ଛିଃ…ଛିଃ….”ପୁରୀରେ ତ ଅଠର ନଳା, କିନ୍ତୁ ଏଠି କେତେ ନଳା..କେତେ ନେତା ମନ୍ତ୍ରୀ ପଶିଛନ୍ତି..ମାନିବାକୁ ପଡିବ ତାକୁ”:ଏମିତି କହିଲେ ସୁର ରାଉତରାୟ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଅର୍ଚ୍ଚନା ନାଗ ଯେଉଁପରି ଜାଲ ବିଛାଇଛନ୍ତି ବହୁ ନେତା ତଥା ବହୁ ଅଫିସର ଙ୍କ ନାମ ଆସୁଛି । କଂଗ୍ରେସ ହେଉ କି ବିଜେଡି ର ହେଉ କି ତାଙ୍କ ପୁଅ ଙ୍କର ମଧ୍ୟ ନାମ ଆସୁ ତଥା କେଉଁ ମନ୍ତ୍ରୀ MLA ର ନାମ ଆସୁ, କେଉଁ ପଦାଧିକାରୀ ତଥା IAS, IPS ର ନାମ ଉଠୁଛି OAS ଙ୍କର ନାମ ଉଠୁଛି, ଇଞ୍ଜିନିୟର ଙ୍କର ନାମ ଉଠୁଛି, ତେବେ ଅଳ୍ପ ଦିନରେ ସେ ପ୍ରଚୁର ପଇସା ଉପାର୍ଜନ କରିଛନ୍ତି ତାହା ପୁଣି ଇଲିଗାଲ ୱେ ରେ ।

ଉଭୟଙ୍କ ବିରୁଦ୍ଧରେ ଏକ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଉଭୟ ଙ୍କୁ ଆରେଷ୍ଟ କରାଯାଇଛି ତଥା କେସ କରାଯାଇଛି ସେଥି ନିମନ୍ତେ ସରକାରଙ୍କୁ ଧନ୍ୟବାଦ । ମାତ୍ର ଏଥିରେ ସନ୍ତୁଷ୍ଟି ଆଦୌ ନୁହେଁ । ଗୋଟିଏ କ୍ରାଇମ ଇଙ୍କ୍ୱାରୀ ନିଶ୍ଚିତ ଭାବରେ କରାଯାଉ, କିଏ ଏଥିରେ ଇନଭଲ୍ବ ତଥା କେଉଁ ଦଳ ଏଥିରେ ଇନଭଲ୍ବ ? କଂଗ୍ରେସ, ବିଜେଡି କି ବିଜେପି ତଥା କେଉଁ ଦଳ ଲୋକ ଅଛନ୍ତି ।

 ସେ ଯେ ହେଇଥାଉ ମୁଁ ହେଇଥାଉ କି ମୋ ପୁଅ ହେଇଥାଉ ଯାହା ଇଙ୍କ୍ୱାରୀରେ ଆସିବ ପନିସମେଣ୍ଟ ହେବା ନିହାତି ଭାବରେ ଦରକାର । କଠୋର ଦଣ୍ଡ ହେବା ଦରକାର, ଏହା ନିତ୍ୟାନ୍ତ ଆବଶ୍ୟକ । ଓଡିଶା ସଂପୂର୍ଣ୍ଣ ଭାବରେ କଳଙ୍କିତ ହେଇଯାଉଛି ତଥା ନିନ୍ଦିତ ହେଇଯାଉଛି ।

ଓଡିଶା ବଦନାମ ହେଇଯାଉଛି, ଆମେ ସବୁ ୫୦ ବର୍ଷ ର ବିଧାୟକ ଏତେ କଳଙ୍କିତ ସମାଜକୁ କରିବା ଉଚିତ ହେବନାହିଁ ।ମାତ୍ର ସମାଜ କୁ ରଖି ଯାହା କରାଯିବ । ସମାଜକୁ କଳଙ୍କିତ କରିଦେଲେ ତାହା ଖରାପ ହୋଇଯିବ ସଂପୂର୍ଣ୍ଣ ଭାବରେ । ଏହାର ପ୍ରତିକାର କରିବେ କ୍ରାଇମ ଇଙ୍କ୍ୱାରୀ ହେଉ କେଉଁମାନେ ଏଥିରେ ଇନଭଲ୍ବ ? ଏମାନଙ୍କ ନାମ ଲୋକ ଲୋଚନକୁ ଅଣାଯାଉ । ପନିସମେଣ୍ଟ ଦିଆଯାଉ, ଆରେଷ୍ଟ କରାଯାଉ, ତଥା ଜେଲ ପଠାଯାଉ ।


ତା’ ହେଲେ ଯାଇ ସୁର ରାଉତରାୟ ସନ୍ତୁଷ୍ଟ ହେବେ ବୋଲି କହିଛନ୍ତି । ସେ କହିଛନ୍ତି ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଏଭଳି ଭାବରେ ପ୍ଳାନ କରି ଆଗକୁ ଆଗେଇ ଏତେ ବଡ ଲୋକ ହୋଇଗଲେ ମାତ୍ର ଏକୁଟିଆ ଏ ସବୁ କାର୍ଯ୍ୟ କୁ ଆଗକୁ ନେଇ ଯିବା ଏତେ ସହଜ ନୁହେଁ ଏଥିରେ ନିଶ୍ଚିତ ଭାବରେ କାହାର ବିଶେଷ ହାତ ରହିଅଛି ।

ସୁର ରାଉତରାୟ କହିଛନ୍ତି ପୁରୀ ରେ ଅଠର ନଳା କିନ୍ତୁ ଏଇଠି କେତେ ନଳା କେତେ ନେତା ମନ୍ତ୍ରୀ ପଢ଼ିଛନ୍ତି ତାଙ୍କୁ ମାନି ବାକୁ ପଡ଼ିବେ ଅର୍ଚ୍ଚନା ନାଗ କୁ ।ବଡ ବଡ ନେତା ଙ୍କ ସହିତ ଥିଲା ଅର୍ଚ୍ଚନା ଙ୍କ ସମ୍ପର୍କ । ବଡ ବଡ ନାମ ଶୁଣି ପୋଲିସ ମଧ୍ୟ ଚାପରେ ।

ବଡ ଅଧିକାରୀ ବର୍ତ୍ତମାନ କୁଆଡେ ଛୁଟି ମାଗୁଛନ୍ତି ଏହି ମାମଲାରୁ ଦୂରେଇ ରହିବାକୁ ଚାହୁଁଛନ୍ତି । ଅର୍ଚ୍ଚନା ନାଗ ପାୱାର ଫୁଲ ଲୋକ ମାନଙ୍କ ପାୱାର ରେ ଚଳାଉ ଥିଲେ ସେକ-ସ ରଆ-କେଟ ।ବଡ ବଡ ନେତା ତଥା ମନ୍ତ୍ରୀ ଙ୍କ ସହିତ ଥିଲା ଅର୍ଚ୍ଚନା ଙ୍କର ଉଠିବା ବସିବା । ରାଜ୍ୟ ବାହାର ଅତିଥି ଙ୍କୁ ମଧ୍ୟ କରାଯାଉଥିଲା ଟାର୍ଗେଟ । କିନ୍ତୁ ଅର୍ଚ୍ଚନା ଙ୍କ ଗିରଫ ପରେ ସମସ୍ତଙ୍କ ମନରେ ବର୍ତ୍ତମାନ ଛନକା ପଶିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।