viral ଭିଡ଼ିଓ – ଦୀଘା ସମୁଦ୍ରରେ,ଭାସିଗଲେ ଅମାନିଆ ପର୍ଯ୍ୟଟକ,ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପଶିଛି ପାଣି । ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । କେନ୍ଦ୍ରାପଡା, କଟକ, ବାଲେଶ୍ୱରର ଅନେକ ଗାଁ ଜଳବନ୍ଦୀ ହୋଇରହିଛି । ମହାନଦୀରେ ପାଣି ବଢିବା ପରେ କଟକ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଛି ମହାନଦୀର ପ୍ରଥମ ବନ୍ୟା ଜଳ ।

ପଶ୍ଚିମ ଓଡିଶାର କଳାହାଣ୍ଡି, ବରଗଡ, ସୁନ୍ଦରଗଡ ବି ବନ୍ୟାରେ ପ୍ରଭାବିତ ହୋଇଛି । ସେପଟେ ଲଗାଣ ବର୍ଷା ସହିତ ବନ୍ୟାର ଆଶଙ୍କା ଭିତରେ ଦୀଘା ସମୁଦ୍ରରେ ସେଲଫି ନେବା ମହଙ୍ଗା ପଡିଛି । ଜଣେ ଯୁବକ ସମୁଦ୍ରରେ ଭାସିଯାଇଥିବାବେଳେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଲଗାଣ ବର୍ଷା ସହିତ ବନ୍ୟାର ଆଶଙ୍କା ଭିତରେ ଦୀଘା ସମୁଦ୍ରରେ ସେଲଫି ନେବା ମହଙ୍ଗା ପଡିଛି । ସମୁଦ୍ର ଅଶାନ୍ତ ରହିଥିବାବେଳେ ପର୍ଯ୍ୟଟକ ସମୁଦ୍ରକୁ ଯାଇଥିଲେ ଓ ସେଲଫି ନେଉଥିଲେ । ଏହି ସମୟରେ ସଂପୃକ୍ତ ଯୁବକଙ୍କ ଗୋଡ ଖସିଯିବା ଯୋଗୁଁ ପାଣିରେ ଭାସିଯାଇଥିଲେ । ତେବେ ନୋଳିଆ ଏବଂ ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯୁବକ ଜଣକ ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲାର ଶୁଭାପ୍ରସାଦ ମଣ୍ଡଳ ବୋଲି ଜଣାପଡିଛି ।

ସେପଟେ ମହାନଦୀ ରେ ପାଣି ବଢିବା ପରେ କଟକ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଛି ମହାନଦୀର ପ୍ରଥମ ବନ୍ୟା ଜଳ । କେନ୍ଦ୍ରାପଡା ରେ ମଧ୍ୟ ସ୍ଥିତି ସଙ୍ଗୀନ । ଘର ଭିତ ରେ ବନ୍ୟା ପାଣି ପ୍ରବେଶ କରିଛି । ବେଡ ଉପରେ ଘର ଲୋକେ ବସିଛନ୍ତି ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ରେ ଜଳକା ନଦୀ ବିପଦ ସଂକେତ ଉପରେ ରହିଛି । ଜଳକା ନଦୀ ଫୁଲିବାରୁ ଗୋଠଗଡ଼ିଆ ଅଞ୍ଚଳ ରେ ପଶିଛି ବନ୍ୟା ପାଣି । ନଳକୂପ ବୁଡ଼ି ରହିଥିବା ବେଳେ ଗାଁ ଦାଣ୍ଡରେ ବନ୍ୟାପାଣି ଛିଡା ହୋଇଥିବାରୁ ଗୃହପାଳିତ ପଶୁକୁ ସୁରକ୍ଷିତ ସ୍ଥଦୀଘା ସମୁଦ୍ର ଉତ୍ତାଳ ଢ଼େଉ ରେ ମଙ୍ଗଳ ବାର ଭାସିଯାଇ ଦୁଇ ବଙ୍ଗୀୟ ପର୍ଯ୍ୟଟକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ପର୍ଯ୍ୟଟକ ଅଳ୍ପକେ ବର୍ତ୍ତି ଯାଇଥିବା ର ଜଣାପଡ଼ିଛି ।

ସୂଚନା ଯେ, ପଶ୍ଚିମବଙ୍ଗ ହାଓଡ଼ା ଲିଲୁଆ ଥାନା ଅଧୀନ ଜଗଦୀଶପୁର ଅଞ୍ଚଳ ର ୪ଯୁବକ ଏକ କାର୍ଯ୍ୟ ରେ ଦୀଘା ଆସିଥିଲେ । ପ୍ରଶାସନର ଆଢୁ ଆଳରେ ଓଲ୍ଡଦୀଘା ସମୁଦ୍ର କୂଳକୁ ଗାଧୋଇବା ପାଇଁ ଯାଇଥିଲେ । ମାତ୍ର ଗାଧୋଇବା ସମୟ ରେ ଅସାବଧାନତା ଯୋଗୁଁ ସମୁଦ୍ର ର ଉତ୍ତାଳ ଜୁଆରରେ ସମସ୍ତେ ଭାସିଯାଉଥିଲେ ।

ସ୍ଥାନୀୟ ନେଳିଆ ଏହା ଦେଖି ଯୁବକ ମାନଙ୍କୁ ସମୁଦ୍ର ରୁ ଉଦ୍ଧାର କରି କୂଳ କୁ ଆଣିଥିଲେ । ପରେ ସେମାନଙ୍କୁ ଦୀଘା ଜେନେରାଲ ହାସପାତାଳକୁ ନେଇଥିବା ବେଳେ ସେଠାରେ ଡାକ୍ତର ୨ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ଦୁଇ ଯୁବକ ହେଲେ ନୁରମହମ୍ମଦ ମିଦ୍ୟା ଓ ମୈଦୁଲ ନସ୍କର । ଅନ୍ୟ ଦୁଇ ପର୍ଯ୍ୟଟକ ସୁସ୍ଥ ହୋଇଥିବା ବେଳେ ମୃତକ ଙ୍କୁ କାନ୍ଥି ଦାଗୁହା ହାସପାତାଳ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଦୀଘା ମେରାଇନ୍ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।