Malika Bachana- ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ମାଳିକା ବଚନ ଦେଲା ବଡ ସଂକେତ ମହତ୍ତ୍ଵପୂର୍ଣ୍ଣ ରହସ୍ୟ ଜାଣନ୍ତୁ କଣ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ..
ଆମ ସମାଜରେ ‘ମାଳିକା’ କୁ ଖୁବ୍ ପ୍ରାଧାନ୍ୟ ଦିଆ ଯାଇଥାଏ। ଏହାକୁ ଖୁବ୍ ଜ୍ଞାନୀ ଗୁଣୀ ବ୍ୟକ୍ତିମାନେ ଆଗତ ଭବିଷ୍ୟତ ଉପରେ ବିବେଚନା କରି ଯାଇଛନ୍ତି। ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷଙ୍କ ଦର୍ଶନକୁ ମାଳିକା କୁହାଯାଏ । ଭିନ୍ନ ଭିନ୍ନ କବିଙ୍କଦ୍ୱାରା ବିଭିନ୍ନ ନାମରେ ମାଳିକାମାନ ଲିଖିତ ହୋଇଛି। ଆଗାମୀ ଭବିଷ୍ୟତରେ ଯେଉଁ ସବୁ ଘଟଣା ଅଘଟଣ ଘଟିବକୁ ଯାଉଛି ସେ ବାବଦରେ କିଛି ପୂର୍ବ ସୂଚନା ଏହି ମାଳିକାରେ ଲେଖା ଯାଇଛି।
ତେବେ ଆଜି ଆମେ ଆପଣଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ବର୍ଣ୍ଣିତ ହୋଇଥିବା ଆଗତ ଭବିଷ୍ୟତ ବିଷୟରେ କହିବୁ। ମାଳିକା ବଚନ ଜଗନ୍ନାଥ ଧାମ ପୁରୀକୁ ନେଇ କଣ ସଂକେତ ଦେଉଛି ସେ ବିଷୟରେ ଜାଣିବା।
ତେବେ ମାଳିକା ବଚନ ଯେଉଁ ଆଗତ ଭବିଷ୍ୟତ ବିଷୟରେ ସୂଚନା ଦେଇଛି ତାହା ହେଉଛି ପୃଥିବୀ ପୃଷ୍ଠରେ ଯେଉଁ ୪ ଭାଗ ଲୋକେ ରହିଛନ୍ତି ସେଥି ମଧ୍ୟରୁ ୩ ଭାଗ ଲୋପ ପାଇବାକୁ ଯାଉଛି ଏଥି ସହିତ ଯେଉଁ ଗୋଟିଏ ଭାଗ ରହିବେ ସେ ହେଉଛି କେବଳ ହିନ୍ଦୁ। ମାଳିକା ଏକଥା ମଧ୍ୟ କହୁଚି ଯେ ସନାତନ ଧର୍ମ ଶ୍ରେଷ୍ଟ ଧର୍ମ ହେବ।
କାହିଁକି ନା ବାହାର ଦେଶର କିଛି ବିଶେଷ ଧର୍ମ ନାହିଁ। ବିଦେଶର ଖାଦ୍ୟପେୟ ମଧ୍ୟ ଖୁବ୍ ତାମସିକ ଶାତ୍ଵିକ ଆହାର ସେମାନେ କରନ୍ତି ନାହିଁ।ବର୍ତ୍ତମାନ ଋଷ ଓ ୟୁକ୍ରେନ ମଧ୍ୟରେ ଯେଉଁ ଭୟାବହ ଯୁଦ୍ଧ ଲାଗିରହିଛି ତାର କାରଣ ମଧ୍ୟ ତାଙ୍କ ପାଖରେ ଧର୍ମର ଅଭାବ।
ତେବେ ମାଳିକା ବଚନ ତାର ଆଗତ ଭବିଷ୍ୟତ ମହାପ୍ରଭୁ ଜଗନ୍ନାଥ ଏବଂ ଋଷକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛି। ଆଗକୁ ଏମିତି ଦିନ ଆସୁଛି ଯେ ଋଷ ଆମ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇଯିବ ବୋଲି ମାଳିକାରେ ଲେଖା ଅଛି। ସେମାନେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଏକ ବଡ ରିସର୍ଚ୍ଚ କରିବା ପାଇଁ ଯାଉଛନ୍ତି। ସେଥିରୁ ଏଭଳି ଏକ ଶକ୍ତି ମିଳିବ ଯାହା ତାଙ୍କ ଦେଶକୁ ନେଇଗଲେ ସେମାନେ ସବୁଠାରୁ ଶକ୍ତିଶାଳୀ ପାଲଟି ଯିବେ।
ମହାପ୍ରଭୁ ଜଗନ୍ନାଥଙ୍କ ଯେଉଁ ବ୍ରହ୍ମ ରହିଛି ସେଇଟାକୁ ଯିଏ ନବ ସିଏ ସବୁଠାରୁ ଶକ୍ତିଶାଳୀ ହୋଇଯିବ। ସେ ବ୍ରହ୍ମରେ କଣ ରହିଛି ତାର ରିସର୍ଚ୍ଚ କରିବା ପାଇଁ ସେମାନେ ତାକୁ ନେବା ପାଇଁ ଚାହୁଁଛନ୍ତି। ମହାପ୍ରଭୁଙ୍କ ସେବକ ପଣ୍ଡା ମାନଙ୍କୁ ପ୍ରଲୋଭନ ଦେଖାଇ ସେମାନେ ମହାପ୍ରଭୁଙ୍କୁ ସେମାନଙ୍କ ସଙ୍ଗରେ ନେଇଯିବେ।
ତେବେ ମହାପ୍ରଭୁଙ୍କୁ ନେବା ସମୟରେ ଛତିଆ ବଟ ଓ ଗୋଟେ ମହାଦେବ ମନ୍ଦିର ରହିଛି ତାହା ମଧ୍ୟରେ ମହାପ୍ରଭୁଙ୍କୁ ନିଆଯାଉଥିବା ଟ୍ରେନର ଇଞ୍ଜିନ ଛିଡି ଅଲଗା ହୋଇଯିବ। ଯେଉଁ ଡବାରେ ମହାପ୍ରଭୁ ରହିଥିବେ ସେହି ଡବା ସେଠାରେ ରହିଯିବ।
ସେଠାକାର ଭକ୍ତମାନେ ଅତି ଆଦରରେ ମହାପ୍ରଭୁଙ୍କୁ ନେଇ ଛତିଆରେ ରଖିବେ। ତେବେ ମହାପ୍ରଭୁ ଜଗନ୍ନାଥ ସେଠାରେ ୭ ଦିନ ରହିବା ପରେ ଶ୍ରୀକ୍ଷେତ୍ର ଫେରି ଆସିବା ନେଇ ମାଳିକାରେ ସୂଚନା ଦିଆ ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।