viral video – ଡେରିରେ ସ୍କୁଲ୍ ଯିବା ଶିକ୍ଷୟତ୍ରୀଙ୍କ ପାଇଁ ପଡ଼ିଲା ମହଙ୍ଗା,ବିଚ ରାସ୍ତାରେ ଦରମା କାଟିଲେ ଗଣଶିକ୍ଷ ମନ୍ତ୍ରୀ , ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲାର ଏକ ସ୍କୁଲରେ ପିଲା ମାନଙ୍କୁ ପଣକିଆ ନ ଆସିବାରୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ କରିବା ପରେ ପୁଣି ଆକ୍ସନ ମୁଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଡେରିରେ ଯାଉଥିବା ଶିକ୍ଷୟତ୍ରୀ ଉପରେ ରାଗି ଖପା ହୋଇ ଯାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

ନିମାପଡ଼ା ଗସ୍ତ ସମୟରେ ମନ୍ତ୍ରୀ ପିପିଲି ଟୋଲଗେଟ୍ ଦେଇ ଯାଉଥିଲେ। ଆଉ ସେତେବେଳେ ର ସମୟ ଥିଲା ଦିନ ୧୦.୨୦। ତେବେ ସେହି ସମୟରେ ଏକ ସ୍କୁଟିରେ ଦୁଇ ଜଣ ଶିକ୍ଷୟତ୍ରୀ ଯାଉଥିଲେ। ଆଉ ଏହା ଦେଖିବା ପରେ ସେମାନଙ୍କୁ ଅଟକାଇ ଥିଲେ ଗଣ ଶିକ୍ଷା ମନ୍ତ୍ରୀ। ଆଉ ଏହା ପରେ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଥିଲେ ମନ୍ତ୍ରୀ।

 ମନ୍ତ୍ରୀଙ୍କ ପ୍ରଶ୍ନ ଶୁଣି ଦୁଇ ଶିକ୍ଷୟତ୍ରୀଙ୍କ ହୋସ ଉଡି ଯାଇଥିଲା। ସେମାନେ ମନ୍ତ୍ରୀଙ୍କ ପ୍ରଶ୍ନର କିଛି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ। ପରବର୍ତ୍ତୀ ସମୟରେ ମନ୍ତ୍ରୀ ପିପିଲି ନିମାପଡ଼ା ମୁଖ୍ୟ ରାସ୍ତା ପାଖରେ ଥିବା ଜଗନ୍ନାଥ ପୁର ୟୁପି ସ୍କୁଲକୁ ଅଚାନକ ଗସ୍ତ କରିଥିଲେ।

ଆଉ ସେ ସେଠାରେ ପହଁଚିବା ପରେ ଦେଖିବାକୁ ପାଇଥିଲେ ପିଲା ମାନେ ଏଣେତେଣେ ବୁଲାବୁଲି କରୁଛନ୍ତି। ଆଉ ଶିକ୍ଷକ ମାନେ ଅଫିସ ଭିତରେ ବସି ବାର୍ତ୍ତାଳାପ କରୁଛନ୍ତି। କେବଳ ଏତିକି ନୁହେଁ ସେଠାକାର ପ୍ରଧାନ ଶିକ୍ଷକ ଗାଡ଼ି ନେଇ କୁଆଡେ଼ ଯିବା ପାଇଁ ବାହାରୁ ଥିବାର ଦେଖିବାକୁ ପାଇଥିଲେ ଗଣଶିକ୍ଷା ମନ୍ତ୍ରୀ।

 ଆଉ ତାପରେ ବିଓ ଓ ଡିଓକୁ ଫୋନ୍ କରି ସେଠାକୁ ତୁରନ୍ତ ଡକାଇ ଥିଲେ।ଏହାପରେ ସେହି ସ୍କୁଲର ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରା ଯାଇଥିଲା। ଓ ଦରମା ବନ୍ଦ କରିବା ନୋଟିସ ଜାରି କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ସୂଚନା ଅନୁସାରେ ଗତକାଲି ପିଲାମାନେ ପଣକିa ନ କହି ପରିବାରୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ କରିଥିଲେ ଗଣଶିକ୍ଷା ମନ୍ତ୍ରୀ। ତୃତୀୟ ଶ୍ରେଣୀର ପିଲା ପଣକିଆ ନ କହି ପରିବାରୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ଉପରେ ରାଗି ଖପା ହୋଇ ଯାଇଥିଲେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ। ଜଣେ କି ଦୁଇ ଜଣ ଯୁବକ ନୁହେଁ ବରଂ ସେହି ଶ୍ରେଣୀର ୪-୫ ଜଣା ଛାତ୍ର ଛାତ୍ରୀଙ୍କୁ ପଣକିଆ ପଚାରିଥିଲେ ଗଣଶିକ୍ଷା ମନ୍ତ୍ରୀ।

ହେଲେ କେହି ଜଣେ ହେଲେ ସଠିକ୍ ଭାବରେ ପଣକିଆ କହିପାରି ନଥିଲେ। ଆଉ ଯେଉଁଥି ପାଇଁ ବାଲେଶ୍ୱର ମଠ ସାହି ମହାବୀର ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ କରିବାର ନିଷ୍ପତି ନେଇଥିଲେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ। ଆଉ ଏହାପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।