ସମସ୍ତେ ପ୍ରାୟ ନିଜ ଶରୀର ପ୍ରତି ନିହାତି ଭାବରେ ଯତ୍ନ ନେଇ ଥାଆନ୍ତି ଖାସ କରି ସମସ୍ତ ଙ୍କୁ ଅଧିକ ସୁନ୍ଦର ଦେଖା ଯିବା ପାଇଁ ବହୁତ ଇଚ୍ଛା ରହିଥାଏ | ନିଜେ କିପରି ଟିକେ ଅଧିକ ସୁନ୍ଦର ଦେଖା ଯିବେ ସେଥିପାଇଁ ନିଜ ମୁହଁ ର ମଧ୍ୟ ଯତ୍ନ ନେଇ ଥାଆନ୍ତି |
କିନ୍ତୁ ଆମ କେଶ ସୁନ୍ଦରତା ର ମୁଖ୍ୟ କାରଣ ହୋଇ ଥାଏ ଯଦି କେଶ ସୁନ୍ଦର ଥିବ ତେବେ ସୁନ୍ଦରତା ଆହୁରି ଅଧିକ ବଢ଼ି ଯାଇଥାଏ | ସମସ୍ତେ ପ୍ରାୟ ଗହଳ, ଲମ୍ବା ଓ କଳା କେଶ ଚାହିଁ ଥାଆନ୍ତି କିନ୍ତୁ ଆଜିର ଯୁଗରେ ସମସ୍ତଙ୍କର କେଶ ସମସ୍ୟା ରହୁଛି |
କାହାର କେଶ ଉପୁଡି ଯାଉଛି ତ ଆଉ କାହାର କେଶ ଧଳା ପଡ଼ି ଯାଉଛି, ଏଥିପାଇଁ ବ୍ୟକ୍ତି ଅନେକ ପ୍ରକାର ର ଉପାୟ ଅବଲମ୍ବନ କରିଥାଏ କିନ୍ତୁ ତାହା ପରେ ପରେ ନିଜର ଅଧିକ କ୍ଷତି କରାଇ ଦେଇ ଥାଏ | ତେବେ ଆଜି ଏଭଳି ଏକ ସହଜ ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହାଦ୍ୱାରା ଆପଣଙ୍କ କେଶ ଆପଣଙ୍କର ମଜବୁତ ରହିବ ଏବଂ କଳା ମଧ୍ୟ ଦେଖା ଯିବ |
ତେବେ ଆସନ୍ତୁ ଏହା କିପରି ପ୍ରସ୍ତୁତ ହେବ ସେହି ସମ୍ପର୍କ ରେ ଆଲୋଚନା କରିବା |1.ଭୁଶୁଙ୍ଗା ପତ୍ର, 2.ନିମ୍ୱ ପତ୍ର, ଏବଂ 3.ମନ୍ଦାର ଫୁଲ ପତ୍ର |ତେବେ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ଆପଣ ଗୋଟିଏ ମୁଠା ଭୁଶୁଙ୍ଗା ପତ୍ର ନିଅନ୍ତୁ ଏବଂ ଏହାପରେ ଗୋଟିଏ ମୁଠା ନିମ୍ବ ପତ୍ର ପାଇଁ 8 ରୁ 10 ଟି ମନ୍ଦାର ଫୁଲ ପତ୍ର ନେଇ ଯାଆନ୍ତୁ |
ଏହାପରେ ଏହି ପତ୍ର କୁ ଭଲ ଭାବରେ ଧୋଇ ଦେବା ଏବଂ ଗ୍ୟାସ ରେ ଏକ କଡେଇ ବସେଇବା | ସେଥିରେ ଅଧା ଗ୍ଲାସ ପାଣି ନେବା ଏବଂ ଲୋ ଫ୍ରେମ ରେ ପାଣିରେ ପତ୍ରକୁ କିଛି ସମୟ ପାଇଁ ଫୁଟାଇବା |ଏହି ପାଣି କୁ ଆମେ ସେତିକି ପର୍ଯ୍ୟନ୍ତ ଫୁଟାଇବା ଯେତିକି ପର୍ଯ୍ୟନ୍ତ ସେହି ପତ୍ର ର ପୋଷକ ତତ୍ତ୍ୱ ସମ୍ପୂର୍ଣ୍ଣ ଭାବରେ ମିଶି ନ ଯାଇଛି |
ଏହାପରେ ସେହି ପାଣିକୁ ଏକ ଗ୍ଲାସ ରେ ଛାଣି ନେବା ଯାହାଦ୍ୱାରା ଆମର ଏହି ଉପଚାର ଟି ପ୍ରସ୍ତୁତ ହୋଇ ଯିବ |ବ୍ୟବହାର ପ୍ରଣାଳୀ :-ପ୍ରସ୍ତୁତ ହୋଇଥିବା ସେହିପ୍ରସ୍ତୁତ ହୋଇଥିବା ସେହି ପାଣିକୁ ଆମେ ହାତ ସାହାଯ୍ୟରେ ବା ତୁଳା ରେ ବା ସ୍ପ୍ରେ ସାହାଯ୍ୟରେ କେଶ ର ମୂଳରେ ଲଗେଇ ପାରିବା |
ଏହି ଉପଚାର ଟିକୁ ନିଶ୍ଚିତ ଭାବରେ ପ୍ରୟୋଗ କରି ଦେଖନ୍ତୁ ଏହାର ରେଜଲ୍ଟ ଆପଣ ନିଜେ ହିଁ ଜାଣି ପାରିବେ | ତେବେ ଏହି ଭଳି ଘରେଇ ଉପାୟରେ ପ୍ରସ୍ତୁତ ଉପଚାର କୁ ବ୍ୟବହାର କରିକି ଆମେ ଚୁଟି ଝଡିବା, ଚୁଟି ପାଚିବା ,ଉକୁଣୀ ଓ ଡ଼େଣ୍ଡ୍ରୋଭ ଭଳି ସମସ୍ୟାରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ