।

୨. ଦ୍ଵିତୀୟ ଉପଚାର ପାଇଁ ଆବଶ୍ୟକ ସାମଗ୍ରୀ ଯାହାକୁ ଆପଣଙ୍କୁ ଆପଣଙ୍କ ଆଣ୍ଠୁ ଗଣ୍ଠିରେ ମାଲିଶ୍ କରିବାକୁ ପଡ଼ିବ:-

ରସୁଣ, ରାଶି ତେଲ

ପ୍ରଥମେ ୧୦୦ ଗ୍ରାମ ରାଶି ତେଲ ନିଅନ୍ତୁ। ଏବେ ଏହି ତେଲରେ ୫୦ ଗ୍ରାମ ରସୁଣକୁ ଛେଚି କରି ପକାନ୍ତୁ। ଏବେ ଏହାକୁ କିଛି ସମୟ ଫୁଟିବା ପାଇଁ ଛାଡି ଦିଅନ୍ତୁ। ତେଲ ଓ ରସୁଣ ଭଲ ଭାବରେ ଫୁଟିଲା ପରେ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ଆପଣ ଏହା ଷ୍ଟୋର କରି ମଧ୍ୟ ବହୁତଦିନ ରଖିପାରିବେ। ଏବେ ଏହି ରସୁଣ ମିଶା ତେଲକୁ ନେଇ ଜଏଣ୍ଟ ପ୍ୟାନ କରୁଥିବା ସ୍ଥାନରେ ଭଲ ଭାବରେ ୪-୫ ମିନିଟ ପର୍ଯ୍ୟନ୍ତ ମାଲିଶ୍ କରନ୍ତୁ।ଏହା ବହୁ ପରୀକ୍ଷିତ ଘରୋଇ ଉପଚାର ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।