health tips – ପେଟର ଚର୍ବି ଘିଅ ଭଳି ତରଳି ଦେବ, ବ୍ୟବହାର କରନ୍ତୁ ଏହି ଗୋଟିଏ ଜିନିଷ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!
ଆଜିର ଦିନରେ ଅଧିକାଂଶ ବ୍ୟକ୍ତିବିଶେଷ ମୋଟା ପଣର ଶିକାର ହେଉଛନ୍ତି। ଆଜିର ଦିନରେ ଅନେକ ଲୋକେ ନିଜର ବେଲିଫେଟ ଓ ଏକ୍ସଟ୍ରା ଚର୍ବିକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି। ଏହି ସମସ୍ୟା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ପ୍ରାୟ ଲୋକେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ତେବେ ଏଥି ପାଇଁ ମାନେ ଆଜି ଏକ ସରଳ ଏବଂ ଖୁବ୍ ସହଜ ଉପାୟ ନେଇ ଆସିଛୁ। ଯାହାକୁ ଅନୁସରଣ କରି ଆପଣ ଆପଣଙ୍କ ପେଟରେ ଜମି ହୋଇ ରହିଥିବା ଚର୍ବିକୁ ତରଳାଇ ପାରିବେ।
ଏହା ଆପଣଙ୍କ ଶରୀରର ଓଜନ କମ କରିବା ପାଇଁ ବହୁତ ସହାୟକ ହେବ ଏବଂ ଏଥି ସହିତ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦୂର କରିବା ପାଇଁ ମଧ୍ୟ ଏହା ଖୁବ୍ ଲାଭଦାୟକ ଅଟେ। ତେବେ ଆସନ୍ତୁ ଜାଣିବା ଏହି ହୋମ ରେମେଡି ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ଏବଂ ସେବନ ବିଷୟରେ।
ଏହି ହୋମ ରେମେଡି ପାଇଁ କେବଳ ମାତ୍ର ଗୋଟିଏ ଜିନିଷର ଆବଶ୍ୟକତା ରହିଛି। ଯାହା ଆପଣଙ୍କୁ ଆପଣଙ୍କ ରୋଷେଇ ଘରେ ସହଜରେ ପାଇ ପାରିବେ। ତେବେ ଏଥି ପାଇଁ ଆବଶ୍ୟକ ସାମଗ୍ରୀ ହେଉଛି ମାତ୍ରଦୁଇଟି ତେଜପତ୍ର।
ତେଜପତ୍ର:-
ତେଜପତ୍ର ଖାଲି ତରକାରୀର ସ୍ବାଦ ବଢାଇ ନଥାଏ, ବରଂ ଏହାର ରହିଛି ଅନେକ ସ୍ବାସ୍ଥ୍ୟପୋକାରୀ ଗୁଣ। ଏହାକୁ ସେବନ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀରର ଅନେକ ରୋଗ ଦୂର ହୋଇଥାଏ।ତେଜପତ୍ରରେ ଭିଟାମିନ୍-ସି ଏବଂ ଭିଟାମିନ୍-ଏ ଥାଏ। ଏହି ଦୁଇ ଭିଟାମିନ୍ ଆମ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଭିଟାମିନ-ସି ଆମ ଶରୀରରେ ଧଳା ରକ୍ତ କଣିକାକୁ ବଢ଼ାଇବାର କାମ କରିଥାଏ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧ କ୍ଷମତା ମଜଭୁତ ହୋଇଥାଏ। ସେହିପରି ଭିଟାମିନ-ଏ ଦୃଷ୍ଟିଶକ୍ତି ବଢ଼ାଇଥାଏ। ଏଥି ସହିତ ଏହା ଖାଦ୍ୟ ହଜମ କରିବାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ ଏବଂ ଏହା ଓଜନ କମ କରିବାପାଇଁ ବହୁତ ଲାଭଦାୟକ ସାମଗ୍ରୀ ଅଟେ।
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଗ୍ୟାସ ଉପରେ ଏକ ପାତ୍ର ବସାଇ ଏଥିରେ ଏକ ଗ୍ଲାସ ପାଣି ଦିଅନ୍ତୁ ଏବେ ଏଥିରେ ଦୁଇଟି ତେଜ ପତ୍ରକୁ ଭଲ ଭାବରେ ଧୋଇ ପକାନ୍ତୁ। ଏବେ ଏହାକୁ ୨-୩ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟିବା ପାଇଁ ଛାଡି ଦିଅନ୍ତୁ। ଏହି ଗ୍ୟାସକୁ ବନ୍ଦ କରି ଏହି ପତ୍ରକୁ ଏକ ଢାଙ୍କୁଣି ଦ୍ୱାରା କଭର୍ କରିଦିଅନ୍ତୁ। ଯାହା ଦ୍ଵାରା ତେଜପତ୍ରରେ ରହିଥିବା ସବୁ ପୋଷକ ତତ୍ତ୍ଵ ସମ୍ପୁର୍ଣ୍ଣ ଭାବରେ ପାଣିରେ ମିଶିଯିବ। ସେଥି ପାଇଁ ଏଥିରେ ଢାଙ୍କୁଣି ଦେଇ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଏହା ପରେ ଏହାକୁ ଏକ ଗ୍ଲାସକୁ ଛାଣି ରଖନ୍ତୁ।
ସେବନ:-
ଏବେ ଏହି ୱେଟଲସ ଡ୍ରିଙ୍କକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ। ଏହା ମାସେରୁ ଦୁଇ ମାସ ପର୍ଯ୍ୟନ୍ତ ସେବନ କରିବା ଦ୍ୱାରା ପେଟରେ ଜମି ହୋଇ ରହିଥିବା ଏକ୍ସଟ୍ରା ଚର୍ବି ସବୁ ତରଳିବାକୁ ଲାଗିବ ଏବଂ ଶରୀରରେ ଓଜନ କମ ହୋଇଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।