health teeps- କଦଳୀ ଚୋପାରେ ଏହି ଜିନିଷ ମିଶାଇ ତ୍ଵଚାରେ ଲଗାନ୍ତୁ, ତ୍ୱଚା କ୍ଷୀର ଭଳି ଚମକି ଉଠିବ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ବଦଳୁଥିବା ପାଣିପାଗ, ବଢୁଥିବା ବୟସ ଓ ଭୁଲ ଖାଦ୍ୟପେୟ ପାଇଁ ଦିନକୁ ଦିନ ଆମ ତ୍ୱଚା ମଳିନ ପଡ଼ିବାକୁ ଲାଗୁଛି। ତେଣୁ ଆମେ ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାର କ୍ରିମ ବ୍ୟବହାର କରିଥାଉ। ମାର୍କେଟରେ ମିଳୁଥିବା ଫେସ କ୍ରିମ ଗୁଡିକରେ ଅଧିକ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ ଯାହା ତ୍ଵଚା ଉପରେ ଖୁବ୍ କୁପ୍ରଭାବ ପକାଇଥାଏ। ତେବେ ତ୍ୱଚାର ଯତ୍ନ ନେବା ପାଇଁ ଆମେ କିଛି ସରଳ ଓ ଘରୋଇ ଉପାୟ ନେଇ ଆସିଛୁ।

ଯାହା ଆପଣ ଘରେ ପ୍ରସ୍ତୁତ କରି ବ୍ୟବହାର କରି ପାରିବେ। ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନାହିଁ। ଏହା ତ୍ଵଚାର କଳା ଦାଗ ଦୂର କରିବା ସହ ତ୍ଵଚାରେ ଉଜ୍ଜଳତା ଆସିଥାଏ।
ତେବେ ଆଜି ଆମେ ଆପଣଙ୍କୁ ସେହି ହୋମ୍ ରେମିଡି ବାବଦରେ ଜଣାଇବୁ ଯାହା ବ୍ୟବହାର କରିବା ଦ୍ଵାରା ଆପଣଙ୍କ ତ୍ଵଚାରେ ଚମକ ଆସିବା ସହିତ ସବୁ କଳା ଦାଗ ଗୁଡ଼ିକ ଦୁର ହୋଇଯିବ। ତେବେ ସେହି ହୋମ୍ ରେମିଡି ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା।

ଆବଶ୍ୟକ ସାମଗ୍ରୀ:-

୧.କଦଳୀ ଚୋପା
୨.ଉସନା ଚାଉଳ
୩. କ୍ରନଷ୍ଟ୍ରାଚ୍ ପାଉଡର
୪.ମିଲକ୍ ପାଉଡର
୫. ଲେମ୍ବୁ ରସ

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ୨-୩ ଟି କଦଳୀର ଚୋପାକୁ ଛଡାଇ ଭଲ ଭାବରେ ଧୋଇ ଦିଅନ୍ତୁ। ଏହା ପରେ ଏକ କପ୍ ଉସନା ଚାଉଳକୁ ଧୋଇ ରଖନ୍ତୁ। ଏହା ପରେ କଦଳୀ ଚୋପା ଓ ଚାଉଳକୁ ଗୋଟିଏ ପାତ୍ରରେ ରଖି ଏକ କପ୍ ପାଣି ଦେଇ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। କଦଳୀ ଚୋପା ଓ ଚାଉଳ ୧୦ ମିନିଟ ପର୍ଯ୍ୟନ୍ତ ଫୁଟିଲା ପରେ ଏହାକୁ ଥଣ୍ଡା କରି ନିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡିଂ କରି ନିଅନ୍ତୁ।

ଏହାପରେ ଚାଉଳ ଓ କଦଳୀ ଚୋପାର ପେଷ୍ଟରେ ରହିଥିବା ଖଦଡ଼ ଅଂଶକୁ ବାହାର କରି ନିଅନ୍ତୁ। ପେଷ୍ଟ ଯେମିତି ସଂପୂର୍ଣ୍ଣ ଚିକଣ ରହିବ। ଏବେ ଏଥିରେ ଏକ ଚାମଚ କ୍ରନଷ୍ଟ୍ରାଚ୍ ପାଉଡର ଦେଇ ମିଶାନ୍ତୁ। ଏହା ପରେ ଏକ ଚାମଚ ମିଲକ୍ ପାଉଡର ମିଶାଇ ଭଲଭାବରେ ଗୋଳାଇ ନିଅନ୍ତୁ। ଏବେ ଫାଳେ ଲେମ୍ବୁ ରସ ମିଶାଇ ଗୋଳାଇ ଦିଅନ୍ତୁ। ଏବେ ପେଷ୍ଟ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ।

ଆପଣ ମାନେ ଏବେ ଏହି ପେଷ୍ଟକୁ ଏକ ଜାରକୁ କାଢି ୭ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖି ପାରିବେ। ଏହି ପେଷ୍ଟକୁ ନେଇ ଆପଣଙ୍କ ତ୍ୱଚାରେ ଲଗାନ୍ତୁ। ଯଦି ଆପଣଙ୍କ ଆଖି ତଳେ କଳା ଦାଗ ହୋଇଯାଇଛି ତେବେ ଆଖିତଳେ ମଧ୍ୟ ଆପଣ ଏହାକୁ ବ୍ୟବହାର କରି ପାରିବେ।

ଏହି ପେଷ୍ଟକୁ ତ୍ଵଚାରେ ଲଗେଇ ସରିବା ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ଏହା ପରେ ତ୍ଵଚାରେ ଭଲ ଭାବରେ ତେଲ ଲଗାନ୍ତୁ।ଏହି ପେଷ୍ଟକୁ ମାତ୍ର ୭ ଦିନ ଲଗେଇବା ପରେ ତ୍ୱଚାରେ ଉଜ୍ଜଳତା ଆସିବା ସହିତ ତ୍ଵଚାରେ ରହିଥିବା କଳାଦାଗ ଦୂର କରିବାରେ ସାହାଯ୍ୟ କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।