viral ଭିଡ଼ିଓ – ମୋ ଆଗରେ ଅର୍ଚ୍ଚନାକୁ ଜଙ୍ଗଲକୁ ଟେକି ନେଇଥିଲେ ଟୋକା ମାନେ,ଜଙ୍ଗଲରେ କରୁଥିଲେ ରାସଲୀଳା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଅର୍ଚ୍ଚନା ନାଗ ଗିରଫଦାରୀ ପରେ ଦିନକୁଦିନ ତାଙ୍କ ସମ୍ପର୍କରେ ନୂଆ ନୂଆ ଗୁମର ଫିଟିବାରେ ଲାଗିଛି। ସେ ୨୦୦୫-୦୬ ମସିହାରୁ ନିଜ ପୈତୃକ ଘର କେନ୍ଦୁଗୁଡ଼ାରେ ନରହି ଲାଞ୍ଜିଗଡ଼ରେ ରହିଆସୁଥିଲେ। ସେତେବେଳେ ଅର୍ଚ୍ଚନାଙ୍କ ମା’ ଲାଞ୍ଜିଗଡ଼ସ୍ଥିତ ନୋଡ଼ାଲ ସ୍କୁଲରେ ଶିକ୍ଷକତା କରୁଥିବା ସୂଚନା ମିଳିଛି।

ହସ୍ତଗତ ସୂଚନା ଅନୁସ‌ାରେ, ୨୦୦୮ ମସିହାରେ ତାଙ୍କ ବାପା ଝିଅକୁ ଅସଦାଚରଣ ଅଭିଯୋଗ ନେଇ ଲାଞ୍ଜିଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ। ତତ୍କାଳୀନ ଥାନାଧିକାରୀ କେସ୍ ନଂ ୮୮/୨୦୦୮ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଏଥିରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲେ।

ଏହାପରେ ଅର୍ଚ୍ଚନାଙ୍କ ପରିବାର ଲାଞ୍ଜିଗଡ଼ ଛାଡ଼ିଥିବା ବେଳେ କେସିଙ୍ଗାରେ ଘରଦ୍ବାର କରି ରହିଆସୁଥିଲେ। ସେଠାରୁ ଭୁବନେଶ୍ବର ଯାଇ ରାତାରାତି କୋଟିପତି ହେବା ଓ ବଡ଼ବଡ଼ିଆଙ୍କୁ ବ୍ଲାକ୍‌ମେଲିଂ ଅଭିଯୋଗରେ ଛନ୍ଦି ହେବାପରେ ତାଙ୍କ ସଂପର୍କରେ ଅଧିକ ଜାଣିବାକୁ ଲୋକେ ଅତିମାତ୍ରାରେ ଉତ୍ସୁକ ହୋଇପଡ଼ିଛନ୍ତି।

ଲାଞ୍ଜିଗଡ଼ ନିକଟସ୍ଥ କେନ୍ଦୁଗୁଡ଼ାରେ ଅର୍ଚ୍ଚନାଙ୍କ ବଡ଼ବାପା, କାକାମାନଙ୍କ ପରିବାର ରହୁଥିବା ବେଳେ ପ୍ରାୟ ୧୫ ବର୍ଷ ହେଲା ସେମାନେ ପରିବାର ସହିତ ସଂପର୍କରେ ରଖୁନଥିବା ସୂଚନା ମିଳିଛି। ‘ ଭାଇ କେସିଙ୍ଗା ସ୍ଥାନାନ୍ତର ହେବାପରେ ତାଙ୍କ ସହିତ ସଂପର୍କ ଛିନ୍ନ ହୋଇ ସାରିଥିଲା। ଆମ ପରିବାରରେ କୌଣସି ବିବାହ କିମ୍ବା ଅନ୍ୟ କୌଣସି ପର୍ବପର୍ବାଣିରେ ସୁଦ୍ଧା ସେମାନେ ଆସୁନଥିଲେ,’ ବୋଲି ଅର୍ଚ୍ଚନାଙ୍କ ବଡ଼ବାପା ଓ ସଂପର୍କୀୟମାନେ କହିଛନ୍ତି।


କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କେନ୍ଦୁଗୁଡ଼ା ଗ୍ରାମରେ ଏକ କମ୍ପାନି ପକ୍ଷରୁ ୨୦୦୩ ମସିହାରୁ ଅର୍ଚ୍ଚନା ନାଗଙ୍କ ପରିବାର ବିସ୍ଥାପିତ ହୋଇଥିଲେ। ପ୍ରାୟ ୨୫ରୁ ଅଧିକ ଏକର ଜମି ପରିବାରଲୋକେ ହରାଇଥିଲେ। ଏହି ଜମିହରା ସଂଘର ସଭାପତି ଥାଇ ସୁରେନ୍ଦ୍ର ନାଗ କମ୍ପାନି ବିରୋଧରେ ଆନ୍ଦୋଳନ କରିଥିଲେ।

ବର୍ତ୍ତମାନ ଅର୍ଚ୍ଚନା ଘଟଣା ପରେ କେନ୍ଦୁଗୁଡ଼ା ଗ୍ରାମ ଓ ବିସ୍ଥାପିତଙ୍କ ସମସ୍ୟା ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କେନ୍ଦୁଗୁଡ଼ା ଜନ୍ମମାଟି ଓ ଲାଞ୍ଜିଗଡ଼ ନୋଡାଲ ସ୍କୁଲ କ୍ବାର୍ଟର ମୂକସାକ୍ଷୀ ପାଲଟିଛି। କେସିଙ୍ଗାରେ ଦଶମ ଶ୍ରେଣୀ ପଢ଼ୁଥିବା ବେଳେ ହିରୋଇନ ହେବା ନିଶାରେ ଯାତ୍ରାପାର୍ଟିର ଜଣେ ଯୁବକ ସହ ସେ ଫେରାର ହୋଇଥିଲେ। କେସିଙ୍ଗା ଥାନାରେ ଏନେଇ ମାମଲା ମଧ୍ୟ ରୁଜୁ ହୋଇଥିଲା।

୨୦୦୮ ମସିହାରେ ଷଷ୍ଠ ଶ୍ରେଣୀରେ ପାସ କଲା ପରେ ଅର୍ଚ୍ଚନା ଲାଞ୍ଜିଗଡ଼ ସ୍କୁଲ ଛାଡ଼ିଥିଲେ। ୨୦୦୮ ମସିହାରେ କେସିଙ୍ଗା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ନାମ ଲେଖାଇଥିଲେ। ପରେ ୨୦୦୯ ମସିହାରେ କେସିଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନବମ ଶ୍ରେଣୀରେ ନାମ ଲେଖାଇଥିଲେ।

୨୦୧୨ ମସିହାରେ ମାଟ୍ରିକ୍‌ ପ୍ରି-ଟେଷ୍ଟ ପରୀକ୍ଷା ପରେ କେସିଙ୍ଗା ସହରରେ ଏକ ଯାତ୍ରା ଅପେରା ପାର୍ଟି ପଡ଼ିଥିଲା। ହିରୋଇନ ହେବା ନିଶାରେ ଅର୍ଚ୍ଚନା ଏହି ଯାତ୍ରା ପାର୍ଟିର ଜଣେ ଯୁବ କଳାକାରଙ୍କ ସହିତ ଫେରାର ହୋଇଥିଲେ।
ଏନେଇ କେସିଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପରେ କେସିଙ୍ଗା ପୁଲିସ ତାକୁ ଭୁବନେଶ୍ବରରୁ ଠାବ କରି କେସିଙ୍ଗା ଆଣିଥିଲା। ଏହାପରେ ଅର୍ଚ୍ଚନା ମାଟ୍ରିକ ପରୀକ୍ଷା ଦେଇଥିଲା ଓ ପୁଣି ସେହି ଯୁବକ ସହିତ ମୁମ୍ବାଇ ଚାଲି ଯାଇଥିଲା। ହିରୋଇନ ହେବା ନିଶା ତାକୁ ମାଟ୍ରିକ୍‌ ପଢ଼ିବା ବେଳୁ ଘାରିଥିଲା। ଅର୍ଚ୍ଚନାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହେବା ପରେ ପରିବାରଲୋକ ଅପମାନିତ ହୋଇ କେସିଙ୍ଗାକୁ ଚାଲି ଆସିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।