ହେ ଭଗବାନ ! ମୋ ସ୍ୱାମୀଙ୍କୁ ଅଜଗର ସାପ ଗିଳି ଦେଇଛି ,ତାଙ୍କୁ କିଏ ସେ ଅଜଗର ସାପ ପେଟରୁ କାଢ଼ରେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
କଟକ ଜିଲ୍ଲା ବାଙ୍କିରୁ ଆସିଛି ଏକ ଛାତି ଥରେଇ ଦେଲା ଭଳି ଖବର । ଗୟଳବାଙ୍କରେ ଜଣେ ବ୍ୟକ୍ତିଙ୍କୁ ଅଜଗର ଗିଳି ଦେଇଥିବା ସୂଚନା ମିଳିଛି । 77 ବର୍ଷୀୟ ଜଣେ ବୃଦ୍ଧଙ୍କୁ ଏକ ବିରାଟକାୟ ଅଜଗର ସାପ ଗିଳି ଦେଇଥିବା କୁହା ଯାଉଛି । ସାନୁ ମୁଣ୍ଡଳି ଗାଁର ଏହି ବୃଦ୍ଧ ଜଣକ ଜଣେ ଲୁଗା ବିକାଳି ବୋଲି ଜଣା ପଡିଛି । ଗତ କାଲି ଠାରୁ ସେ ନିଖୋଜ ଥିଲେ ।
ଚନ୍ଦକା ଡମପଡା ଅଞ୍ଚଳରେ ଆଦିବାସୀ ଗାଁକୁ ଲୁଗା ବ୍ୟବସାୟ କରିବାକୁ ସେ ଜଙ୍ଗଲ ପାଖ ଦେଇ ଯାଇଥିବା ବେଳେ ସେ ନିଖୋଜ ହୋଇ ଯାଇଛନ୍ତି ବୋଲି କୁହା ଯାଉଛି । ଏ ସମ୍ପର୍କରେ ପରିବାର ଲୋକ ପୋଲିସକୁ ସୂଚନା ଦେବା ପରେ ପୋଲିସ ଏବେ ତଦନ୍ତ କରୁଛି । ସନ୍ଧାନୀ କୁକୁର ସହାୟତାରେ ପୋଲିସ ଲୁଗା ବ୍ୟବସାୟୀ ଙ୍କୁ ଖୋଜା ଖୋଜି କରୁଥିବା ବେଳେ ଘଟି ଥିଲା ଏକ ଅଦ୍ଭୁଦ ଘଟଣା ।
କୁକୁରଟି ଶୁଙ୍ଗି ଶୁଙ୍ଗି ଯାଇ ଏକ ବିରାଟକାୟ ଅଜଗର ସାପ ପାଖରେ ପହଞ୍ଚି ଥିଲା । ଆପଣ ଏ ଭିଡିଓ ଟି କୁ ଟିକେ ଭଲ ଭାବରେ ଦେଖନ୍ତୁ । ଏ ଭିଡିଓ ରେ ଥିବା ସାପ ପେଟ ରେ ଏମିତି କିଛି ରହିଛି ଯେଉଁ ଥିରୁ ସନ୍ଦେହ ହେଉଛି ସାପଟି ସେହି ବୃଦ୍ଧ ବ୍ୟକ୍ତି ଙ୍କୁ ଗିଳି ଦେଇଛି । ବନ୍ଧୁଗଣ ଏ ସାପ ପେଟରେ ନିଶ୍ଚିନ୍ତ ରୂପେ ଏକ ମଣିଷ ଥିବା ଭଳି ଦେଖା ଯାଉଛି । ତେଣୁ ସନ୍ଦେହ ଦୃଢ ହେଉଛି ଯେ, ସେହି ଲୁଗା ବିକାଳି ବୃଦ୍ଧଙ୍କୁ ସାପଟି ଗିଳି ଦେଇଛି ।
ସନ୍ଦେହ ଘନୀଭୂତ ହେବାର ଆହୁରି ମଧ୍ୟ କାରଣ ହେଉଛି ସାପ ଠାରୁ ମାତ୍ର କିଛି ଦୂରରେ ବୃଦ୍ଧଙ୍କ ସାଇକେଲ, ଚପଲ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପଡି ରହିଛି । ଯେଉଁଥିରୁ ସ୍ପର୍ଷ୍ଟ ଜଣା ପଡୁଛି ସେହି ଅଜଗର ସାପଟି ବୃଦ୍ଧ ଲୁଗା ବିକାଳିଙ୍କୁ ଗିଳି ଦେଇଛି । ଆଉ ଏ ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।
ସେଇ ଆତଙ୍କ ସୃଷ୍ଟି କରିଥିଲା ବୃଦ୍ଧ ଙ୍କ ଏହି ଘଟଣା ଶୁଣି ନନ୍ଦକିଶୋର ଙ୍କ ପତ୍ନୀ କାନ୍ଦୁଛନ୍ତି । ସେ ତାକୁ ଏହି କଥା ଶୁଣି ବହୁତ କାନ୍ଦୁଛନ୍ତି ଓ ପୋଲିସ୍ ଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ମୁକେଲେଇବା ପାଇଁ । ତାଙ୍କର ଏକ ମାତ୍ରା ସାହାରା ଥିଲେ ତାଙ୍କ କଥା ଶୁଣି ସେ ଭାଙ୍ଗି ପଡିଛନ୍ତି ।
ସେମାନେ ବହୁତ ଗରିବ ଲୋକ ସେମାନେ ପୋଲିସ୍ ଓ କୋଟ କଚେରି ଯାଇ ପରିବେନି କେସ କରିବା ପାଇଁ ସେ କହୁଛନ୍ତି କି ତାଙ୍କ ସ୍ଵାମୀ ସେଇ ସାପ ଭିତରେ ଅଛନ୍ତି । କିନ୍ତୁ ବନବିଭାଗ କର୍ତ୍ତୃପକ୍ଷ କହିଥିଲେ କି 15ଫୁଟ୍ ର ସାପ 5-6ଫୁଟ୍ ର ମଣିଷ କୁ ଗିଳି ଦେଇପାରିବି କିନ୍ତୁ ସେମାନଙ୍କୁ ଲାଗୁଛି କି ଅଜଗର ସାପ କିଛି ଜୀବ ଜନ୍ତୁ କୁ ଗିଳି ଛନ୍ତି ବୋଲି ଏହି ନେଇ ପୋଲିସ୍ ତଦନ୍ତ ଜାରି ରଖିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।