health tips – ଶିଶୁ ପାଇଁ ମାଁ ର ପର୍ଯ୍ୟାପ୍ତ କ୍ଷୀର ହେଉନାହିଁ ଯଦି ଏହି ଚିକିତ୍ସା ରେ ସ୍ତନ୍ୟପାନ ବୃଦ୍ଧି ହୋଇଥାଏଜଣାନ୍ତୁ କଣ ଖାଇବେ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ଶିଶୁ ଜନ୍ମ ହେବା ପରେ ପ୍ରଥମ ୬ ମାସ କେବଳ ମା କ୍ଷୀର ଖାଇବାଦ୍ଵାରା ଶିଶୁର ଉଚିତ୍ ବୃଦ୍ଧି ହୋଇଥାଏ।ଶିଶୁ ପାଇଁ ମାର କ୍ଷୀର ସବୁଠାରୁ ସର୍ବୋତ୍ତମ ହୋଇଥାଏ । ଶିଶୁ ପାଇଁ ମାର କ୍ଷୀର ଅମୃତ ସମାନ ହୋଇଥାଏ । ମାର ପ୍ରଥମ କ୍ଷୀର ଖାଇବା ଶିଶୁ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏଥି ସହିତ ଶିଶୁକୁ ଜୀବନସାରା ବହୁ ରୋଗରୁ ଲଢିବା ପାଇଁ ଶକ୍ତି ଦେଇଥାଏ । ଖାଲି ତାହା ନୁହେଁ ସ୍ତନପାନ କରାଇବା ଦ୍ଵାରା ମହିଳାମାନେ ବହୁତ ଗମ୍ଭୀର ରୋଗରୁ ନିଜକୁ ବଞ୍ଚେଇ ପାରିଥାଆନ୍ତି।

କିନ୍ତୁ ବେଳେବେଳେ ଏମିତି ହୋଇଥାଏ କି ମା ମାନଙ୍କ ପାଖରେ ବହୁତ ବାର କ୍ଷୀରର କମି ହୋଇ ଯାଇଥାଏ। ମା ଓ ଛୁଆଙ୍କ ପାଇଁ ବହୁତ ଗମ୍ଭୀର ସମସ୍ୟା ଉପୁଜିଥାଏ । ଏଥି ପାଇଁ ମାକୁ ନିଜର ଖାଦ୍ୟ ପେୟ ଉପରେ ଅଧିକ ଗୁରୁତ୍ବଦେବା ଉଚିତ୍ ହୋଇଥାଏ।ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ କେଉଁ ଖାଦ୍ୟ ଖାଇବା ଦ୍ବାରା ମା ସ୍ତନରେ କ୍ଷୀରର ମାତ୍ର ବୃଦ୍ଧି ପାଇବ।

୧.କଞ୍ଚା ଅମୃତଭଣ୍ଡା:-

ପ୍ରେଗ୍ନେସି ସମୟରେ କଞ୍ଚା ଅମୃତଭଣ୍ଡାକୁ ଖାଇବା ପାଇଁ ମନା କରା ଯାଇଥାଏ। କାହିଁକି ନା ଏହା ଖୁବ୍ ଗରମ ଜାତିର ହୋଇଥାଏ ଯାହା ଦ୍ଵାରା ଗର୍ଭ ନଷ୍ଟ ହେବାର ଆଶଙ୍କା ରହିଥାଏ। ସନ୍ତାନ ଜନ୍ମ ନେବା ପରେ ଆପଣ ଆପଣଙ୍କ ଖାଦ୍ୟରେ ଅମୃତଭଣ୍ଡା ଏଡ୍ କରନ୍ତୁ। ଏହା ଆପଣଙ୍କ କ୍ଷୀରର ମାତ୍ରକୁ ବୃଦ୍ଧି କରାଇଥାଏ।

୨.ଘିଅ:-

ଘିଅ ମଧ୍ୟ ମାର କ୍ଷୀର ବୃଦ୍ଧି ପାଇଁ ଖୁବ୍ ଉପକାରୀ ହୋଇଥାଏ। ଆପଣ ଯେତେବେଳେ ଭାତ ଖାଉଛନ୍ତି ସେତେବେଳେ ଏକ ଚାମଚ ଘିଅକୁ ଭାତରେ ଏଡ୍ କରନ୍ତୁ।

୩.ସବୁଜ ପନିପରିବା:-

ପନିପରିବାକୁ ବହୁତରୁ ବହୁତ ମାତ୍ରାରେ ଖାଆନ୍ତୁ। ଆପଣ ବହୁତ ମାତ୍ରାରେ ଆପଣଙ୍କ ଆହରରେ ସନ୍ତୁଳାକୁ ଏଡ୍ କରନ୍ତୁ। ଏହା ଦ୍ୱାରା ଶିଶୁର ଗ୍ରୋଥ ଏବଂ ଡେଭଲପମେଣ୍ଟ ଖୁବ୍ ଭଲଭାବରେ ହୋଇ ପାରିବ।

୫. ଜିରା:-

ଜିରାକୁ ଆପଣ ନିହାତି ଭାବରେ ଆପଣଙ୍କ ଖାଦ୍ୟରେ ନିହାତି ଭାବେ ସାମିଲ କରନ୍ତୁ। ଜିରା କୁ ଆପଣ ଯେକୌଣସି ଭାବରେ ଖାଇପାରିବେ। ଏହାକୁ ଆପଣ ଛୁଙ୍କିକି ନେଇପାରିବେ। ଏହାର ପାଉଡର ପ୍ରସ୍ତୁତ ସେମିତି ଖାଇପାରିବେ ନହେଲେ କିଛି ଖାଦ୍ୟରେ ଗୋଳାଇ ଖାଇ ପାରିବେ।

ନଚେତ୍ ଜିରାକୁ ଆପଣ ଚୋବେଇ ଚୋବେଇ ଖାଇ ପାରିବେ। ଯଦି ଆପଣଙ୍କ ପାଖରେ କ୍ଷୀରର ଅଭାବ ହଉଚି ଏବଂ ପିଲା କାନ୍ଦୁଚି ତେବେ ଆପଣ ଏକ ଗ୍ଲାସ ଉଷୁମ କ୍ଷୀରରେ ଏକ ଚମଚ୍ ଜିରାକୁ ପକାଇ ପିଅନ୍ତୁ। ଏହା ସଙ୍ଗେ ସଙ୍ଗେ ସ୍ତନରେ କ୍ଷୀରକୁ ବୃଦ୍ଧି କରାଇଥାଏ।

୬.ପାଣି:-

ପାଣିକୁ ପ୍ରଚୁର ମାତ୍ରାରେ ପିଅନ୍ତୁ। କାହିଁକିନା ମା କ୍ଷୀରରେ ୭୦ ଭାଗ ପାଣି ରହିଥାଏ। ପିଲାଟି ୬ ମାସ ପର୍ଯ୍ୟନ୍ତ ମା କ୍ଷୀର ଛଡ଼ା ପାଣିବି ପି ନଥାଏ ସେ ମା କ୍ଷୀରରୁ ପାଣି ପାଇଥାଏ। ଏଥି ପାଇଁ ମା ମାନେ ପ୍ରଚୁର ପରିମାଣରେ ପାଣି ପିଇବା ଉଚିତ୍ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।