Exclusive Video-ମୁଁ ସବୁ ବାପା ମା’ଙ୍କୁ କ୍ୟାମେରାରେ କହୁଛି ,ଟୁଙ୍ଗୁରୁ ଭୋଳକୁ ଝିଅ ଦିଅନି ..ସେ କେବଳ ବର୍ଷାର,,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ..

ସୋସିଆଲ ମିଡିଆରେ ଏବେ କେବଳ ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ବର୍ଷାଙ୍କୁ ନେଇ ଚର୍ଚ୍ଚା। ଏମାନଙ୍କର ପ୍ରତି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଫୁଲେଶରୀ ବସ୍ତିର ଅଟୋ ଡ୍ରାଇଭର ଆଲୋକ ଭୋଳ ଓରଫ୍ ଟୁଙ୍ଗୁରୁ ଭୋଳ ବିବାହିତ ମହିଳା ବର୍ଷାଙ୍କ ସହ ଥିବା ପ୍ରେମ କାହାଣୀ ଖୁବ୍ ଭାଇରାଲ ହୋଇଛି।

ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି।ସୂଚନା ଅନୁସାରେ ବର୍ଷା ନାମ୍ନୀ ଜଣେ ବିବାହିତା ମହିଳା ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁ ନାମକ ଯୁବକ ପ୍ରେମ କରି ଧୋକା ଦେଇଥିବା ପୁଲିସ୍‌କୁ କହିଥିଲେ ଏବଂ ସେ ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍‌ କରି ହାତରେ ଶଙ୍ଖା ସିନ୍ଦୁର ଓ ଫୁଲମାଳ ଓ ଗୋଲାପ ଫୁଲ ଧରି ଭରତପୁର ଥାନା ବାରଣ୍ଡାରେ ବସି ରହିଥିଲେ। ଏହାପରେ ଟୁଙ୍ଗୁରୁ ଆସିଥିଲେ ଗଣ ମାଧ୍ୟମ ସାମ୍ନାକୁ। ଆଉ ବର୍ଷା କରିଥିବା ଅଭିଯୋଗ କୁ ମିଛ ବୋଲି କହିଥିଲେ!

 ବର୍ଷା ଭୋଳ ଟୁଙ୍ଗୁରୁ ଭୋଳଙ୍କ ପାଇଁ ନିଜ ସ୍ଵାମୀ ପିଲାଙ୍କୁ ଛାଡି ଦେଇଥିବା କହୁଥିବା ବେଳେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ସହ କିଛି ସମ୍ପର୍କ ନାହିଁ ବୋଲି କହିଥିଲେ। ଆଉ ତା ପରେ ସ୍ବାମୀ ପିଲାଙ୍କୁ ଛାଡି ପ୍ରେମିକ ସହ ଘର ଗଢ଼ି ତୋଳିବାକୁ ଯେଉଁ ସ୍ଵପ୍ନ ଦେଖିଥିଲେ ବର୍ଷା ଭୋଳ ସେ ସବୁ ସ୍ଵପ୍ନ ତାଙ୍କର ପାଣି ଫୋଟକା ପରି ମିଳେଇ ଯାଇଛି।

ଆଉ ଏହାପରେ ସୋସିଆଲ ମିଡିଆରେ ଟୁଙ୍ଗୁରୁ ଭୋଳ ଯେଉଁ କାହାଣୀ ମିଡିଆ ସାମ୍ନାରେ ଶୁଣାଇ ଛନ୍ତି ତାକୁ ମିଛ ପ୍ରମାଣିତ କରିବାରେ ଲାଗି ପଡିଛନ୍ତି ବର୍ଷା ଭୋଳ। ଗଣ ମାଧ୍ୟମ ସାମ୍ନାକୁ ଟୁଙ୍ଗୁରୁ ଭୋଳଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲି ଚାଲିଛନ୍ତି ବର୍ଷା।

ଟୁଙ୍ଗୁରୁ ଭୋଳ କୁ ଝିଅ ଦିଅ ନାହିଁ କହିଛନ୍ତି ପ୍ରେମିକା ବର୍ଷା ଭୋଳ। ଗଣ ମାଧ୍ୟମ ସାମ୍ନାରେ ସବୁ ବାପା ମାଙ୍କୁ ଟୁଙ୍ଗୁରୁ ଭୋଳଙ୍କୁ ଝିଅ ନ ଦେବା ପାଇଁ ଅନୁରୋଧ କରିଛନ୍ତି ବର୍ଷା ଭୋଳ। ବର୍ଷା କହିଛନ୍ତି ଟୁଙ୍ଗୁରୁ ଭୋଳକୁ ଯିଏ ବାପା ମା ଝିଅ ଦେବେ ଭାବୁଛନ୍ତି ସେମାନେ ସେଇ ଭୁଲ୍ କରନ୍ତୁ ନାହିଁ। ତେବେ ବର୍ଷା ନିଜେ ସମାଜ ଆଗରେ ଏମିତି ଭାବେ ଭାଇରାଲ ହୋଇ ଦୁଃଖୀ ନାହାଁନ୍ତି ବୋଲି କହିଛନ୍ତି। ଏବଂ ସେ ସାରା ଦୁନିଆକୁ ଜଣାଇ ଦେବାକୁ ଚାହୁଁଛନ୍ତି କି ତାଙ୍କ ସହ ଟୁଙ୍ଗୁରୁ ଭୋଳ କଣ କରିଛନ୍ତି।

ବର୍ଷା କହିଛନ୍ତି ଟୁଙ୍ଗୁରୁ ଭୋଳ ଆଜି ମୋ ସହ କରିଛି କାଲି ଯୋଉ ଝିଅଟି ଆଣିବ ତା ସହିତ ସେମିତି ନ କରିବ ବୋଲି କଣ ଗ୍ୟାରେଣ୍ଟି ରହିଛି। ମୋ ସହ ଟୁଙ୍ଗୁରୁ ଭୋଳ ଅଢେଇ ବର୍ଷ ଧରି ସମ୍ପର୍କ ରଖିବା ପରେ ଯେମିତି ମତେ ଛାଡ଼ି ଦେଲା ସେ ସେମିତି ଆଉ କେଉଁ ଝିଅ ସହ ମଧ୍ୟ କରିପାରେ। ତେଣୁ ଟୁଙ୍ଗୁରୁ ଭୋଙ୍କୁ କେହି ବାପା ମା ତାଙ୍କ ଝିଅକୁ ଦେଇ ତା ଜୀବନ ନଷ୍ଟ କରାନ୍ତୁ ନାହିଁ ବୋଲି କହିଛନ୍ତି ବର୍ଷା ଭୋଳ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।