Toothache – ୨ ମିନିଟରେ (ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା) ଭଲ ହୋଇଯିବ | କରନ୍ତୁ ଏହି ଘରୋଇ ଉପଚାର….

ଦାନ୍ତବିନ୍ଧା ଓ ବିଭିନ୍ନ ପ୍ରକାର ଦାନ୍ତ ଜନିତ ସମସ୍ୟାରୁ ତୁରନ୍ତ ମୁକ୍ତି କରିପାରିବେ। ଘରେ ବସି ଆପଣ ଏହି ରେମେଡିକୁ ସହଜରେ ତିଆରି କରିପାରିବେ।

ପ୍ରଥମତଃ ଆପଣ ନଖଉଷୁମ ପାଣିରେ ଲୁଣ ପକାଇ କୁଳି କରିପାରିବେ। ତା ପରେ ଲବଙ୍ଗ ଓ ଡାଲଚିନିର ଗୁଣ୍ଡ ବନାଇ ଏହାର ପ୍ରୟୋଗ କରିପାରିବେ, ଏହାଛଡା ଆପଣ ୯ ରୁ ୧୦ ଚାମଚ ନଡିଆ ତେଲକୁ ପାଟିରେ ପୁରେଇ କୁଳି କରିପାରିବେ। ଏହି ସବୁ ଉପଚାର କରିବା ଦ୍ବାରା ଆପଣଙ୍କ ପେନ୍ କିଛି ସମୟ ପାଇଁ କମିଯାଇଥାଏ। ତେବେ ଏବେ ଏମିତି ଏକ ରେମେଡି ବିଷୟରେ ଜାଣିବା ଯାହାର ପ୍ରୟୋଗ ଦ୍ବାରା ଦାନ୍ତର ସମସ୍ୟାକୁ ସବୁଦିନ ପାଇଁ ଦୂର କରିପାରିବି।

 ଏହି ରେମେଡିଟି ତିଆରି କରିବାକୁ ଆପଣଙ୍କୁ ପ୍ରଥମେ ନିମ୍ବ ପତ୍ରର ଦରକାର ପଡିବ। ପ୍ରଥମେ ଆପଣ କିଛି ନିମ୍ବ ପତ୍ରକୁ ଧୋଇ ସେଥିରେ ଅଳ୍ପ ପାଣି ଦେଇ ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଆପଣ ଏଇ ପେଷ୍ଟକୁ ନିଜ ଆଙ୍ଗୁଳିରେ ନେଇ ସମସ୍ତ ଦାନ୍ତରେ ଭଲ ଭାବରେ ପ୍ରୟୋଗ କରନ୍ତୁ। ୫ ରୁ ୧୦ ମିନିଟ୍ ଏହାକୁ ଦାନ୍ତ ଉପରେ ସେମିତି ଲାଗି ରହିବାକୁ ଦିଅନ୍ତୁ। ତା ପରେ ଆପଣ କୁଳି କରି ଆପଣଙ୍କ ପାଟି ଧୋଇ ଦିଅନ୍ତୁ। ଏହି ରେମେଡିର ପ୍ରୟୋଗ ଦ୍ବାରା କରିବା ଆପଣଙ୍କୁ ନିଶ୍ଚୟ ଆରାମ ମିଳିବ।

ଆପଣ ଏକ ପାଖୁଡା ରସୁଣ ନିଅନ୍ତୁ ଓ ଏହାର ଚୋପା ଛଡାଇ ଏହାକୁ ପେଶି ଦିଅନ୍ତୁ । ପେଶିବା ପରେ ଏଥିରେ ଥିବା ରସକୁ ଆପଣ ବାହାର କରିଦିଅନ୍ତୁ ଓ ଏଥିରେ ଅଧା ଚାମଚ ଲବଙ୍ଗ ତେଲ ମିଶାଇ ଭଲ ଭାବର ମିକ୍ସ କରିଦିଅନ୍ତୁ । ଏହି ମିଶ୍ରଣକୁ ଏକ ତୁଳା ସାହାର୍ଯ୍ୟରେ ନେଇ ନିଜ ଦାନ୍ତରେ ଲଗାଇ ଦିଅନ୍ତୁ ।

 କମ ସେ କମ ନିଜ ଦାନ୍ତରେ ଏହି ମିଶ୍ରଣକୁ ୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ।ପ୍ରଥମେ ଗୋଟିଏ ପାତ୍ରରେ ଅଧ ଚାମଚ ଏହି ମିଶ୍ରଣର ନିଅନ୍ତୁ ଓ ଏଥିରେ ଅଧ ଚାମଚ ସୋରିଷ ତେଲ ମିଶାନ୍ତୁ ଓ ସୋରିଷ ତେଲ ବଦଳରେ ଆପଣ ଏଥିରେ ନଡିଆ ତେଲର ପ୍ରୟୋଗ ମଧ୍ୟ କରି ପାରିବେ ।

ବର୍ତ୍ତମାନ ଭଲ ଭାବରେ ମିକ୍ସ କରି ଆଙ୍ଗୁଠିରେ କିମ୍ବା ବ୍ରଶ ଦ୍ଵାରା ନିଜ ଦାନ୍ତ ଓ ମାଢି ସଫା କରନ୍ତୁ । ୨ -୩ ମିନିଟ ଦାନ୍ତ ସଫା କରିବା ପରେ ଧୋଇ ଦିଅନ୍ତୁ । ଆପଣଙ୍କ ଦାନ୍ତ ବିନ୍ଧା ଓ ପୋକ ଲାଗିବା ସମସ୍ୟା ଦୂର ହୋଇଯିବେ । ଡାକ୍ତରଙ୍କ ପରାମର୍ଶ ନେଇ ଆପଣ ଏହି ଉପାୟକୁ କରି ପାରିବେ।

ଲବଙ୍ଗ ତେଲ ସହ ନଡ଼ିଆ ତେଲ ମିଶାଇ ଦରଜ କିମ୍ବା ବିନ୍ଧା ହେଉଥିବା ସ୍ଥାନ ରେ ମାଲିସ କରିବା ଦ୍ୱାରା ଉପଶମ ମିଳିଥାଏ।ଥଣ୍ଡା , ଭାଇରାଲ ସଂକ୍ରମଣ, ସ୍ଵାସରୋଗ,ଫୁସ୍ ଫୁସ୍ କ୍ୟାନ୍ସର ଇତ୍ୟାଦି କୁ ରୋକିବାରେ ଲବଙ୍ଗ ସାହାଯ୍ୟ କରିଥାଏ। ଶ୍ୱାସ ପ୍ରଣାଳୀ କୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ୨-୩ ଟି ଲବଙ୍ଗ ଚୋବାଇ ଖାଇବା ଉଚିତ୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।