health tips – ଅନିୟମିତ ପିରିୟଡ଼ ହେଉଛି କି? ଏହି ଘରୋଇ ଉପଚାର ଆପଣାନ୍ତୁ ମାତ୍ର ୧-୨ ଘଣ୍ଟା ମଧ୍ୟରେ ପିରିୟଡ଼ ଆସିବ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!
ମହିଳା ମାନଙ୍କର ଏକ ବହୁତ ବଡ ସମସ୍ୟା ହେଉଛି ଅନିୟମିତ ଋତୁସ୍ରାବ। ଯଦି ଜଣେ ମହିଳାଙ୍କ ପିରିୟଡ଼ ଠିକ ସମୟରେ ହେଉଛି ଅର୍ଥାତ୍ ୨୮ ଦିନରୁ ୩୦ ଦିନ ମଧ୍ୟରେ ହେଉଛି ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଯଦି ପିରିୟଡ଼ ୧୦-୧୫ ଦିନ ବିଳମ୍ବରେ ହେଉଛି ତେବେ ଏହା ମହିଳା ମାନଙ୍କୁ ବହୁତ ଚିନ୍ତାରେ ପକାଇଥାଏ। ଅନିୟମିତ ପିରିୟଡ଼ ହେବାର ଅନେକ ଗୁଡ଼ିଏ କାରଣ ରହିଛି। ଯାହା ଦ୍ଵାରା ମହିଳା ମାନଙ୍କ ଅନିୟମିତ ପିରିୟଡ଼ ହୋଇଥାଏ।
ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅନିୟମିତ ପିରିୟଡ଼ କାହିଁକି ହୁଏ ଏବଂ କଣ କଲେ ମହିଳା ମାନଙ୍କ ଅନିୟମିତ ପିରିୟଡ଼ ଠିକ୍ ସମୟରେ ହୋଇପାରିବ ସେ ବିଷୟରେ ଜାଣିବା। ତେବେ ପିରିୟଡ଼କୁ ଜଲଦି ଆଣିବା ପାଇଁ କିଛି ସରଳ ଓ ସହଜ ଘରୋଇ ଉପଚାର ବାବଦରେ ଆଜି ଆମେ ଆପଣଙ୍କୁ ଜଣାଇବୁ।
ଠିକ୍ ସମୟରେ ପିରିୟଡ଼ ନହେବାର କାରଣ:-
୧. ଜଣେ ମହିଳା ଯଦି ପ୍ରେଗ୍ନେଟ ରହିଥାନ୍ତି ତେବେ ସେହି କ୍ଷେତ୍ରରେ ମହିଳା ମାନଙ୍କ ପିରିୟଡ଼ ହୋଇନଥାଏ। ତେବେ ଏଠାରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।
୨. ଯଦି ମହିଳାମାନେ ଅତ୍ୟଧିକ ଚିନ୍ତାରେ ରହିଥାନ୍ତି ତେବେ ସେହି କ୍ଷେତ୍ରରେ ମହିଳା ମାନଙ୍କ ଅନିୟମିତ ପିରିୟଡ଼ ହେଖିବାକୁ ମିଳିଥାଏ।
୩. ଅନ୍ୟ ଏକ କାରଣ ହେଉଛି ଓଜନ କମାଇବା। ବହୁତ ମହିଳା ଓଜନ କମାଇବା ପାଇଁ ଡାଇଟିଂ କରିଥାଆନ୍ତି। ପିରିୟଡ଼ ଅନିୟମିତର ଏହା ବି ଏକ କାରଣ ହୋଇପାରେ।
୪. ଯଦି ମହିଳା ମାନେ କିଛି ବିଶେଷ ରୋଗରେ ପୀଡିତ ରହିଥାନ୍ତି ତେବେ ସେହି କ୍ଷେତ୍ରରେ ମଧ୍ୟ ଅନିୟମିତ ପିରିୟଡ଼ ଦେଖିବାକୁ ମିଳିଥାଏ।
ପିରିୟଡ଼ ଠିକ୍ ସମୟରେ ହେବାର ଘରୋଇ ଉପଚାର:-
୧. ପିରିୟଡ଼ ଠିକ୍ ସମୟରେ ହେବା ପାଇଁ କିଛି ଗରମ ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି। ଯେପରିକି ସପୁରୀ, ଖଜୁରୀ, ଗୁଡ଼ ଏବଂ ଅମୃତଭଣ୍ଡା ଆଦିର ସେବନ କରନ୍ତୁ।
୨. ଜୁଆଣି ଏହା ମଧ୍ୟ ଶରୀର ପାଇଁ ଖୁବ୍ ଗରମ ଅଟେ। ତେବେ ଏକ ଗ୍ଲାସ ପାଣିରେ ୧ ଚାମଚ ଜୁଆଣି ପକାଇ ଭଲଭାବରେ ଫୁଟାନ୍ତୁ। ଏହାକୁ ଥଣ୍ଡା କରିବା ପରେ ଦିନକୁ ଦୁଇ ଥର ଅଧା ଗ୍ଲାସ ଲେଖାଏଁ ସେବନ କରନ୍ତୁ।
୩.୨ ଇଞ୍ଚ୍ ଅଦାକୁ ନେଇ ଏହାର ଚୋପା ଛଡ଼ାଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ ଏହାକୁ ଏକ ଗ୍ଲାସ ପାଣିରେ ପକାଇ ଭଲ ଭାବରେ ଫୁଟାନ୍ତୁ। ଏବେ ଏହାକୁ ଥଣ୍ଡା କରି ଛାଣି ସେବନ କରିପାରିବେ।
ମନେରଖନ୍ତୁ ଏହି ଘରୋଇ ଉପଚାର ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ନିଜର ପ୍ରେଗ୍ନେଶି ଟେଷ୍ଟ କରିନିଅନ୍ତୁ ଏବଂ ଏହି ସବୁ ଉପଚାର ଏକା ସହିତ କରନ୍ତୁ ନାହିଁ । ଥରକରେ ମାତ୍ର ଗୋଟିଏ ଉପାୟ ପ୍ରୟୋଗ କରି ପାରିବେ। ନଚେତ୍ ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପାରେରେ। ଏହି ସବୁ ଉପାୟ ଦ୍ୱାରା ପିରିୟଡ଼ ମାତ୍ର ୩-୪ ଦିନ ମଧ୍ୟରେ ହୋଇଯିବ। ଏହା ପରେ ବି ଯଦି ପିରିୟଡ଼ ଆସୁନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।