ପ୍ରଥମ ଥର ଦେଖନ୍ତୁ ସିଦ୍ଧାନ୍ତ ମହାପାତ୍ରଙ୍କ ୫୭ ତମ ଜନ୍ମଦିନକୁ କେମିତି ସେଲିବ୍ରେଟ୍ କଲେ ମାମା ମିଶ୍ର,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଆଜିର ଯୁବ ପିଢ଼ି ମାନେ ପ୍ରାୟ ସମୟରେ ସୋସିଆଲ ମିଡିଆ ସହିତ ଏକ୍ଟିଭ ରହୁଛନ୍ତି। ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ନିଜର ପ୍ରିୟ କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିଥାନ୍ତି। ନିଜ ମନ ପସନ୍ଦର ସେଲିବ୍ରେଟି ମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଘଟୁଥିବା ଘଟଣାକୁ ଜାଣିବା ପାଇଁ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। କିଛି ପ୍ରସଂଶକ ମାନେ ନିଜର ମନ ପସନ୍ଦର ସେଲିବ୍ରେଟି ମାନଙ୍କ ପଥକୁ ଅନୁସରଣ ମଧ୍ୟ କରିଥାନ୍ତି ।

ତେବେ ଆଜି ଆମେ ଯେଉଁ ସେଲିବ୍ରେଟିଙ୍କ ବାବଦରେ କହିବାକୁ ଯାଉଛୁ ସେ ୯୦ ଦଶକରୁ ଏ ପର୍ଯ୍ୟନ୍ତ ଦର୍ଶକ ମାନଙ୍କ ହୃଦୟରେ ରାଜ୍ କରି ଆସୁଛନ୍ତି। ଦର୍ଶକ ମାନଙ୍କ ଅହେତୁକ ଭଲପାଇବା ସାଉଁଟି ପାରିଛନ୍ତି। ହଁ ଆଜ୍ଞା ଆଜି ଆମେ ଓଲିଉଡର ସୁପରଷ୍ଟାର ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୟରେ କହିବା ପାଇଁ ଯାଉଛୁ।

ସିଦ୍ଧାନ୍ତ ମହାପାତ୍ର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ୪ ମଇ ୧୯୬୬ରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସିଦ୍ଧାନ୍ତ ମହାପାତ୍ର କେବଳ ଜଣେ ସୁପରଷ୍ଟାର ନୁହଁନ୍ତି ସେ ଜଣେ ସଫଳ ରାଜନେତା ମଧ୍ୟ।ତାଙ୍କର ଅଭିନୀତ ପ୍ରଥମ ଓଡିଆ କଥାଚିତ୍ର ନାମ ରହି ଥିଲା ଶ୍ରଦ୍ଧାଞ୍ଜଳି । ଯାହାକୁ ସେ 1993 ମସିହାରେ କରିଥିଲେ ।

ସେତେବେଳେ ତାଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ସେ ଦର୍ଶକ ମାନଙ୍କୁ ଭେଟି ଦେଇଥିଲେ । ଏବେ ମଧ୍ୟ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦର୍ଶକମାନେ ବଡ ପରଦାରେ ଦେଖିବା ପାଇଁ ପାଗଳ ହୋଇ ଯାଆନ୍ତି। କେବଳ ବଡ଼ ପରଦା ନୁହେଁ ନିକଟରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଛୋଟ ପରଦାରେ ଏକ ଧାରାବାହିକରେ ଦେଖିବା ପାଇଁ ମିଳିଥିଲା।


ରାଜନୀତି ଜୀବନରେ ମଧ୍ୟ ସିଦ୍ଧାନ୍ତ ମହାପାତ୍ର ଖୁବ୍ ସଫଳତା ପାଇଛନ୍ତି। ତେବେ 2009 ମସିହାରେ ସେ ବିଜୁ ଜନତା ଦଳରେ ଯୋଗ ଦେଇ ବ୍ରହ୍ମପୁର ରୁ ଏମପି ଭାବେ ନିର୍ବାଚିତ ହୋଇଥିଲେ । 2014 ରେ ସେ ସେକେଣ୍ଡ ଟାଇମ ମଧ୍ୟ 1 ଲକ୍ଷ ଭୋଟ ରେ ଲୀଡ କରିଥିଲେ। ଦେଖିବାକୁ ଗଲେ ସିଦ୍ଧାନ୍ତ ମହାପାତ୍ର ୧୦ ବର୍ଷ ଧରି ରାଜନୀତିରେ ଖୁବ୍ ସକ୍ରିୟ ରହିଥିଲେ।

ତେବେ ନିକଟରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଜନ୍ମଦିନ ଖୁବ୍ ଧୁମ୍ ଧାମରେ ପାଳନ କରାଯାଇଛି। ଅଭିନେତା ସିଦ୍ଧାନ୍ତ ମହାପାତ୍ର ୫୭ ବୟସରେ ପାଦ ଦେଇଛନ୍ତି। ଯାହାକୁ ସେ ତାଙ୍କ ପରିବାର ଲୋକଙ୍କ ସହିତ ସେଲିବ୍ରେଟ କରିଛନ୍ତି।

ଯାହାର ଫୋଟ ଏବଂ ଭିଡିଓ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ଭିଡିଓରେ ସିଦ୍ଧାନ୍ତଙ୍କ ସହିତ ଅଭିନେତ୍ରୀ ମାମା ମିଶ୍ର ଏବଂ ସିଦ୍ଧାନ୍ତଙ୍କ ପୁଅ ଝିଅ ଓ କିଛି ସମ୍ପର୍କୀୟ ନଜର ଆସୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।