viral video -ଝିଅ ଅଭିଯୋଗ କଲେ ପୁଅ ବନ୍ଧା ହେଉଛି, ହେଲେ ଜଣେ ପୁଅ ହାରସମେଣ୍ଟ ହେଲେ କେହି ଶୁଣନ୍ତି ନାହିଁ,ଦେଖନ୍ତୁ କଣ କହୁଛନ୍ତି ଯୁବତୀ ଜଣକ ….

ପ୍ରେମ ଭଳି ପ୍ରବିତ୍ର ସମ୍ପର୍କକୁ ଆଜିର ପିଢ଼ି ମାନେ ଯେଉଁ ଭଳି ଗ୍ରହଣ କରୁଛନ୍ତି ତାହାର କରୁଣ ପରିସ୍ଥିତି ଦେଖିବା ପାଇଁ ମିଳୁଛି। ପ୍ରେମ କରିବାଟା ଭୁଲ ନୁହେଁ ପ୍ରେମରେ ପଡ଼ି ଭୁଲ ରାସ୍ତାରେ ପାଦ ଦେବା ସବୁଠୁ ବଡ଼ ଭୁଲ। ପ୍ରେମର ଅର୍ଥ ବୁଝିବା ପୂର୍ବରୁ ଆଜିର ପୁଅ ଝିଅ ମାନେ ପ୍ରେମ କରି ବସିଛନ୍ତି। ଯେମିତିକି ପ୍ରେମ ସେମାନଙ୍କ ପାଇଁ ମଉଜ ମଜଲିସ୍ କରିବା ଏବଂ ଶାରିରୀକ ଆକର୍ଷଣକୁ ଅନୁଭବ କରିବା ଭଳି ଏକ ମାମୁଲି ଜିନିଷ। ପ୍ରେମ କରିବାର ଏକ ଉପଯୁକ୍ତ ବୟସ ଏବଂ ସଠିକ୍ ବୁଝାମଣା ରହିବା ଦରକାର ଯାହା ଆଜିର ପୁଅ ଝିଅ ବୁଝିବା ପାଇଁ ରାଜି ନୁହଁନ୍ତି।

ଅଳ୍ପ ବୟସରୁ ପ୍ରେମରେ ପଡି ଯାଉଛନ୍ତି ଆଜିର ଆଧୁନିକ ଯୁଗର ପୁଅ ଝିଅ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏତେ ଅଳ୍ପ ବୟସରୁ ଏମାନେ କଣ ପ୍ରେମର ଅର୍ଥକୁ ବୁଝିବାରେ ସକ୍ଷମ ହୋଇଛନ୍ତି। ଆଜିର ଯୁବପିଢି ମାନେ ଅଧିକାଂଶ କ୍ଷେତ୍ରର କେବଳ କାମନା ଓ ବାସନାକୁ ପରିପୂର୍ଣ୍ଣ କରିବା ପାଇଁ ଚାହୁଁଛନ୍ତି। ତାକୁ ନେଇ ପ୍ରେମର ନା ଦେବାକୁ ଚାହୁଁଛନ୍ତି। କିନ୍ତୁ ଏଠାରେ ନା ରହିଛି ସମ୍ମାନ ନା ରହିଛି ତ୍ୟାଗ ନା ରହିଛି ଭଲପାଇବାର ପ୍ରତୀକ ଏଠାରେ କେବଳ ପରସ୍ପରକୁ ଉପଭୋଗ କରିବାର କାମନା ଓ ବାସନା ଭରି ରହିଛି।

ତେବେ କହିବାକୁ ଗଲେ ଆଜିର ଆଧୁନିକ ଯୁଗର ପୁଅ ଝିଅ ମାନେ, ପ୍ରେମ ଅର୍ଥାତ୍ ମନର ମିଳନକୁ ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ ବୋଲି ବିବେଚନା କରୁଛନ୍ତି। ସେଥି ପାଇଁ ବିଭିନ୍ନ ସମୟରେ ସେମାନଙ୍କୁ ଅପଦସ୍ତ ହେବା ପାଇଁ ପଡୁଛି। ପ୍ରେମକୁ ଏଭଳି ଗ୍ରହଣ କରୁଥିବା ପୁଅ ଝିଅ ମାନେ ପ୍ରେମ ଭଳି ପବିତ୍ର ସମ୍ପର୍କରେ କଳଙ୍କ ଭରି ଦେଉଛନ୍ତି। ପ୍ରେମକୁ କୁଳଷିତ କଲା ଭଳି ଉଦାହରଣ ଆଜିର ସମାଜରେ ପ୍ରତ୍ୟେକ ଦିନ ଦେଖିବା ପାଇଁ ମିଳୁଛି।

ବିବାହ ପୁର୍ବରୁ ପ୍ରେମିକ ପ୍ରେମିକା ମାନେ ଦୈହିକ ସମ୍ପର୍କ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ପାଠପଢ଼ା ବାହାନାରେ ବିଭିନ୍ନ ଆଳ ଦେଖାଇ ପୁଅ ଝିଅ ମାନେ ହୋଟେଲ ରୁମରେ ସମୟ ବିତାଉଛନ୍ତି। ଯାହା ପରେ ଏକ ଲଜ୍ୟା ଜନକ ପରିସ୍ଥିତି ସୃଷ୍ଟି କରୁଛି।

ଯେଉଁଥିରେ ଦୁଇଟି ପରିବାରକୁ ସମାଜ ଆଗରେ ଅପଦସ୍ତ ହେବା ପାଇଁ ପଡୁଛି।ତେବେ ଏଥି ପାଇଁ ଉଭୟ ପୁଅ ଓ ଝିଅ ଦାୟୀ ଅଟନ୍ତି। କିନ୍ତୁ ଆମ ସମାଜର ଲୋକମାନେ ଅଧିକାଂଶ ସମୟରେ କେବଳ ପୁଅ ମାନଙ୍କୁ ଏଥି ନିମନ୍ତେ ଦାୟୀ କରୁଥିବାର ଦେଖିବାକୁ ମିଳିଥାଏ।

ଯଦି କେଉଁ ଝିଅ ଗୋଟିଏ ପୁଅ ନାଁରେ ଅଭିଯୋଗ ଆଣେ ତେବେ ପୁଅ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କିନ୍ତୁ ଯେତେବେଳେ ଗୋଟିଏ ପୁଅ ଟିଏ ହାରାସମେଣ୍ଟ ହୁଏ ସେତେବେଳେ ସେ କଥା କେହି ଶୁଣନ୍ତି ନାହିଁ ଯାହା ବର୍ତ୍ତମାନ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।