ଘରୋଇ ଉପଚାର-ଘରେ ମୂଷା ଆପଣ ଙ୍କୁ ହଇରାଣ କରୁଛି କି…..କରନ୍ତୁ ଏହି ସରଳ ଉପାୟ ଟି ମୂଷା ଘରୁ ପଳେଇବା ସହ କେବେବି ଘରକୁ ଆସିବ ନାହିଁ….. ଜାଣନ୍ତୁ ଏହି ଉପାୟ ଟି ବିଷୟରେ…….

ବନ୍ଧୁଗଣ ଭଗବାନ ଏହି ସଂସାର ରେ ଏମିତି କିଛି ଛୋଟ ବଡ଼ ଜୀବ ଙ୍କୁ ସୃଷ୍ଟି କରିଛନ୍ତି ଯେଉଁ ମାନେ ମଣିଷ କୁ ତାର ପ୍ରତିଦିନ ଜୀବନ ରେ ବହୁତ ହଇରାଣ କରିଥାନ୍ତି। ତେବେ ମଣିଷ ସବୁବେଳେ ଏହି ଛୋଟ ଛୋଟ ଯିବ ଜନ୍ତୁ ଙ୍କ ଠାରୁ ଦୂରେଇ ରହିବାକୁ ପସନ୍ଦ କରିଥାଏ ।

ତେବେ ଏହି ଛୋଟ ଛୋଟ ଜୀଵ ମଧ୍ୟରେ ରହିଛି ମୂଷା , ମଶା ,ମାଛି ଆଦି କୀଟ ପତଙ୍ଗ। ତେବେ ଏହି କୀଟ ଗୁଡ଼ିକ ମଧ୍ୟରୁ ମୂଷା ଆମକୁ ସବୁଠାରୁ ଅଧିକ ହଇରାଣ କରିଥାଏ। ପ୍ରାୟ ସବୁ ଘର ମାନଙ୍କ ରେ ମୂଷା ଦେଖିବାକୁ ମିଳେ ଆଉ ୟେ ଘରେ ଥିବା ସବୁ ଜିନିଷ କୁ କାଟିକୁଟୀ ନଷ୍ଟ କରି ଦେଇଥାଏ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହି ମୂଷା ମାନ ଙ୍କୁ ଘରୁ ବାହାର କରି ଦେବା ପାଇଁ ତଥା ଏମାନ ଙ୍କ ଠାରୁ ସବୁଦିନ ପାଇଁ ନିସ୍ତାର ପାଇବା ପାଇଁ ଆପଣ ଙ୍କୁ ଏକ ଉପାୟ ଜଣେଇବାକୁ ଯାଉଛୁ।ଆମେ ନିଶ୍ଚିତ ଯେ ଏହି ଉପାୟ ଟି ଆପଣ ଙ୍କୁ ମୂଷା ଦାଉ ରୁ ରକ୍ଷା କରିବା ରେ ସାହାଯ୍ୟ କରିବ। ତେବେ ବନ୍ଧୁଗଣ ଏହି ଉପାୟ ଟି ଅତ୍ୟନ୍ତ ସହଜ ଉପାୟ ଅଟେ। ତେବେ ଆସନ୍ତୁ ଜାଣିବା ଘରୁ ମୂଷା କୁ ସବୁଦିନ ପାଇଁ ବିଦାୟ ଦେବାର ସହଜ ଉପାୟ।

ଉପାୟ ଟି କଣ ଏବଂ ଏହା କିପରି ପ୍ରସ୍ତୁତ କରିବେ:-

ବନ୍ଧୁଗଣ ଏହି ଉପାୟ ଟି ଏକ ଘରୋଇ ଉଆୟ ଅଟେ ,ଏହାକୁ ଆପଣ ଅତି ସହଜରେ ବନାଇ ପାରିବେ ଆଉ ମୂଷା ଠାରୁ ମୁକ୍ତି ପାଇପାରିବେ। ତେବେ ଏହି ରିମେଡି ଟି କୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଉଛି,
୧.ଗୋଟିଏ ବିଲାତି,୨.କିଛି ଲଙ୍କା ଗୁଣ୍ଡ,୩.କିଛି ଚିନି

ପ୍ରସ୍ତୁତ କିପରି କରିବେ:-
ଏହି ଉପାୟ ଟିକୁ କରିବା ବହୁତ ସହଜ ଅଟେ ।ପ୍ରଥମେ ଗୋଟିଏ ବିଲାତି କୁ ଦୁଇ ଫାଳ କରି କାଟି ନିଅନ୍ତୁ ।ବିଲାତି ଟିକୁ ଦୁଇ ଫାଲ କରି କାଟିବା ପରେ ଆପଣ ବିଲାତି ଫାଳ ରେ ଲଙ୍କା ଗୁଣ୍ଡ କୁ ଭର୍ତ୍ତି କରନ୍ତୁ ,ଏହାକୁ ଏହିଭଳି ଭାବରେ ଭର୍ତ୍ତି କରନ୍ତୁ ଯେପରି ଲଙ୍କା ଗୁଣ୍ଡ ବିଲାତି ଭିତରକୁ ପଶି ଜୀବ ଆଉ ତା ଉପରେ କିଛି ଚିନି ଲଗାଇ ଦିଅନ୍ତୁ। ତେବେ ଏହିଭଳି ଭାବରେ ଦୁଇଟି ବିଲାତି ଫାଳ ରେ ଲଙ୍କା ଗୁଣ୍ଡ ଏବଂ ଚିନି ମିଶାଇ ଦିଅନ୍ତୁ।
ବର୍ତ୍ତମାନ ଏହି ବିଲାତି ଦୁଇ ଫାଳ କୁ ଘର ର ଯେଉଁ ଜାଗା ରେ ରଖିଦିଅନ୍ତୁ ଯେଉଁଠି କୁ ମୂଷା ଆସିବ। ଆଉ ମୂଷା ଏହାକୁ ଖାଇବା ପରେ ମୂଷା ନିଶ୍ଚିତ ଭାବରେ ଆପଣ ଙ୍କର ପଳେଇବ କାରଣ ଲଙ୍କା ଖାଇବା ପରେ ମୂଷା କୁ ବହୁତ ଶୋଷ ଲାଗେ ଆଉ ପାଣି ନପିଇଲେ ତାର ମୃତ୍ୟୁ ହୋଇଯାଏ। ତେଣୁ ସେ ନିଶ୍ଚତ ଘରୁ ପଳେଇବ ଆଉ କେବେ ବି ଘରକୁ ଆସିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।