Exclusive : ମୋ ଝିଅ ଖୋଲା ପବନ ଖାଇବା ପାଇଁ ଛାତ ଉପରକୁ ଯାଇଥିଲା ! ଏମିତି କହିଲେ ମନ୍ମଥ ମିଶ୍ର ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ବାବୁସାନ-ତାଙ୍କର ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଉପୁଜି ଥିବା ବିବାଦ ଏକ ସପ୍ତାହ ହୋଇଯାଇଛି। ଷ୍ଟାର ପରିବାର କଳିକୁ ନେଇ ରାଜ୍ୟସାରା ଚର୍ଚ୍ଚା ହୋଇଛି। ଏହାରି ମଧ୍ୟରେ ପ୍ରକୃତି ମିଶ୍ର ଓ ତାଙ୍କ ବାପା ତଥା ରାଜ୍ୟର ଅନ୍ୟତମ ଲୋକପ୍ରିୟ ଗାୟକ ମନ୍ମଥ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ପ୍ରତିକ୍ରିୟା ଦେବା ପୂର୍ବରୁ ମନ୍ମଥ ମିଶ୍ର ନିଜ ଝିଅ ପ୍ରକୃତି ମିଶ୍ରଙ୍କ ସହିତ ଘରର ଛାତ ଉପରେ ଦେଖାଯାଇଥିଲେ। ସେମାନେ ଅଳ୍ପ ସମୟ ପାଇଁ ଛାତ ଉପରେ ବୁଲାବୁଲି କରି ପୁଣି ଫେରି ଯାଇଥିଲେ । ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରକୃତି ମିଶ୍ର କହିଛନ୍ତି ଯେ, ସମୟ ଆସିଲେ ସବୁ କଥା କହିବି ।

 ଠିକ୍‌ ସମୟ ଆସିଲେ ସବୁ କଥା କହିବି। ଅନ୍ୟ ପକ୍ଷରେ ମନ୍ମଥ ମିଶ୍ର କହିଛନ୍ତି ଯେ, ଆମେ ପ୍ରଥମରୁ ହିଁ ସମାଧାନ ଚାହୁଁଥିଲୁ। ଆପୋଷ ମିଳାମିଶା ହେଲେ ସହଜରେ ସମାଧାନ ହୋଇପାରିବ। ବିବାଦ ଭିତରକୁ ଯିବା ପାଇଁ ମତେ ଭଲ ଲାଗେନାହିଁ।

ଆମ ଜୀବନରେ ଏକ ପ୍ରକାର ଝଡ଼ ଆସିଛି ଓ ଆଶା କରୁଛି ଏହା ଥମିଯିବ। ଉଭୟ ପରିବାର ମଧ୍ୟରେ ସମାଧାନ ହେଇଯିବା ଦରକାର। ଆମେ ସବୁବେଳେ ସମାଧାନ ଚାହୁଁଛୁ। ପୁଲିସ ଘଟଣାର ତଦନ୍ତ କରୁଛି। ଯେଉଁ ଓଡ଼ିଓ ଭାଇରାଲ ହେଉଛି, ସେନେଇ ପୁଲିସ ଅବଗତ ଅଛି।


ପ୍ରତିକ୍ରିୟା ଦେବା ପୂର୍ବରୁ ମନ୍ମଥ ମିଶ୍ର ନିଜ ଝିଅ ପ୍ରକୃତି ମିଶ୍ରଙ୍କ ସହିତ ଘରର ଛାତ ଉପରେ ଦେଖାଯାଇଥିଲେ। ସେମାନେ ଅଳ୍ପ ସମୟ ପାଇଁ ଛାତ ଉପରେ ବୁଲାବୁଲି କରି ପୁଣି ଫେରି ଯାଇଥିଲେ। ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରକୃତି ମିଶ୍ର କହିଛନ୍ତି ଯେ, ସମୟ ଆସିଲେ ସବୁ କଥା କହିବି। ଠିକ୍‌ ସମୟ ଆସିଲେ ସବୁ କଥା କହିବି।

ଅନ୍ୟ ପକ୍ଷରେ ମନ୍ମଥ ମିଶ୍ର କହିଛନ୍ତି ଯେ, ଆମେ ପ୍ରଥମରୁ ହିଁ ସମାଧାନ ଚାହୁଁଥିଲୁ। ଆପୋଷ ମିଳାମିଶା ହେଲେ ସହଜରେ ସମାଧାନ ହୋଇପାରିବ। ବିବାଦ ଭିତରକୁ ଯିବା ପାଇଁ ମତେ ଭଲ ଲାଗେନାହିଁ। ଆମ ଜୀବନରେ ଏକ ପ୍ରକାର ଝଡ଼ ଆସିଛି ଓ ଆଶା କରୁଛି ଏହା ଥମିଯିବ। ଉଭୟ ପରିବାର ମଧ୍ୟରେ ସମାଧାନ ହେଇଯିବା ଦରକାର। ଆମେ ସବୁବେଳେ ସମାଧାନ ଚାହୁଁଛୁ। ପୁଲିସ ଘଟଣାର ତଦନ୍ତ କରୁଛି। ଯେଉଁ ଓଡ଼ିଓ ଭାଇରାଲ ହେଉଛି, ସେନେଇ ପୁଲିସ ଅବଗତ ଅଛି।

ଅନ୍ୟପଟେ ବାବୁସାନ ଏବଂ ତୃପ୍ତିଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଉଦ୍ୟମ ଚାଲିଛି । ତୃପ୍ତି ଶତପଥୀଙ୍କ ମାଉସୀ ଏ ନେଇ ସୂଚନା ଦେଇଛନ୍ତି। ତୃପ୍ତିଙ୍କ ଘରକୁ ଅଭିନେତା ରବି ମିଶ୍ର ଓ ଅନ୍ୟ ଜଣେ ବ୍ୟକ୍ତି ଯାଇଥିଲେ । ୧୦ରୁ ୧୫ ମିନିଟ ଧରି ତୃପ୍ତିଙ୍କ ସହ ଉଭୟ ଆଲୋଚନା କରିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିବା ତୃପ୍ତିଙ୍କ ମାଉସୀ ସୂଚନା ଦେଇଥିଲେ । ରବି ମିଶ୍ର ବାବୁସାନଙ୍କ ପରିବାର ପକ୍ଷରୁ ଭୁଲ ମାଗିଥିଲେ । ତୃପ୍ତି କହିଲେ ‘ଆଇ ୱିଲ୍ ୱେଟ୍ ଆଣ୍ଡ ୱାଚ୍’ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।