ଗ୍ରହମାନଙ୍କ ଚଳନ ପରିବର୍ତ୍ତନ ପାଇଁ ହେଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ର କହିଥାଏ | ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ବାର ରେ ଜନ୍ମ ହେଇଥିଲେ ଆପଣଙ୍କ ସ୍ଵଭାଵ ଓ ଲକ୍ଷଣ ଓ ଭାଗ୍ୟ କିପରି ହେଇଥାଏ ଆସନ୍ତୁ ତାହା ବିଷୟରେ ଜାଣିବା ।
ଦର୍ଶକ ବନ୍ଧୁ ମଣିଷ ର ସ୍ଵଭାଵ ଓ ବ୍ୟବହାର, ତାହା ବ୍ୟତୀତ ପ୍ରତେକଙ୍କ ଜୀବନରେ ଘଟୁଥିବା ପ୍ରତେକ ଘଟଣା ଓ ଦୁର୍ଘଟଣା ତାହା ସେହି ବ୍ୟକ୍ତିର ଭାଗ୍ୟ ଉପରେ ନିର୍ଭର କରିଥାଏ | ଯାହା ଜ୍ୟୋତିଷ ଶାସ୍ତ୍ର ରେ ଉଲ୍ଲେଖ ରହିଛି ଓ ଯାହା ପାଇଁ ଅନେକ ସମୟ ରେ ଆମ ଜୀବନ ରେ ଅନେକ ପ୍ରଭାବ ପଡିଥାଏ |
ହେଲେ ଏହା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ଚଳନ ର ପରିବର୍ତ୍ତନ ଯୋଗୁଁ ଏହା ସିଧା ସଳଖ ମଣିଷ ର ଭାଗ୍ୟ ଉପରେ ପଡିଥାଏ | ଯେଉଁଥି ପାଇଁ କାହା ଜୀବନ ରେ କେତେବେଳେ ଭଲ ହେଇଥାଏ ତୋ ପୁଣି କେତେବେଳେ ଖରାପ ମଧ୍ଯ ହେଇଥାଏ, ଯାହା ପାଇଁ ଆମେ ବହୁତ ସମୟ ରେ ଆମେ ନିଜକୁ ନିଜେ ଦାୟୀ କରିଥାଉ |
1. ସୋମବାର :-
ସୋମବାରରେ ଜନ୍ମ ଗ୍ରହଣ କରିଥିବା ଲୋକମାନେ ସର୍ବଦା ନିଜ କାର୍ଯ୍ୟ ନିଜେ କରିବାକୁ ଭଲ ପାଇଥାନ୍ତି । ଏମାନେ ଆତ୍ମ ନିର୍ଭରଶୀଳ ହେବାକୁ ବହୁତ ପସନ୍ଦ କରିଥାନ୍ତି ଏବଂ ଏମାନଙ୍କ ମନରେ କୌଣସି ପ୍ରକାର ଦ୍ୱନ୍ଦ ନଥାଏ । ଏମାନଙ୍କ ହୃଦୟ ବହୁତ ସ୍ୱଚ୍ଛ ଏବଂ ନିର୍ମଳ ଅଟେ ।ସୋମବାରରେ ଜନ୍ମ ଗ୍ରହଣ କରିଥିବା ଲୋକମାନେ ସଦା ସର୍ବଦା ଅନ୍ୟର ଉପକାର କରିବାକୁ ଭଲ ପାଇଥାନ୍ତି ଓ କରିଥାନ୍ତି ମଧ୍ୟ |।
2. ମଙ୍ଗଳବାର :-ମଙ୍ଗଳବାର ରେ ଜନ୍ମଗ୍ରହଣ କରିଥିବା ଲୋକମାନେ ହନୁମାନଜୀ ଙ୍କର ଅତି ପ୍ରିୟ ଭକ୍ତ ହୋଇଥାନ୍ତି । ଏମାନେ କୌଣସି ବି କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ , ଜୀବନରେ ଏମାନେ କାହାକୁ ଡରନ୍ତି ନାହିଁ ।
3. ବୁଧବାର :-ବୁଧବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ କେବେହେଲେ ଅନ୍ୟର ଅନିଷ୍ଟ କରିବା ପାଇଁ ଚାହିଁ ନଥାନ୍ତି । ଏମାନେ ସର୍ବଦା ଅନ୍ୟର ମଙ୍ଗଳ ଚାହିଁଥାନ୍ତି ଏବଂ ଏମାନେ ସର୍ବଦା ଖୋଲା ହୃଦୟର ହୋଇଥାନ୍ତି ।
4. ଗୁରୁବାର :-ଗୁରୁବାର ରେ ଯେଉଁ ବ୍ୟକ୍ତି ମାନେ ଜନ୍ମ ଗ୍ରହଣ କରିଥାନ୍ତି , ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଅସୀମ କୃପା ରହିଥାଏ । ଯାହାଫଳରେ ସେମାନଙ୍କ ଜୀବନରେ କେବେହେଲେ ଧନର ଅଭାବ ରହି ନଥାଏ । ହସଖୁସୀରେ ଜୀବନ ଅତିବାହିତ କରିଥାନ୍ତି ଏହି ବାର ରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ।
5. ଶୁକ୍ରବାର :-ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଏବଂ ସର୍ବଦା ନିଜ ମନରେ କୌଣସି ନା କୌଣସି କଥାର ବିଚାର କରିବାରେ ଲାଗି ଯାଇଥାନ୍ତି । ଏହାଛଡା ଏମାନେ ଏକାକୀ ରହିବା ପାଇଁ ବହୁତ ଭଲ ପାଇଥାନ୍ତି ଏବଂ ଏମାନେ ବହୁତ ଜ୍ଞାନୀ ମଧ୍ୟ ଅଟନ୍ତି ।
6. ଶନିବାର. :-
ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନେ ପ୍ରକୃତରେ ବହୁତ ଭଲ ହୋଇଥାନ୍ତି ଏବଂ ଏମାନଙ୍କ ମନରେ କେବେହେଲେ କୌଣସି ପ୍ରକାର ଖରାପ ଚିନ୍ତାଧାରା ଆସେ ନାହିଁ । ଏହାଛଡା ଏମାନେ ନ୍ୟାୟବାନ ଓ ସର୍ବଦା ସତ୍ୟର ସାଥ୍ ଦେଇଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।