Cyclone live – ବଂଲାଦେଶ ବାତ୍ୟା ତାଣ୍ଡବ,ଦେଖୁ ଦେଖୁ ଭାସି ଗଲେ ସବୁ ଲୋକ ଦେଖିଲେ ଛାତି ଥରି ଉଠିବ || ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ସାମୁଦ୍ରିକ ବାତ୍ୟା ସିତ୍ରାଙ୍ଗ ବାଂଲାଦେଶ ମଙ୍ଗଳବାର ଭୋରରେ ସ୍ଥଳଭାଗ ଛୁଇଁଛି। ତେବେ ବାତ୍ୟା ପ୍ରକୋପରେ ୭ଜଣଙ୍କ ଜୀବନ ଯାଇଛି ବୋଲି ସୂଚନା ରହିଛି। ପର୍ବରୁ ବାଂଲାଦେଶ ସରକାର ଅନେକ ଲୋକଙ୍କୁ ବିପଦପୂର୍ଣ୍ଣ ସ୍ଥାନରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ବାତ୍ୟାର ପ୍ରକୋପ ସେଭଳି ଉଗ୍ର ନଥିଲେ ବି ବିଭିନ୍ନ ସ୍ଥାନରେ ପବନର ମାତ୍ରା ଅଧିକ ଯୋଗୁ ଗଛ ଉପୁଡି ପଡିଛି। ଏଥିସହିତ ଅନେକ କଚ୍ଚା ଘର ଭାଙ୍ଗିଯାଇଛି। ଏଥି ସହିତ ପ୍ରବଳ ବର୍ଷା ଲାଗି ରହିଛି।

ତେବେ ସେଠାକାର ଅଗ୍ନିଶମ ବିଭାଗ ଓ ପ୍ରତିରକ୍ଷା ବିଭାଗ ପକ୍ଷରୁ ଅନେକ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବାଂଲାଦେଶର କକ୍ସ ବଜାର ଉପକୂଳ ଦେଇ ବାତ୍ୟା ସିତ୍ରାଙ୍ଗ ଯିବ ବୋଲି ଜଣାପଡିବା ପରେ ପ୍ରାୟ ୨୮ହଜାର ୧୫୫ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏଥି ସହିତ ୨୭୩୬ ଗୋରୁ ଗାଈଙ୍କୁ ବି ନିରାପଦ ସ୍ଥାନକୁ ନିଆଯାଇଥିଲା।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା ବାତ୍ୟା(ସିତ୍ରାଙ୍ଗ)ରେ ପରିଣତ ହୋଇଛି। ଏହି ବାତ୍ୟା ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଉତ୍ତରପୂର୍ବ ଦିଗ ଆଡକୁ ଗତି କରୁଛି। ରିପୋର୍ଟ ଲେଖାହେବା ସୁଦ୍ଧା ବାତ୍ୟାର ବେଗ ଘଣ୍ଟାପ୍ରତି ୧୨ କିଲୋମିଟର ଥିଲା। ସମୟ ଅନୁସାରେ ଏହା ପରିବର୍ତ୍ତନଶୀଳ।

ବାତ୍ୟା ସିତ୍ରାଙ୍ଗ ବାଂଲାଦେଶର ତିନ୍‌କୋନା ଓ ସାନଦୀପ ଅଞ୍ଚଳରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ସମୁଦ୍ର ମଧ୍ୟରେ ପବନର ବେଗ ବର୍ତ୍ତମାନ ୭୦ କି.ମି ରୁ ୮୦ କି.ମି ଏବଂ ସର୍ବାଧିକ ପବନ ୯୦କି.ମି ରହିଥିବା ବେଳେ ବାତ୍ୟା ଭୀଷଣ ବତ୍ୟାର ରୂପ ନେଲେ ସେହି ସମୟରେ ପବନର ବେଗ ୯୦ କି.ମି ରୁ ୧୦୦ କି.ମି ଏବଂ ସର୍ବାଧିକ ପବନ ୧୧୦ କି.ମି ରହିବାର ସମ୍ଭାବନା ରହିଛି।


ବର୍ତ୍ତମାନ ଏହା ସାଗର ଦ୍ଵୀପପୁଞ୍ଜ ଠାରୁ ଦକ୍ଷିଣ ଦିଗରେ ୪୩୦ କି.ମି. ଦୂରରେ ପୂର୍ବ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ବର୍ତ୍ତମାନ ଓଡ଼ିଶା ଉପକୂଳରେ ପବନର ବେଗ ୪୫ ରୁ ୫୫ କି.ମି ଏବଂ ସର୍ବାଧିକ ପବନ ୬୫ କି.ମି ରହିଛି। ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ୨୦୦ରୁ ୨୫୦ କି.ମି ଦୂରରେ ରହିବ ବାତ୍ୟା ସିତ୍ରାଙ୍ଗ।

ଉତ୍ତର-ପୂର୍ବ ଦିଗରେ ଗତି କରୁଥିବା ଏହି ବାତ୍ୟା ଆସନ୍ତାକାଲି ବେଳକୁ ସାମୁଦ୍ରିକ ଝଡରେ ପରିଣତ ହେବ। ଏହାର ପ୍ରଭାବରେ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଏହି ବାତ୍ୟା ୩୦ ଲକ୍ଷ ଲୋକଙ୍କ ଉପରେ ପ୍ରଭାବ ପକାଇପାରେ। ପାଟୁଆଖାଲି, ଭୋଲା, ବରଗୁନାର ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦୦୦୦ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ୭୦୩ଟି ଅସ୍ଥାୟୀୟ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ଆଜିଠାରୁ ବାଂଲାଦେଶ ଉପକୂଳରେ ସ୍ଥାନ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।