Exclusive video-ପ୍ରତାରିତ ପ୍ରେମିକର ପ୍ରତାରଣାର ଶୀକାର ହେଲେ ପ୍ରେମିକା,ଭୁବନେଶ୍ୱର ଡାକି ପ୍ରେମିକ କଲା ଏମିତି …ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ପୁଣି ଥରେ ସମ୍ନାକୁ ଆସିଛି ପ୍ରେମ ଓ ପ୍ରତାରଣାର ଏକ କଳା କାହାଣୀ। ଦିନେ ପ୍ରେମ ପକ୍ଷୀ ହୋଇ ସ୍ବପ୍ନ ଦୁନିଆରେ ଘୂରି ବୁଲୁଥିଲେ। ଦିନେ ଦୁହେଁ ଦୁହିଁଙ୍କ ପ୍ରେମକୁ ପାଇବା ପାଇଁ କିଛିବି କରିବା ପାଇଁ ପ୍ରସ୍ତୁତ ଥିଲେ।୬ ବର୍ଷ ଧରି ମୋବାଇଲ ସ୍କ୍ରିନରେ ପରସ୍ପରକୁ ଦେଖି ହସୁଥିଲେ କାନ୍ଦୁଥିଲେ ଆଉ ଖୁବ୍ ମସ୍ତିବି କରୁଥଲେ। ଏ ସବୁ ମଧ୍ୟରେ ପରସ୍ପର ହାତ ଧରି ବାଟ ଚାଲିବାର କଥା ମଧ୍ୟ ଦେଇଥିଲେ। ହେଲେ କଣ ହେଲା କେଜାଣି କେଇଟା ଦିନ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଗଲା। ଦୁଇ ପ୍ରେମ ପକ୍ଷୀ ସମ୍ପର୍କର ବସା ବାନ୍ଧିବା ଆଗରୁ ଭାଙ୍ଗି ରୁଜି ଚୁରମାର ହୋଇଗଲା।
ବିଉଟିପାଲରରେ କାମ କରୁଥିବା ପ୍ରେମିକା ପ୍ରତାରିତ ପ୍ରେମିକର ଛଳନାରେ ଭାସି ଯାଇ ସୁଦୂର ଦିଲ୍ଲୀରୁ ବିବାହ ପାଇଁ ଧାଇଁ ଆସିଥିଲେ ଭୁବନେଶ୍ୱରର ଏକ ଗାଁକୁ। କିନ୍ତୁ ଏଠାକୁ ଆସି ପହଁଚିବା ପରେ ଯୁବତୀଙ୍କ ସହ ଯାହା ଘଟିଲା ସେଥିରେ ଯୁବତୀଙ୍କ ପାଦତଳୁ ମାଟି ଖସି ଯାଇଥିଲା ଯେତେବେଳେ ଯୁବତୀ ପ୍ରେମିକଙ୍କ ମିଛ ପ୍ରତିଶ୍ରୁତି ବିଷୟରେ ଜାଣି ପାରିଥିଲେ। ପ୍ରେମିକାକୁ କାନ୍ଦି କାନ୍ଦି କହିଥିବା ସବୁ କଥା ମିଛ ହୋଇ ଯାଇଥିଲା। ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ଠକୁ ଥିଲେ ପ୍ରେମିକ।
ପ୍ରେମିକା ଭୁବନେଶ୍ୱରରେ ପହଁଚିବା ପରେ ପ୍ରେମିକ ଯୋଜନା ମୁତାବକ ପ୍ରେମିକାକୁ ଜୀବନରୁ ମାରି ଦେବା ପାଇଁ ଗୁଣ୍ଡା ଲଗେଇ ଦେଇଥିଲା। ତେବେ ଏ ନେଇ ପ୍ରେମିକଙ୍କ ନାରେ ଅଭିଯୋଗ ଆଣିଛନ୍ତି ପ୍ରେମିକା। ପ୍ରେମିକା ଜଣକ ଗୁଣ୍ଡା ମାନଙ୍କ ପାଖରୁ ଖସି ଆସି ଗୋପାଳପୁର ଥାନରେ ପହଞ୍ଚି ଭାଇଙ୍କ ପାଖକୁ ଫୋନ କରିଥିଲେ। ଏବଂ ଭାଇ ପହଁଚିବା ପରେ ଭଉଣୀକୁ ସାଙ୍ଗରେ ନେଇ ଗାଁକୁ ଫେରିଛନ୍ତି।
ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ଗଗୁଆ ଗ୍ରାମରୁ ଆସିଛି ଏଭଳି ଲଜ୍ୟା ଜନକ ଖବର ଏହି ଗ୍ରାମର ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରଥମେ ମନ ଦିଆ ନିଆ ହେଲା ତା ପରେ ଧନ ଦିଆ ନିଆ ହେଲା। ଶେଷରେ ପ୍ରେମିକାଙ୍କ ସହିତ ଧୋକା ମଧ୍ୟ ହେଲା। ଧୋକାତ ଦେଲେ ତା ସହ ପ୍ରେମିକାକୁ ଜୀବନରୁ ମାରିଦେବା ପାଇଁ ବିଧିବଧ ପ୍ଲାନ ମଧ୍ୟ କରିଥିଲେ ପ୍ରେମିକ। ତେବେ ଏ ନେଇ ପ୍ରେମିକା ପ୍ରେମିକଙ୍କ ବିରୁଦ୍ଧରେ କେନ୍ଦ୍ରାପଡ଼ାର ତାନ୍ତିଆପାଳ ଥାନରେ ଅଭିଯୋଗ କରିଥିଲେ।
ଯୁବକ ଜଣକ ହେଉଛନ୍ତି ଭାସ୍କର ମଲ୍ଲିକ ପିତା ପତିଆ ମଲ୍ଲିକ। ତେବେ ଭାସ୍କରଙ୍କ ସହିତ ଯୁବତୀ ଜଣକ ୬ ବର୍ଷଧରି ଭଲପାଉ ଥିଲେ। କେବଳ ଭଲପାଉ ନଥିଲେ ଯୁବତୀ ଜଣକ ଗତ ୨୦୨୧ରେ ଗାଁକୁ ଆସିବା ପରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା।
ଯୁବତୀ ଜଣକ ଦିଲ୍ଲୀରେ ରୁହନ୍ତି ତେବେ କିଛିଦିନ ପୂର୍ବେ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ଯୁବତୀଙ୍କୁ ଭୁବନେଶ୍ୱର ଡାକିଥିଲେ। ଏହାପରେ ପ୍ରେମିକାଙ୍କୁ ମାରିବା ପାଇଁ ଗୁଣ୍ଡା ଠେକିଥିଲେ। ତେବେ ଯୁବତୀ ଜଣକ କୈାଣସି ମୁତାବକ ସେଠାରୁ ଖସି ଆସି ଜୀବନ ରକ୍ଷା କରିପାରିଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।