ଆଜି କାଲି ଦୁନିଆ ରେ ସମସ୍ତେ ବହୁତ ବ୍ୟସ୍ତତା ଓ ଚଳଚଂଚଳ ଭିତରେ ନିଜର ଜୀବନକୁ ଅତିବାହିତ କରୁଛନ୍ତି। ତେଣୁ କାହା ପକାହାରେ ବି ଅନ୍ୟ କାହା ପାଇଁ ଜମା ବି ସମୟ ନାହିଁ। ଯେମିତି କି ଆଜି କାଲି ବାପା ମାଙ୍କ ର ସମୟ ନାହିଁ ନିଜର ପିଲା ମାନଙ୍କ ପାଇଁ। ସେଥି ପାଇଁ ଏବେକାର ପିଲା ମାନେ ବାର୍ତାମାନ ଏମିତି କିଛି ଜିନିଷ ଗୁଡିକ ପ୍ରତି ଆକର୍ଷିତ ହେଉଛନ୍ତି ଯେଉଁଥିରୁ କି ତାଙ୍କୁ ଭବିଷ୍ୟରେ ନିବୃତ ହେବା କଷ୍ଟ କର ହୋଇ ପଡୁଛି। ତେବେ ଆଜି କାଲି ର ପିଲା ମାନେ ସ୍ମାର୍ଟ ଫୋନ ପ୍ରତି ଏତେ ଏଡିକଟେଡ଼ ହେଇ ଯାଉଛନ୍ତି ଯାହା ପାଇଁ କି ସେମାନେ ଅନ୍ୟ ସବୁ କିଛି କୁ ଭୁଲି ଯାଉଛନ୍ତି।
ତେବେ ଏମିତି ବହୁତ କିଛି ଜିନିଷ ସ୍ମାର୍ଟ ଫୋନ ରେ ରହିଛି ଯେଉଁଥି ପାଇଁ ପିଲା ମାନେ ଅଜାଣତରେ ନିଜର ଅନେକ କ୍ଷତି କରି ଦେଇଥାନ୍ତି। ଯେମିତି କି……
ଅତ୍ୟଧିକ ସ୍ମାର୍ଟ ଫୋନ ବ୍ୟବହାର ଯୋଗୁଁ ପିଲା ମାନେ ନିଜର ଚାରି ପାଖ ରେ ଘଟୁଥିବା ଘଟଣା ଗୁଡିକ ବିଷୟରେ କିଛି ଜାଣି ପାରି ନଥାନ୍ତି। ଏହା ସହ ସେମାନେ ଗୁରୁଜନ ମାନଙ୍କୁ ସମ୍ମାନ ଦେବାକୁ ଭୁଲିଯାଇ ଥାଆନ୍ତି।
ଏହା ସହ ସେମାନେ ମୋବାଇଲ ରେ ଏତେ ହଜି ଯାଆନ୍ତି ଯେ ନିଜର ଖାଇବା ପିଇବା ପ୍ରତି ଧ୍ୟାନ ଦେବାକୁ ଭୁଲି ଯାଆନ୍ତି। ସେମାନଙ୍କ ବ୍ୟବହାର ରେ ବହୁତ ପରି ବର୍ତନ ଆସିଥାଏ ସେମାନେ ଟିକେ ଟିକେ କଥାରେ ରାଗି ଯାଆନ୍ତି। ପ୍ରତ୍ୟକ କଥାରେ ଜିଦ କରିବା ଆରମ୍ଭ କରି ଦିଅନ୍ତି। ଅନେକ ସମୟରେ ସେମାନଙ୍କ ର ଜିଦ ପୁରଣ ନହେଲେ ସେମାନେ ଆତ୍ମହତ୍ୟା କରିବା କୁ ମଧ୍ୟ ପଛାଇ ନଥାନ୍ତି।
ତେବେ ପିଲା ମାନେ ସ୍ମାର୍ଟ ଫୋନ ଏଡିକଟେଡ଼ ହେବାର କାରଣ କଣ ?
ଆଜି କାଲି ବାପା ମା ମାନେ ନିଜର କାମ ରେ ଏତେ ବ୍ୟସ୍ତ ରହି ଯାଉଛନ୍ତି କି ନିଜର ପିଲା କୁ ସ୍ମାର୍ଟ ଫୋନ ଧରାଇ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି। ଯାହା ଫଳରେ ପିଲା ଟି ଶିରେ ଧୀରେ ସ୍ମାର୍ଟ ଫୋନ ଏଡିକଟେଡ଼ ହେଇ ଯାଉଛି
ପିଲା ମାନେ ଛୋଟ ଥିବା ବେଳେ ଖାଦ୍ୟ ନ ଖାଇଲେ ବାପା ମା ମାନେ ତାଙ୍କୁ ମୋବାଇଲ ରେ କାର୍ଟୁନ ଓ ବିଭିନ୍ନ ପ୍ରକାର ର ଭିଡ଼ିଓ ଦେଖାଇ ଖୁଆଇ ଥାଆନ୍ତି। ଯାହା କି ପରବର୍ତୀ ଅବସ୍ଥାରେ ସେମାନଙ୍କୁ ବହୁତ ଅସୁବିଧା ରେ ପକାଇ ଥାଏ ଓ ସେମାନେ ସ୍ମାର୍ଟ ଫୋନ ପ୍ରତି ଏଡିକଟେଡ଼ ହୋଇ ଯାଆନ୍ତି।
ଏହି ପରି ଅନେକ କାରଣ ରହିଛି ଯାହା କି ପିଲାମାନଙ୍କୁ ସ୍ମାର୍ଟ ଫୋନ ପ୍ରତି ଏଡିକଟେଡ଼ କରୁଛି। ତେଣୁ ପ୍ରତ୍ୟକ ବାପା ମା ନିଜର ପିଲା ମାନଙ୍କୁ ଏଥିରୁ ନିବୃତ ରହିବାକୁ ପରାମର୍ଶ ଦେବା ଉଚିତ ଏହା ସହ ସେମାନେ ପିଲା ମାନଙ୍କ ସହ ସମୟ ବିତାଇବା ଇଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।