health teeps -ଗର୍ଭଧାରଣ ପାଇଁ କେତେ ଥର ଶାରୀରିକ ସଂପର୍କ ରଖିବା ଆବଶ୍ୟକ,ଆସନ୍ତୁ ଜାଣିବା ସେ ସମ୍ପର୍କରେ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ବହୁତ୍ ସମୟରେ ପ୍ରଶ୍ନ ଆସିଥାଏ କି କେତେ ଥର ଶାରୀରିକ ସଂପର୍କ ରଖିବା ଦ୍ୱାରା ଜଣେ ମହିଳା ଗର୍ଭବତୀ ହୋଇପାରିବେ। କାହିଁକି ନା ବେଳେ ବେଳେ ଏମିତି ହୋଇଥାଏ କି ଯେତେଥର ସମ୍ପର୍କ ରଖିଲେବି ଜଣେ ମହିଳା ଗର୍ଭ ଧାରଣ କରିପାରେ ନାହିଁ। ବହୁତ୍ ସମୟରେ ମହିଳା ମାନେ ସେମାନଙ୍କ ର ଗର୍ଭଧାରଣ ପାଇଁ ଚିନ୍ତିତ ରହିଥାନ୍ତି। କେଉଁ ସମୟରେ ସେମାନେ ଏଥିପ୍ରତି ଧ୍ୟାନ ଦେବେ ଏବଂ କେଉଁ ସବୁ କାରଣ ଓ ଲକ୍ଷଣ ଗର୍ଭଧାରଣ ପରେ ଦେଖାଯାଏ କିମ୍ବା ଗର୍ଭ ଧାରଣ ନହେବା ପାଇଁ ସେମାନଙ୍କୁ କେଉଁ ସବୁ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ, ଏହିଭଳି ଆଦି କଥାକୁ ସେମାନେ ଜାଣିବାକୁ ଚାହିଁଥାନ୍ତି।

୧.ଯଦି ଜଣେ ମହିଳାଙ୍କ ପିରିୟଡ଼ ଠିକ ସମୟରେ ହେଉଛି ଅର୍ଥାତ୍ ୨୮ ଦିନରୁ ୩୦ ଦିନ ମଧ୍ୟରେ ହେଉଥିବ ତେବେ ସେହି ମହିଳା ତାଙ୍କ ସ୍ଵାମୀଙ୍କ ସହ ପିରିୟଡ଼ ସରିବା ପରେ ୯ ଦିନରୁ ୧୬ ଦିନ ପର୍ଯ୍ୟନ୍ତ ଦିନେ ଛାଡ଼ି ଦିନେ ସମ୍ପର୍କ ରଖିବେ ତେବେ ସେହି ମହିଳା ଜଣଙ୍କ ପାଖରେ ଗର୍ଭବତୀ ହେବାର ଚାନ୍ସ ଅଧିକ ରହିଥାଏ।

୨.ଯଦି ଜଣେ ମହିଳାଙ୍କର ପିରିୟଡ଼ ଠିକ୍ ସମୟରେ ହୋଇ ପାରୁନାହିଁ। ପିରିୟଡ଼ ହେବାରେ ବହୁତ ବିଳମ୍ବ ହେଉଛି ତେବେ ସେହି ମହିଳା ଜଣଙ୍କ ପାଖରେ ଗର୍ଭବତୀ ହେବାର ଚାନ୍ସ ବହୁତ କମ୍ ରହିଥାଏ । କାରଣ ସେମାନେ ଜାଣି ପାରନ୍ତି ନାହିଁ କେବେ ସମ୍ପର୍କ ରଖିବେ,ଯାହା ଫଳରେ ସେମାନେ ଗର୍ଭ ଧାରଣ କରି ପାରିବେ।

ଏହାର ଗୋଟିଏ ଉପାୟ ହେଉଛି ଆପଣ ଯେତେ ଶୀଘ୍ର ସମ୍ଭବ ଡାକ୍ତରଙ୍କ ପାଖକୁ ଯାଇ ଦେଖନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇ ନିଜର ପିରିୟଡ଼କୁ ଠିକ କରନ୍ତୁ। ନଚେତ୍ ଯଦି ଆପଣ ଡାକ୍ତରଙ୍କ ପାଖକୁ ଯାଇ ପାରୁ ନାହାଁନ୍ତି ତେବେ ପିରିୟଡ଼ ସରିବା ପରେ ଦିନେ ଛାଡ଼ି ଦିନେ ସମ୍ପର୍କ ରଖନ୍ତୁ ପରବର୍ତ୍ତୀ ପିରିୟଡ଼ ହେବା ପର୍ଯ୍ୟନ୍ତ। ଯାହା ଦ୍ୱାରା ଆପଣ ଖୁବ୍ ଶୀଘ୍ର ଗର୍ଭ ଧାରଣ କରି ପରିବେ।

୩.ଯଦି ଜଣେ ମହିଳାଙ୍କର ଥାଇରଏଡ଼, ଡାଇବେଟିସ ବା ଶରୀରର ଓଜନ ବହୁତ ଅଧିକ ଅଛି,ସେ କ୍ଷେତ୍ରରେ ମଧ୍ୟ ମହିଳା ମାନେ ଶୀଘ୍ର ଗର୍ଭ ଧାରଣ କରି ପାରନ୍ତି ନାହିଁ। ଏମାନଙ୍କର ଗର୍ଭ ଧାରଣ କରିବାରେ ବହୁତ ଅସୁବିଧା ହୋଇଥାଏ।

ଏହିସବୁ କ୍ଷେତ୍ରରେ ବିଳମ୍ୱ ନ କରି ଯଥା ଶୀଘ୍ର ଡାକ୍ତର ପାଖକୁ ଯାଇ ଚିକିତ୍ସା କରିବା ଆବଶ୍ୟକ।ଯଦି ଆପଣ ଗର୍ଭ ଧାରଣ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ପ୍ରଥମେ ନିଜେ ସୁସ୍ଥ ହୁଅନ୍ତୁ ତା ପରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହୁଅନ୍ତୁ।

୪.ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପିରିୟଡ଼ ସରିବାର ଏକ ନିର୍ଦ୍ଦିଷ୍ଟ ସମୟରେ ଅଭୁଲେଶନ୍ ହୋଇଥାଏ। ଅର୍ଥାତ୍ ଯେଉଁଦିନ ପ୍ରେଗ୍ନେଟ୍ ହେବାର ଚାନ୍ସ୍ ଅଧିକ ରହିଥାଏ। ଆପଣ ଯଦି ସେହି ଅଭୁଲେଶନ ଡେକୁ ଜାଣି ପାରିବେ କେଉଁ ଦିନ ଆପଣଙ୍କର ପଡୁଛି ଯଦି ଆପଣ ବାହାରକରି ପାରିବେ ତେବେ ଆପଣଙ୍କର ଗର୍ଭ ଧାରଣ କରିବାର କିଛି ଅସୁବିଧା ରହିବ ନାହିଁ ଏବଂ ଆପଣ ଜଲଦି ଗର୍ଭବତୀ ହୋଇପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।