viral video – ସାମ୍ନାକୁ ଆସିଲା ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଶେଷ ଭିଡିଓ ..ଜୀବନ ହାରିବା ପୂର୍ବରୁ ମନଭରି କରିଥିଲେ ଡାନ୍ସ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ଟିକୁ ….

ସନ୍ଦେହ ଘେରରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାଲାଲ।ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ ଦେହକୁ ଉଦ୍ଧାର କରିଥିଲା ପୋଲିସ। ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ସନ୍ଦେହ ଜନକ ଅବସ୍ଥାରେ ରଶ୍ମିରେଖାଙ୍କ ମୃତ ଦେହ ମିଳିବା ପରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି।

ତେବେ ରଶ୍ମିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିଲେ ବି ଏହା ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ହୋଇଛି ବୋଲି ସନ୍ଦେହ କରା ଯାଉଛି।ଏପଟେ ଏହି ଅଭିନେତ୍ରୀଙ୍କ ଦୁଇ ବୟ ଫ୍ରେଣ୍ଡ୍ ରାଜା ଓ ସନ୍ତୋଷକୁ ଜେରା କରିବା ଜାରି ରହିଛି।

ତେବେ ଅଭିନେତ୍ରୀ ରଶ୍ମିରେଖା ଓଝା ଏ ନୂଆଁ ନୂଆଁ ଓଡ଼ିଆ ଟେଲିଭିଜନ ଜଗତରେ ପାଦ ଥାପି ଥିଲେ। ଆଗକୁ ବଡ ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିଲେ ଏହି ଅଭିନେତ୍ରୀ। ଖୁବ୍ ଅଳ୍ପ ଦିନ ଭିତରେ ସେ ଦର୍ଶକ ମାନଙ୍କ ମନରେ ଜାଗା ତିଆରି କରି ପାରିଥିଲେ। କିନ୍ତୁ ହଠାତ ତାଙ୍କର ଏହି ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା।

ତେବେ ବର୍ତ୍ତମାନ ସମୟରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଏକ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଏହି ଭିଡିଓ ଟି ରଶ୍ମିରେଖାଙ୍କ ଶେଷ ଭିଡିଓ ବୋଲି କୁହା ଯାଉଛି।ଭିଡିଓରେ ରଶ୍ମିରେଖା ଏକ ଲୋକପ୍ରିୟ ସ୍ୟାଡ ସଙ୍ଗରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। କୁହା ଯାଉଛି ରଶ୍ମିରେଖା ଜୀବନ ହାରିବା ପୁର୍ବରୁ ଏକ ବାରରେ ଏଭଳି ମନ ଖୋଲା ନାଚ ନାଚି ଥିଲେ। ତାହା ପୁଣି ଏକ ସ୍ୟାଡ ସଙ୍ଗ ରେ।


ଆପଣ ମାନେ ଦେଖି ପାରୁ ଥିବେ ଏହି ଗୀତରେ ପୁରା ଫିଲ ନେଇ ନାଚୁଛନ୍ତି ରଶ୍ମିରେଖା। ଆଉ ଏ ଭିଡ଼ିଓକୁ ଦେଖିଲେ ଏମିତି ଲାଗୁଛି ଯେ ଯେମିତି ରଶ୍ମିରେଖା କିଛି ଗୋଟିଏ ମାନସିକ ଚାପରେ ରହିଛନ୍ତି। ଆଉ ଏ ମାନସିକ ଚାପରୁ ନିଜକୁ ରକ୍ଷା କରିବା ପାଇଁ ବାର୍ ଭିତରେ ଏଭଳି ନାଚିଥିଲେ।

ଏହି ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁକୁ ଦିନ ଯେତେ ଗଡୁଚି ସେତେ ବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀଙ୍କ ଏକ ନିକଟ ତମ ସାଙ୍ଗ ଏହି ଭିଡିଓକୁ ଗଣ ମାଧ୍ୟମକୁ ହସ୍ତଗତ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଚାଲିଛି।

ସେପଟେ ରଶ୍ମିରେଖାଙ୍କ ପୋଷ୍ଟମୋଟମ୍ ରିପୋର୍ଟ୍ ଆସି ସାରିଛି ଆଉ ସେଥିରୁ ସ୍ପଷ୍ଟ ହୋଇଛି ଯେ ସେ ନିଜେ ଆତ୍ମହତ୍ୟା କରିଛନ୍ତି। ସେପଟେ କାହିଁକି ରଶ୍ମିରେଖା ଆତ୍ମହତ୍ୟା କଲେ ତାର କାରଣ ଖୋଜି ଚାଲିଛି ପୋଲିସ। ତେବେ ଦେଖିବାକୁ ବାକି ରହିଲା ପ୍ରକୃତ୍ ସତ କଥା ପଦାକୁ କେବେ ଆସୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।