viral audio -‘ମୁଁ ଯାଇକି ବ୍ରହ୍ମପୁର ପହଞ୍ଚୁଛି, ଭାଙ୍ଗିଦେବା ଚାଲ୍ ସେ ସିନେମା ହଲ୍ । ତୁ ପିଲା ଯୋଗାଡ଼ କରି ରଖିଥା'” – ଦେଖନ୍ତୁ ବାବୁସାନ ଙ୍କ ଏହି viral ଭିଡ଼ିଓ ଟିକୁ ….

ଓଡ଼ିଶାର ସିନେମା ଜଗତରେ ଏକ ଚର୍ଚ୍ଚିତ ଚେହେରା ହେଉଛି ଚକୋଲେଟ ହିରୋ ବାବୁସାନ ମହାନ୍ତି।ନିଜର ସଫଳତା ପୂର୍ବକ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ଅଭିନେତା ବାବୁଶାନ ମହାନ୍ତି।ତେବେ ବର୍ତ୍ତମାନ ସମୟରେ ବାବୁସାନ ମହାନ୍ତିଙ୍କ ଏକ ଅଡିଓ କଲ୍ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ବାବୁସାନ ତାଙ୍କର ଏକ ବନ୍ଧୁଙ୍କ ସହ କଥା ହେଉଛନ୍ତି। ଆଉ ସେ କହୁଛନ୍ତି ପଚାଶ ପିଲା ରେଡି କରି ପାରିବି। ବାବୁସାନ କହୁଛନ୍ତି ଆଚ୍ଛା ଠିକ୍ ଅଛି ମୁଁ ବି ଯିବି ମାଡ଼ି ଚାଲ ଯଦି ଫିଲ୍ମ୍ ନ ପଡ଼ିବ ତେବେ ସିନେମା ହଲ ଭାଙ୍ଗି ଦେବା। ତେବେ ଏହି କଲ୍ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ତେବେ ପ୍ରଥମେ ବାବୁସାନଙ୍କୁ ତାଙ୍କର ଜଣେ ବନ୍ଧୁ କଲ୍ କରିଛନ୍ତି। ଏହାପରେ ବାବୁସାନ୍ କହୁଛନ୍ତି ହେଲୋ କିଏ। ତାପରେ ବନ୍ଧୁ ଜଣକ କହୁଛନ୍ତି ଭାଇ ମୁଁ ଜଗା। ବାବୁସାନ୍ ପଚାରୁଛନ୍ତି ହଁ କେମିତି ଅଛୁ। ଜଗା କହୁଛନ୍ତି ଭଲ ଅଛି ଭାଇ, ଭାଇ କଣ ବ୍ରହ୍ମପୁରରେ ପ୍ରେମମ୍ ନେଇ ବିଦ୍ୟାରାଣ ନାଇ କିଛି ଆପଣଙ୍କ ଫିଲ୍ମ୍ ରିଲିଜ୍ ହଉନି।

ଏହାପରେ ବାବୁସାନ୍ କହୁଛନ୍ତି ହେଲ୍ପ କରିବା ପାଇଁ ସେଥି ପାଇଁ କହିଲି ପରା। ଏହାପରେ ଜଗା ପଚାରୁଛି କେବେ ଆସିବେ ଭାଇ, ବାବୁସାନ୍ କହୁଛନ୍ତି ମୁଁ ଯିବି ତମେ ମାଡ଼ିଚାଲ। ଏହାପରେ ଜଗା କହୁଛି ଭାଇ ଆମେ ତ ଅଛୁ ଆପଣ ଆସିଲେ ଆମେ ମାଡ଼ି ଯିବୁ।


ଏହାପରେ ବାବୁସାନ୍ କହୁଛନ୍ତି ସବୁ ପିଲା ଚାଲ୍ ମୁଁ ଅଛି ଏହାପରେ ବାବୁସାନ୍ ପଚାରୁଛନ୍ତି କେତେ ପିଲା ଯୋଗାଡ କରି ପାରିବୁ। ଜଗା କହୁଛୁ ଭାଇ କାହା ହେଲେବି ପଚାଶ ଶହେ ପିଲା ଆପଣଙ୍କ ସହ ଯିବୁ। ବାବୁସାନ୍ କହୁଛନ୍ତି ତୁ ପଚାଶ ଶହେ ପିଲା ନେ ମୁଁ ରାକାକୁ କହି ଆଉ ପିଲା ଯୋଗାଡ କରୁଛି ଭାଙ୍ଗିଦେବା ସିନେମା ହଲ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି କଲ୍ ରେକର୍ଡିଂଟି ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କି ଅଭିନେତା ବାବୁସାନ୍ ମହାନ୍ତି ଜଣେ ବନ୍ଧୁଙ୍କ କଥା ହେଉଛନ୍ତି ଓ ବନ୍ଧୁ ଜଣଙ୍କ ତାଙ୍କୁ କହୁଛନ୍ତି ଭାଇ ଆପଣଙ୍କ କୋଉ ଫିଲ୍ମ୍ ୩ ବର୍ଷ ହେବ ବ୍ରହ୍ମପୁର ସିନେମା ହଲରେ ରିଲିଜ୍ ହେଉନି।

ଆଉ ଏହାପରେ ବାବୁଶାନ କହୁଛନ୍ତି ମାଡ଼ିଚାଲ୍ ହଲ୍ ଭାଙ୍ଗିଦେବା। ତେବେ ଏହା ଉପରେ ବାବୁସାନଙ୍କ ଫ୍ରେଣ୍ଡସ ମାନେ ମଧ୍ୟ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। କିଛି କହିଛନ୍ତି ବାବୁସାନ୍ ହେଉଛନ୍ତି ମଜାଳିଆ ଲୋକ ସେଥି ପାଇଁ ସେ ଏମିତି ମଜାରେ କହି ଥାଇ ପାରନ୍ତି ସେ ଏହା କଦାପି ରାଗିକି କହି ନାହାଁନ୍ତି।ଆଉ କିଛି ଜଣ କହିଛନ୍ତି ସୋସିଆଲ ମିଡ଼ିଆରେ କିଛି ଗଣ ମାଧ୍ୟମ ବାବୁସାନଙ୍କୁ ବଦନାମ କରିବା ପାଇଁ ଏମିତି ସବୁ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।