health tips – କେବଳ ଏହି ମଞ୍ଜି ଖାଆନ୍ତୁ,ନିଦ ଏମିତି ଆସିବ କୁମ୍ଭକର୍ଣ୍ଣ ଭଳି ଶୋଇବେ, ଅନିଦ୍ରା ପାଇଁ ରାମବାଣ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ସୁସ୍ଥ ଜୀବନ ପାଇଁ ଦିନକୁ ୬ରୁ ୭ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ଖାସ କରି ରାତିରେ ଶାନ୍ତିରେ ଶୋଇବା ଜରୁରୀ । ଦିନସାରା କାମ କରି ରାତିରେ ଶୋଇବା ଯୋଗୁଁ ଶରୀରକୁ କାମର ବୋଝରୁ ମୁକ୍ତି ମିଳିଥାଏ ।ମାତ୍ର ଆଜିକାଲିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା କାରଣରୁ ଅନେକେ ନିଜର ଶୋଇବା ପ୍ରତି ଧ୍ୟାନ ଦିଅନ୍ତି ଦେଇ ପାରନ୍ତି ନାହିଁ। ଫଳରେ ନିଦ୍ରାହିନତା ଏକ ଅଭ୍ୟାସରେ ପରିଣତ ହୋଇଥାଏ।

ବାରମ୍ବାର ନିଦ ଭାଙ୍ଗି ଯିବା, ନିଦ ନ ଆସିବା ନିଦ୍ରାହିନତା ପରି ଆଦି ସମସ୍ୟା ସୃଷ୍ଟି ହେବା ସହ ଦୁର୍ବଳତା ଅନୁଭବ ହୋଇଥାଏ । ଏହାସହ ମସ୍ତିଷ୍କ ଉପରେ ଚାପ ପଡିଥାଏ ଏବଂ ଶରୀରକୁ ରୋଗଗ୍ରସ୍ତ କରି ଦେଇଥାଏ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ ଯାହାକୁ ବ୍ୟବହାର କରି ଆପଣ ନିଦ୍ରାହୀନତା ପରି ସମସ୍ୟାରୁ ମୁକ୍ତି ପାଇ ପାରିବେ। ଏବଂ ସୁଖ ନିଦ୍ରାରେ ଶୋଇ ପାରିବେ। ଏଥି ନିମନ୍ତେ କେବଳ ଗୋଟିଏ ଜିନିଷର ଆବଶ୍ୟକ ରହିଛି।

ଏହି ଗୋଟିଏ ଜିନିଷକୁ ଆପଣ ଭିନ୍ନ ଭିନ୍ନ ଉପାୟରେ ପ୍ରସ୍ତୁତ କରି ସେବନ କରି ପାରିବେ। ତେବେ ସେହି ଗୋଟିଏ ଜିନିଷ ହେଉଛି ଚୋପା ଛଡ଼ା ହୋଇଥିବା ବୋଇତାଳୁ ମଞ୍ଜି। ତେବେ ଆସନ୍ତୁ ଏହାର ପ୍ରସ୍ତୁତି ଏବଂ ପ୍ରୟୋଗ ବିଷୟରେ ଜାଣିବା।

୧. ପ୍ରତିଦିନ ରାତିରେ ଏକ ଚାମଚ ବୋଇତାଳୁ ମଞ୍ଜିକୁ ଏକ ଗ୍ଲାସ ନର୍ମାଲ ପାଣିରେ ଭିଜେଇ ଛାଡି ଦିଅନ୍ତୁ। ସକାଳୁ ଉଠି ଫ୍ରେସ୍ ହେବା ପରେ ଆପଣ ଏହି ମଞ୍ଜିକୁ ଚୋବେଇ ଚୋବେଇ ଖାଆନ୍ତୁ ଏହା ସହିତ ଆପଣ ଏକ ନର୍ମାଲ ପାଣିରେ ପି ପାରିବେ ନହେଲେ ଥଣ୍ଡା କ୍ଷୀରରେ ମଧ୍ୟ ପି ପାରିବେ। ଏହା ଦ୍ୱାରା ଆପଣଙ୍କ ପେଟ ଥଣ୍ଡା ରହିବ ଏବଂ ସୁଖ ନିଦ୍ରା ହେବ।

୨. ଦୁଇ ରୁ ତିନି ଚାମଚ ବୈଇତାଳୁ ମଞ୍ଜିକୁ ନେଇ ୩-୪ ମିନିଟ ପର୍ଯ୍ୟନ୍ତ ଫ୍ରାଇ କରନ୍ତୁ। ଏହା ପରେ ଏହାକୁ ସମ୍ପୁର୍ଣ୍ଣ ରୂପେ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଏହାକୁ ଏକ ଜାରରେ ଆପଣ ଷ୍ଟୋର କରି ରଖିପାରିବେ। ଏହାକୁ ଆପଣ କୌଣସି ସମୟରେ ଅଧ୍ ଚାମଚ ନେଇ ଖାଇ ପାରିବେ। ଏହା ଦ୍ୱାରା ଆପଣଙ୍କ ଭିଟାମିନ- ସି ଭରପୁର ମାତ୍ରାରେ ମିଳିବ ଏବଂ ନିଦ ନଆସିବା ସମସ୍ୟା ଦୂର ହୋଇଯିବ।

୩. ବୈଇତାଳୁ ମଞ୍ଜିକୁ ଭାଜି ଏହାର ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ଆପଣ କୌଣସି ଫଳ ନହେଲେ ସାଲାଡ଼ ସହ ଖାଇ ପାରିବେ।

୪. ଯେଉଁ ମାନଙ୍କୁ ଟୋଟାଲି ନିଦ ଲାଗୁନାହିଁ ସେମାନେ ଏହାକୁ ରାତିରେ ସେବନ କରନ୍ତୁ। ପ୍ରଥମେ ଏକ ଗ୍ଲାସ ଥଣ୍ଡା କ୍ଷୀରରେ ଏକ ଚାମଚ ବୋଇତାଳୁ ମଞ୍ଜିର ଗୁଣ୍ଡକୁ ନେଇ ଗୋଳାଇ ରାତ୍ରି ଭୋଜନର ଅଧ ଘଣ୍ଟା ପରେ ଆପଣ ଏହାକୁ ସେବନ କରନ୍ତୁ।

ଏହି ଉପାୟ ମଧ୍ୟରୁ ଆପଣ କୌଣସି ଗୋଟିଏ ଉପାୟ ଆପଣାନ୍ତୁ। ଏବଂ ଧ୍ୟାନ ରଖନ୍ତୁ ଆପଣ ଏହାକୁ ପ୍ରତିଦିନ ସେବନ କରନ୍ତୁ ନାହିଁ। ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। ଏହା ପରେ ପୁଣି ଯଦି ନିଦ ନଆସିବା ସମସ୍ୟା ଦେଖିବାକୁ ମିଳେ ପୁନଃଶ୍ଚ ଆପଣ ଏହାର ସେବନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।