Machha Tarkari – ମାତ୍ର ଗୋଟିଏ ଥର ବିହାରୀ ଷ୍ଟାଇଲ ମାଛ ତରକାରିକୁ ବନେଇ ଖାଆନ୍ତୁ ମଜା ଆସିଯିବ,ସ୍ଵାଦ ଭୁଲିପାରିବେନି,ଥରୁଟିଏ ଖାଇକି ଦେଖନ୍ତୁ ….
ମାଛରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ଆପଣ ଖଇଥିବେ ନିଶ୍ଚୟ। ସେଥି ମଧ୍ୟରେ ବେସର, ମସଲା, ଫ୍ରାୟେ ମାଛ ରହିଥାଏ। ହେଲେ ଆଜି ଆମେ ଆପଣଙ୍କୁ ଏକ ନିଆରା ପଦ୍ଧତିରେ କିପରି ସହଜରେ ସ୍ଵାଦିଷ୍ଟ ମାଛ ବେସର କରିବେ ଜଣାଉଛୁ। ଏହି ପଦ୍ଧତିରେ ମାଛ ବେସର କରି ଥରେ ଖାଇଲେ ପାଟିରୁ ସ୍ବାଦ ଛାଡ଼ିବନି କି ହାତରୁ ବାସ୍ନା ମଧ୍ୟ। ତେବେ ଚାଲନ୍ତୁ ଜାଣିବା କିପରି ମାଛ ବେସର କରିବେ।
ଆବଶ୍ୟକ ସାମଗ୍ରୀ:–
୫୦୦ ଗ୍ରାମ ମାଛ-ଆବଶ୍ୟକଅନୁଯାୟୀ ଲୁଣ -ଲଙ୍କା ଗୁଣ୍ଡ ଅଧ ଚାମଚ -ହଳଦୀ ଗୁଣ୍ଡ ୧ ଚାମଚ-ଜିରା ଗୁଣ୍ଡ ଅଧ ଚାମଚ-ଧନିଆ ଗୁଣ୍ଡଅଧ ଚାମଚ- କଞ୍ଚା ଲଙ୍କା ୨ ଟା- ସୋରିଷ ବଟା – ଭାଜିବା ଓ ରାନ୍ଧିବା ପାଇଁ ତେଲ – ଗରମ ମସଲା ଅଧ ଚାମଚ – ଅଦା ରସୁଣ,- ଲେମ୍ବୁ ରସ- ଗୋଟେ ପିଆଜ- ଅଧକପ ଦହି- ଛୋଟ ଛୋଟ କଟା ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମାଛ କୁ ଧୋଇ ସେଥି ରେ ଲୁଣ,ହଳଦୀ ଗୋଳାଇ କିଛି ସମୟ ରଖି ଦିଅନ୍ତୁ। ତା ପରେ ଗ୍ୟାସ ରେ କଡେଇ ବସେଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେ ଥିରେ ମାଛ ପକାଇ ଫ୍ରାୟେ କରନ୍ତୁ। ମାଛ ଫ୍ରାୟେ ହେବା ପରେ ତାକୁ ଗୋଟିଏ ପ୍ଲେଟ କୁ କାଢି ଦିଅନ୍ତୁ।
ତା ପରେ ଆଉ ଏକ ପାତ୍ରରେ ଫ୍ରାଏ କରିଥିବା ମାଛ ନେଇ ସେ ଥିରେ ଲଙ୍କା ଗୁଣ୍ଡ, ସୋରିଷ ବଟା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା, ଅଦା-ରସୁଣ ପେଷ୍ଟ ,ଲେମ୍ବୁ ରସ, କଟା ପିଆଜ, କଟା କଂଚା ଲଙ୍କା ପକାଇ ମିଶାଇ ଦିଅନ୍ତୁ। ଏହି ମିଶ୍ରଣ କୁ ୨୦ ରୁ ୨୫ ମିନିଟ ଯାଏଁ ରଖି ଦିଅନ୍ତୁ ।
ଏହା ପରେ ପୁଣି ଗ୍ୟାସ ରେ କଡେଇ ବସେଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେ ଥିରେ ଗୋଳାଇ ରଖି ଥିବା ମାଛ କୁ ସେ ଥିରେ ପକାଇ ରାନ୍ଧନ୍ତୁ । ଏହା ପରେ ସେ ଥିରେ ଅଳ୍ପ ପାଣି ପକାଇ ମିକ୍ସ କରନ୍ତୁ । ତା ପରେ ସେ ଥିରେ, ଅଳ୍ପ ଦହି ପକାଇ ଗୋଳାଇ ଦିଅନ୍ତୁ ।
ସବୁ ଜିନିଷ ଭଲ ଭାବେ ରାନ୍ଧି ହେବା ପରେ ସେ ଥିରେ କଟା ଧନିଆ ପତ୍ର ପକାଇ ଘଣ୍ଟି ଦିଅନ୍ତୁ। ଏବେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ । ପ୍ରସ୍ତୁତ ହୋଇ ଗଲା ମାଛ ବେସର । ଏହାକୁ ଆପଣ ଭାତ କିମ୍ବା ରୁଟି, ପରଟା ସହ ଖାଇ ପାରିବେ। ଏହାକୁ ବିହାରୀ ମାନେ ଖାଇବା କୁ ଖୁବ୍ ଭଲ ପାଇ ଥାନ୍ତି ସେମାନେ ରୁଟି ରେ ଖାଇବା କୁ ଭଲ ପାଇ ଥାନ୍ତି ।ମାଛ ବେସର ଝୋଳ ଭଳି ପାଣିଆ ନ ହୋଇ ବହଳିଆ ହୋଇଥାଏ । ମାଛ ବେସର ଓ ଅନ୍ୟାନ୍ୟ କେତେ ବେସର ରେ ଆମ୍ବୁଲ ମଧ୍ୟ ପଡ଼ିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।