ହେ ଭଗବାନ ! ଭାଇଲୋ ମୋ ହାତ ନାହିଁ, ମୁଁ ତତେ ଏମିତି ରାକ୍ଷୀ ପିନ୍ଦେଇ ଦେଉଛି….ଦେଖିଲେ କାନ୍ଦିପକେଇବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଆଜି ପବିତ୍ର ରାକ୍ଷୀ ପୁର୍ଣ୍ଣିମା। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଗୋଟିଏ ଡୋରିରେ ବାନ୍ଧି ରଖେ ରାକ୍ଷୀ । ଭାଇର ଉତ୍ତମ ସ୍ୱାସ୍ଥ୍ୟ ଏବଂ ନୀରୋଗ ଜୀବନ କାମନା କରି ସୁରକ୍ଷା କବଚ ସ୍ୱରୂପ ଭଉଣୀ ଟିଏ ବାନ୍ଧିଥାଏ ଭାଇ ହାତରେ ରାକ୍ଷୀ। ଭାଇ ହାତରେ ଭଉଣୀର ଏହା ସ୍ନେହ, ଶ୍ରଦ୍ଧାର ପ୍ରତୀକ। ଯାହା ବଦଳରେ ଭାଇ ବି ଦେଇଥାଏ ଭଉଣୀକୁ କିଛି ପ୍ରୀତି ଉପହାର ଓ ସବୁ ବିପଦରୁ ଭଉଣୀକୁ ରକ୍ଷା କରିବ ବୋଲି ପ୍ରତିଶ୍ରୁତି ଦେଇଥାଏ ଭାଇ ।

ଏହି ଦିନକୁ ଭଉଣୀମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥାନ୍ତି। ଯେତେ ଦୂରରେ ଥିଲେ ବି ଭଉଣୀ ଭାଇକୁ ଓ ଭାଇ ଭଉଣୀକୁ ମନେ ପକାଏ। ରାକ୍ଷୀ ବାନ୍ଧୀ ନିଜର ସ୍ନେହ ଓ ଭଲ ପାଇବା ଅଜାଡି ଦିଏ। ସେମିତି କି ଏକ ଘଟଣା ଘଟିଛି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ!

ଗୋଟିଏ ଭଉଣୀ ତାର ଭାଇ କୁ ଗୋଡ଼ ରେ ରାକ୍ଷୀ ବାନ୍ଦୁଛନ୍ତି ଏହି ଦୃଷ୍ୟ କୁ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ଗୋଟିଏ ଭଉଣୀ ତାର ହାତ ନାହିଁ ସେ ଦିବ୍ୟାଙ୍ଗ ଅଟେ ସେ ଭିନ୍ନକ୍ଷମ ହେଇଥିଲେ ମଧ୍ୟ ଖୁସି ଖୁସି ରେ ତାର ଭାଇକୁ ରାକ୍ଷୀ ବାନ୍ଦୁଛନ୍ତି ।

ତାର ଭାଇର ମଙ୍ଗଳ କାମନା କରୁଛନ୍ତି । ସେ ଗୋଡ଼ ରେ ଭାଇଙ୍କୁ ଚନ୍ଦନ, ରାକ୍ଷୀ ବାନ୍ଧିଲେ ଓ ସେଇ ଗୋଡ଼ରେ ଶଙ୍ଖ ମଧ୍ୟ ବଜାଇ ଭାଇ ର ମଙ୍ଗଳ କାମନା କରିଲେ । ଘଟଣା ଟି ମୟରଭଞ୍ଜ ଜିଲ୍ଲା ରେ ଘଟିଛି ଓ ତାର ଭାଇ ମଧ୍ୟ ସବୁ ବିପଦ ରୁ ରକ୍ଷା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଭାଇଭଉଣୀର ସମ୍ପର୍କକୁ ନିବିଡ଼ କରିବା ପାଇଁ ରକ୍ଷା ବନ୍ଧନ ହେଉଛି ଏକ ନିଆରା ପରମ୍ପରା। ତେବେ ଗତ ଦୁଇ ବର୍ଷ ଧରି କରୋନା କଟକଣା ରେ ରାକ୍ଷୀ ପାଳନ ହେଉଥିବା ବେଳେ ଏଥର କିନ୍ତୁ ଧୁମ୍ ଧାମ୍ ରେ ରାକ୍ଷୀ ପୁର୍ଣ୍ଣିମାକୁ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ। ଏଥିପାଇଁ ସମସ୍ତେ ପୁର୍ବ ପ୍ରସ୍ତୁତି କରିଛନ୍ତି। ଭଳିକି ଭଳି ଡିଜାଇନ୍ ରାକ୍ଷୀମାନ ସବୁ ଭଉଣୀ ମାନେ କିଣି ରଖିଛନ୍ତି ଭାଇ ହାତ ରେ ବାନ୍ଧିବା ଲାଗି।

ଏଥି ସହିତ ବିଭିନ୍ନ ପ୍ରକାର ପିଠା ଏବଂ ମିଠା ସଂଗ୍ରହ କରିଛନ୍ତି, ଏହି ଦିନ ପ୍ରତ୍ୟୁଷରୁ ସ୍ନାନ କରି ଦୀପ ଜଳାଇ ଚନ୍ଦନ, ସିନ୍ଦୁର, ଅରୁଆ ଚାଉଳ ଓ ରାକ୍ଷୀ ସହ ପୂଜା ଥାଳି ପ୍ରସ୍ତୁତ କରି ଭାଈକୁ ଅପେକ୍ଷା କରିଥାନ୍ତି। ଭଗବାନ ଙ୍କୁ ପୂଜା କରି ଭଉଣୀମାନେ ଭାଈ ହାତରେ ରାକ୍ଷୀ ବାନ୍ଧିଥାନ୍ତି।

ଏହା ଭଉଣୀ ପାଇଁ ଭାଇର ରକ୍ଷା କବଜ ବୋଲି କୁହାଯାଏ। ପବିତ୍ର ରାକ୍ଷୀ ପୁର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମନୀତି ଓ ରାକ୍ଷୀ ଲାଗି ନୀତି ଅନୁଷ୍ଠିତ ହୁଏ। ଭଉଣୀ ସୁଭଦ୍ରା ରତ୍ନ ସିଂହାସନ ରେ ବିରାଜିତ ହୋଇ ଦୁଇ ଭାଇ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥ ଙ୍କୁ ରାକ୍ଷୀ ବାନ୍ଧନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।