ଛାତି ହଲା ଡ୍ୟାନ୍ସ ଲୋକତ ଚାହୁଁ ନାହାଁନ୍ତି ,ତୁମେ ଏମିତି କାହିଁକି ନାଚୁଛ..ଏଇଟା ମଞ୍ଚ ତୁମ ଖଟ ନୁହଁ ଏମିତି କହିଲେ ଦୈତାରୀ ପଣ୍ଡା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଯାତ୍ରା ରେ ଅଶ୍ଲୀଳ ନାଚ କୁ ବିରୋଧ ଜୋତା ଫିଙ୍ଗିବା ସହ ଯାତ୍ରା ବନ୍ଦ କଲେ ମହିଳା । କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇ ଗଲା । ସୂଚନା ଅନୁଯାୟୀ କାଳୀ ପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲା ରେ ଚରମ୍ପା ଅଞ୍ଚଳ ରେ ଯାତ୍ରା ରାଜ ନନ୍ଦିନୀ ଯାତ୍ରା ପରିବେଷଣ କରୁଛି ।

ରାଜ ନନ୍ଦିନୀ ଯାତ୍ରା ପାର୍ଟି ର ରାନୀ ପ୍ରିୟଦର୍ଶିନୀ ନାମ କ ଅଭିନେତ୍ରୀ ନାଚ ପରିବେଷଣ କରିଥିଲେ । କିନ୍ତୁ ଅଶ୍ଳୀଳ ନାଚ ଦେଖି ଦର୍ଶକ ଙ୍କ ମଧ୍ୟ ରୁ ଜଣେ ମହିଳା ନାଚୁ ଥିବା ଯାତ୍ରା ଅଭିନେତ୍ରୀ ଙ୍କ ଉପର କୁ ଜୋତା ଫିଙ୍ଗି ଥିଲେ ।

ଜୋତା ଫିଙ୍ଗିବା ପରେ ମଧ୍ୟ ଅଭିନେତ୍ରୀ ଜଣ ଙ୍କ ନୃତ୍ୟ ଜାରି ରଖି ଥିଲେ । ପରେ ଅତିଷ୍ଠ ହୋଇ ମହିଳା ଜଣ ଙ୍କ ଯାତ୍ରା ପେଣ୍ଡାଲ ଉପର କୁ ଉଠି ଥିଲେ । ଏବଂ ଯାତ୍ରା ନୃତ୍ୟ ବନ୍ଦ କରିବା କୁ ମଞ୍ଚ ଉପରେ ଅଡ଼ି ବସି ଥିଲେ । ବେଶ କିଛି ସମୟ ପାଇଁ ବନ୍ଦ ହୋଇ ଯାଇ ଥିଲା ଯାତ୍ରା । ଆୟୋଜକ କମିଟି ସଦସ୍ୟ ଓ ଯାତ୍ରା ପାର୍ଟି ର ସଦସ୍ୟ ମହିଳା ଙ୍କୁ ବହୁ ବୁଝା ସୁଝା କରିଥିଲେ । ପରବର୍ତ୍ତୀ ସମରେ ଯାତ୍ରା ପୁଣି ଆରମ୍ଭ ହୋଇଥିବା ସୂଚନା ରହିଛି ।

ଚପଲ ଫୋପାଡ଼ି ଥିବା ମହିଳା ଜଣକ ମନ୍ଦାକିନୀ ପଣ୍ଡା ବୋଲି ଜଣା ପଡ଼ିଛି । କନକ ନ୍ୟୁଜ କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସେ ଯାହା କରିଛନ୍ତି ଠିକ୍ କରିଛନ୍ତି । ଏହା ନାଚ ନୁହେଁ, ଅଙ୍ଗ ପ୍ରଦର୍ଶନ ଥିଲା ବୋଲି କହିଛନ୍ତି ମନ୍ଦାକିନୀ । ସେପଟେ ସୀମା ଭିତରେ ରହି ନାଚିଥିବା କହିଛନ୍ତି ରାନୀ ପ୍ରିୟଦର୍ଶିନୀ ।


ମହିଳା ଜଣଙ୍କ କୁଆଡ଼େ ଶାନ୍ତ ପଡ଼ିଥିଲେ । ଏବେ କିନ୍ତୁ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି କରିଛି । ଭଦ୍ରକ ବାସୁଦେବପୁର ଉପନିର୍ବାଚନର ତାତିକୁ ପଛରେ ପକାଇ ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣାକୁ ନେଇ ସଫେଇ ଦେଇ ସଂପୃକ୍ତ ଆଇଟମ ଡ୍ୟାନସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି, ମୁଁ କିଛି ଖୋଲିନାହିଁ, ମୋର କିଛି ଖସିନାହିଁ । ମୁଁ ନୃତ୍ୟରେ ମଗ୍ନ ଥିଲି । ତେବେ ରାନୀ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ ମଧ୍ୟ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି ।

ଏହି କଥା ଶୁଣି ଦୈତାରି ପଣ୍ଡା କହିଛନ୍ତି ଏହି ପରି ଘଟଣା ଆଗ ରୁ ଥରେ ଯଦି ଘଟି ଥିଲା ତା ହାଲେ ଏମିତି ଅଶ୍ଳୀଳ ନାଚିବା କଣ ଦରକାର ଥିଲା । ଲୋକ ମାନେ ତ ଚାହୁ ନାହାନ୍ତି , ତାହେଲେ ତୁମେ ଏହି ପରି କାହିଁକି ନାଚୁଛ । ଯାତ୍ରା ର ଡାଇରେକ୍ଟର ଏହି ଭଳି ଦୈତାରି ପଣ୍ଡା କହିଥିଲେ ଏଇଟା ତୁମ ଖଟ ନୁହଁ ଯାହା ପାରିବ ତାହା କରିବ ତାଙ୍କର ଏହି ଅଶ୍ଳୀଳ ନାଚିବା ଦେଖି ଭଦ୍ରକ ରେ ଏହି ଭଳି ଡାନ୍ସ ଦେଖିବା କୁ ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।