viral video – ଅର୍ଚ୍ଚନା କବାଟ ଖୋଲି କେତେଜଣ ପଶିଥିଲେ, କେତେ ଭର୍ତ୍ତି କରିଛନ୍ତି, ସେମାନେ କୁଆଡେ ଗଲେ ?: ଏମିତି କହିଲେ ସୁର ରାଉତରାୟ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ବହୁ ଚର୍ଚ୍ଚିତ ବ୍ଲାକ୍ମେଲର୍ ଅର୍ଚ୍ଚନା ନାଗ ଗିରଫ ଘଟଣାରେ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଅନେକ ରାଜନେତାଙ୍କ ସହ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଫଟୋ ଭାଇରାଲ ହେବା ପରେ ପାୱାର କରିଡରରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି । ତେବେ ଏନେଇ ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।
ରାଜନେତାଙ୍କୁ ବ୍ଲାକମେଲ ଅଭିଯୋଗରେ ରାଜଧାନୀରୁ ଉଚ୍ଚ ଶିକ୍ଷିତା ସୁନ୍ଦରୀ ମାୟାବିନୀ ଅର୍ଚ୍ଚନା ନାଗ ଗିରଫ ହୋଇଛନ୍ତି । ପୋଲିସରେ ଅଭିଯୋଗ ପରେ ମାୟାବିନୀ ଅର୍ଚ୍ଚନା ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଏହି ଲେଡି ବ୍ଲାକମେଲର । ଖଣ୍ଡଗିରି ଥାନା ପୋଲିସ ଏହି ମହିଳାଙ୍କୁ ଗିରଫ କରିବା ପରେ ଏହି ଲେଡିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । କାରଣ ରାଜ୍ୟର ଅନେକ ହେବିୱେଟ ନେତା ବ୍ଲାକମେଲର ଶିକାର ହୋଇଥିବା ବେଳେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ମଧ୍ୟ ଅନେକ ନେତାଙ୍କର ଫଟୋ ଏବେ ସାମ୍ନାକୁ ଆସିଛି ।
ସୁର ରାଓତରାୟ କହିଛନ୍ତି ଏମିତି ସବୁ କରିବା ଦ୍ବାରା ଓଡିଶା ବଦନାମ ହେଇ ଯାଉଛି । ଆଗରୁ ବହୁତ 50 ବର୍ଷ ର ମଧ୍ୟ ବିଧାୟକ ଅଛନ୍ତି ଏତେ କଳଙ୍କିତ ସମାଜ କରିବା ଠିକ ନୁହଁ । ଅର୍ଚ୍ଚନା ନାଗ ଯେଉଁ ପରି ଜାଲ ବିଛେଇ ଛନ୍ତି ବହୁତ ନେତା ବହୁତ ଅଫିସର ଙ୍କ ନାଁ ଆସୁଛି ସେ କଂଗ୍ରେସ ନାଁ ଆସୁ କି ସୁର ରାଓତରାୟ ଙ୍କ ପୁଅ ନାଁ ଆସୁ କି ବିଜେପି କି ବିଜେଡି ନାଁ ଆସୁ କିମ୍ବା ସେ କଉ ବଡ଼ ଅଫିସର ଙ୍କ ନାଁ ଆସୁ ଏଠି ପାଇଁ ଏକ ବିହିତ କାର୍ଯ୍ୟାନୁଷ୍ଠାନ୍ କରା ଯାଉ ।
ଏଥିରେ କ୍ରା-ଇ-ମ୍ ଇନକ୍ୟୁଆରି କରା ଯାଉ ଏଥିରେ ଯିଏ ବି ମିଶି ଥିବା ତାକୁ ଆରେଷ୍ଟ୍ କରା ଯାଉ ଏଥିରେ ସେ ଯିଏ ବି ହେଉ ଯେମିତି କି ସୁର ରାଓତରାୟ ନିଜେ ହୁଅନ୍ତୁ କି ତାଙ୍କ ପୁଅ କିମ୍ବା କେଉଁ ବରିଷ୍ଠ ଲୋକ ହେଉ ବାସ ତାଙ୍କୁ ଦଣ୍ଡ ମିଳିବା ଦରକାର ।
ନେତା ସବୁ ନାଗ ଫାଶ ରେ ପଡିଛନ୍ତି ଆଉ ଯାହାକୁ ଶୁଣିବା ପରେ ଚିଡି ଉଠିଛନ୍ତି ଆମ ସୁର ଭାଇ ଆଉ କହିଲେ ତୁମେ ସବୁ ପରା ଓଳଗି ହେଉଥିଲ କେଉଁଠା କୁ ଯାଉ ନ ଥିଲା ସେ ମନ୍ତ୍ରୀ ଘର ସିନେମା ହଲ ସେ କେଉଁଠି କି ଯାଉ ନ ଥିଲା ଘାଣ୍ଟି ପକାଉଥିଲା ପରା ସେ ନାଗୁଣୀ ଅର୍ଚ୍ଚନା!
ଏମିତି ନକଲେ ଓଡିଶା ତା ପୁରା ନିନ୍ଦିତ୍ ବା କଳଙ୍କିତ ହେଇ ଯାଉଛି । ତେଣୁ ଓଡିଶା କୁ ଆଉ ବାଦ ନକରାଜାଉ ଆଉ ଏମିତି ସବୁ କାମ କରା ଯାଉ ଯେମିତି ସମସ୍ତେ ଗର୍ବ ସହ ରାସ୍ତା ରେ ଚାଲିବେ ଆଉ ଯେଉଁ ମାନେ ଭୁଲ କରୁଛନ୍ତି ତାଙ୍କୁ ଉଚିତ ଦଣ୍ଡ ଦିଆ ଯାଉ । ଏମିତି କିଛି କହିଥିବାର ନଜର ରେ ଆସିଛନ୍ତି ସୁର ରାଓତରାୟ ଯାହା ଏବେ ବହୁତ ଭାଇରାଲ୍ ହେବାକୁ ଲାଗୁଛି ସୋସିଆଲ୍ ମିଡ଼ିଆ ରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।