ଗର୍ଭାବସ୍ଥାରେ ( Pregnancy Diet ) କେମିତି ହେବା ଦରକାର ଡାଏଟ୍‌ ? | Dr. Harshita C

ଦର୍ଶକ ବନ୍ଧୁ ଆମେ ଜାଣିଛୁ କି ପ୍ରତେକ ନାରୀ ପାଇଁ ତାହାର ଗର୍ଭବସ୍ଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ | ଆଉ ଯେଉଁଟାଗୀ ଉଭୟ ମା ଓ ଶିଶୁର ସ୍ୱାସ୍ଥ୍ୟ ପାଇଁ ଡାଏଟ ନିହାତି ଆବଶ୍ୟକ ହୋଇଥାଏ | ତେବେ ଦେଖା ଯାଏ କି ଆଜିକାଲି ମହିଳା ମାନେ ତାଙ୍କର ପିଲା ଜନ୍ମ ନ ହେବା ଆଗରୁ ସେମାନେ ନିଜର ଓ ଆଗକୁ ଆସୁଥିବା ପିଲାର ଯେମିତି ଯତ୍ନ ନେଇ ଥାନ୍ତି| ତାହା ପିଲା ଜନ୍ମ ହେବା ପରେ ସେମିତି ଆଉ ନିଜର ଯତ୍ନ ନେଇନଥାନ୍ତି |

ଯାହା ଫଳ ରେ ପିଲା ଜନ୍ମ ହେବା ପରେ ଯେତିକି ପରିମାଣ ରେ କ୍ୟାଲୋରୀ ଜଣେ ମହିଳା ଙ୍କୁ ଆବଶ୍ୟକ ହେଇଥାଏ ଓ ନିଜର ପିଲାକୁ ହେଇଥାଏ ତାହା ଠିକ ଭାବରେ ହେଇନଥାଏ ତେଣୁ ଏହି ସମୟରେ ଡାଏଟ କରିବା ଦ୍ୱାରା ପିଲା ଓ ମା, ଙ୍କୁ ଉପଯୁକ୍ତ ପରିମାଣ ର ପୋଷଣ ମିଳିଥାଏ | ଆଉ ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ସମୟରେ କଣ ଖାଇବା ଆବଶ୍ୟକ ସେ ବିଷୟରେ ଜାଣିବା |

ଗର୍ଭବତୀ ସମୟରେ କେଉଁ ସବୁ ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ ଆସନ୍ତୁ ଜାଣିବା :-

 

ଦର୍ଶକ ବନ୍ଧୁ ଗର୍ଭବତୀ ସମୟରେ ମହିଳା ମାନଙ୍କୁ ପ୍ରଥମ ରେ ଦହି, ଦ୍ଵିତୀୟ ରେ ତଟକା ପନିପରିବା ଓ ତୃତୀୟ ରେ ବିଭିନ୍ନ ପ୍ରକାର ଫଳ ଯେମିତିକି ସେଓ | ଏହିପରି ଖାଦ୍ୟ ସେବନ କରିବାକୁ ଦିୟନ୍ତୁ ଏମିତି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶରୀର ପାଚନ କ୍ରିୟା ମଧ୍ୟ ବହୁତ ଭଲ ରେ ହେଇଥାଏ ଯାହା ଦ୍ୱାରା ମା ଓ ପିଲା ସୁସ୍ଥ ରହିବେ ବୋଲି କୁହାଯାଏ | ଏହା ଛଡା ମାଛ,ମାଂସ ଅଧିକ ପ୍ରୋଟିନ ଜାତୀୟ ଖାଦ୍ୟ ରହିଥାଏ | ଯାହା ଅଧିକ କ୍ୟାଲୋରୀ ଯୁକ୍ତ ହେଇଥାଏ | ଏହି ସମୟରେ ମହିଳା ମାନଙ୍କୁ ନିଜର ଯତ୍ନ ନେବା ସହିତ ନିଜର ପିଲା ର ବି ଯତ୍ନ ନେବା ଆବଶ୍ୟକ ହେଇଥାଏ, ତାହା ସହିତ 500 କ୍ୟାଲେରୀ ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ ହେଇଥାଏ |

 

ତେବେ ଯାହା କରିବା ଦ୍ୱାରା ନିଜର ଶରୀର ସୁସ୍ଥ ରହିବା ସହିତ ନିଜ ପିଲା ର ଶରୀର ମଧ୍ୟ ସୁସ୍ଥ ରହିଥାଏ | ଆଉ ଗୋଟିଏ କଥା ମନେ ରଖିବେ ଯେ ପିଲା ଜନ୍ମ ହେବା ପରେ ଆଗରୁ ଯେମିତି ପାଣି 3 ରୁ 3.5 ଲିଟର ପାଣି ଆପଣ ପିଉଥିଲେ ସେମିତି ପ୍ରତ୍ୟେକ ଦିନ ପାଣି ପିଅନ୍ତୁ | ତାହା ବ୍ୟତୀତ ପ୍ରତ୍ୟେକ ଦିନ 500 କ୍ୟାଲରୀ ଯୁକ୍ତ ଅଧିକ ଖାଦ୍ୟ ସେବନ କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କର କ୍ଷୀର ଯେଥେଷ୍ଟ ଭାବରେ କ୍ଷରିତ ହେବ | ଆଉ ଏହିଭଳି ଭାବରେ ଆମେ ଗର୍ଭବତୀ ସମୟରେ ଦେହର ଯତ୍ନ ନେଇ ପାରିବା |

ଏହା ବ୍ୟତୀତ ଡାକ୍ତର ଙ୍କ ପରାମର୍ଶ ନେବା ସହିତ ନିଜର ଓ ଆଗକୁ ଆସୁଥିବା ନିଜ ପିଲା ର ଭଲ ଭାବରେ ଯତ୍ନ ନିୟନ୍ତୁ ଓ ସଠିକ ପୋଷଣ ର ଖାଦ୍ୟ ସେବନ କରନ୍ତୁ | ତେଣୁ ଗର୍ଭବସ୍ଥା ରେ ନିଜକୁ ସନ୍ତୁଳନ କରିବା ସହିତ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦିୟନ୍ତୁ | ତାହେଲେ ଏହିଭଳି ଭାବରେ ମହିଳା ମାନେ ଯଦି ଗର୍ଭବତୀ ସମୟରେ ଖାଇବା ଖାଇବା ତାହେଲେ ମା ର ଶରୀର ସୁସ୍ଥ ରହିବା ସହିତ ପିଲା ମଧ୍ୟ ଗର୍ଭ ରେ ସୁସ୍ଥ ରହିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।