Exclusive Video – ମୁଁ ଅନ୍ଧ ବୋଲି ଆପଣ କଣ ଅନ୍ଧ? ସରକାରଙ୍କୁ ପ୍ରଶ୍ନ ବାଣରେ ଘାଇଲା କଲେ ଦିବ୍ୟାଙ୍ଗ ଛାତ୍ର..ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଏହି ଭିଡିଓଟି ଭଲ କରି ଶୁଣନ୍ତୁ ଓ ଦେଖନ୍ତୁ ଆପଣ ଦେଖୁଥିବା ଏହି ଭିଡିଓରେ ଜଣେ ପିଲା ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଛି। ପାଖରେ ଅଛନ୍ତି ଗୋଷ୍ଟୀ ଶିକ୍ଷା ଅଧିକାରୀ ଉପଖଣ୍ଡ ଆରୋକ୍ଷ ଅଧିକାରୀ ଏବଂ ଥାନା ଅଧିକାରୀ। ଆଉ ଏମାନଙ୍କ ସାମ୍ନାରେ ପିଲାଟି ଯାହା ପ୍ରଶ୍ନ ରଖୁଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।
ପିଲାଟି କହି ଚାଲିଛି ମୁଁ ଅନ୍ଧ ବୋଲି ଆପଣ କଣ ଅନ୍ଧ?କଣ ବିଓ ଅଫିସ ଅନ୍ଧ?କଣ ପ୍ରଶାସନ ଅନ୍ଧ? କଣ ସରକାର ଅନ୍ଧ? ବିଦ୍ୟାଳୟରେ ୪୨୫ ପିଲାଙ୍କୁ ମାତ୍ର ୪ ଜଣ ଶିକ୍ଷକକୁ ନିଯୁକ୍ତି କରା ଯାଇଛି।୩୦ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ବ୍ୟବସ୍ଥା ରହିଥିବା ବେଳେ ଏଠାରେ ୪ ଜଣ ଶିକ୍ଷକ ୪୨୫ ପିଲାଙ୍କୁ କିଭଳି ଭାବେ ପାଠ ପଢାଇବେ।
ତେବେ ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛଞ୍ଚାଣବାହିଲି ଗ୍ରାମ ପଞ୍ଚାୟତର ବେହେରା ଗୁଡା ୟୁପି ସ୍କୁଲର।ଗତ ୧୧ ଦିନ ହେବ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛଞ୍ଚାଣବାହିଲି ଗ୍ରାମ ପଞ୍ଚାୟତ ବେହେରା ଗୁଡା ୟୁପି ସ୍କୁଲରେ ଆବଶ୍ଯକ ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀ, ସ୍କୁଲ କମିଟି, ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ସ୍କୁଲରେ ପାଠ ପଢ଼ା ବନ୍ଦ କରି ତାଲା ମାରି ଆନ୍ଦୋଳନ କରୁଥିଲେ।
ତେବେ ଆଜି ଧର୍ମଗଡ ବ୍ଲକରେ ଗୋଷ୍ଟୀ ଶିକ୍ଷା ଅଧିକାରୀ ଉପଖଣ୍ଡ ଆରୋକ୍ଷ ଅଧିକାରୀ ଏବଂ ଥାନା ଅଧିକାରୀ ବିଦ୍ୟାଳୟରେ ଯାଇ ପହଁଚି ଥିଲେ। ଆଉ ସେମାନେ ଯେତେବେଳେ ଲୋକଙ୍କ ସହ ଏ ବାବଦରେ କଥା ହେଉଥିଲେ ସେତେବେଳେ ଏହି ଦିବ୍ୟାଙ୍ଗ ପିଲାଟି ସେଠାରେ ଆସି ପହଁଚି ଥିଲା। ଆଉ ତା ପରେ ସମସ୍ତଙ୍କ ସାମ୍ନାରେ ପିଲାଟା ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥିଲା।
ଦିବ୍ୟାଙ୍ଗ ପିଲାଟି ହେଇଛି ସେହି ବିଦ୍ୟାଳୟରେ ପାଠ ପଢୁଥିବା ଷଷ୍ଠ ଶ୍ରେଣୀର ଜଣେ ଛାତ୍ର ଯିଏକି ପ୍ରଶାସନର ବ୍ଯବସ୍ଥାକୁ ସମାଲୋଚନା କରି ଅନ୍ଧ ବୋଲି କହିଥିଲେ । ଯାହାର ଭିଡ଼ିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓରେ ଛାତ୍ର ଜଣକ ସ୍କୁଲର ସମସ୍ୟାକୁ ନେଇ କହିଥିଲେ କି ମୁଁ ଅନ୍ଧ ବୋଲି ଆପଣ କଣ ଅନ୍ଧ?କଣ ବିଓ ଅଫିସ ଅନ୍ଧ?କଣ ପ୍ରଶାସନ ଅନ୍ଧ? କଣ ସରକାର ଅନ୍ଧ?
ତେବେ ପିଲାଟି ଏଭଳି କହିବାର କାରଣ ହେଉଛି ଏହି ବିଦ୍ୟାଳୟରେ ବହୁ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏଠାରେ ଆବଶ୍ଯକତା ଅନୁସାରେ ଶିକ୍ଷକ ନାହାନ୍ତି। ତେବେ ୪ ଜଣ ଶିକ୍ଷକ କେମିତି ଏହି ୪୨୫ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ବୋଲି ପ୍ରଶ୍ନ ପଚାରିଥିଲା ଏହି ଦୃଷ୍ଟିହିନ ପିଲାଟି।ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଲୋକେ ଏହାକୁ ଦେଖି ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।