🛑EXCLUSIVE : ମିଡିଆ ସୁଯୋଗ ଦେଖି ଲୁଙ୍ଗି ଭିତରେ ମହୁମାଛି ଭର୍ତି କରୁଛ,ଏମିତି କହିଲେ ଗୁଲୁଆ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଟେକନୋଲୋଜି ଯୁଗରେ ସମସ୍ତେ ସ୍ମାର୍ଟ ଫୋନ ୟୁଜ କରୁଛନ୍ତି ଆଉ ଛୋଟ ଛୁଆ ରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ । ଆଗ କାଳରେ ଗୋଟେ ମଣିଷ ପାଖରେ ଯେତେ ପ୍ରତିଭା ଥିଲେ ମଧ୍ୟ ସେ ତା ପ୍ରତିଭା କୁ ଲୋକ ଲୋଚନ କୁ ଆଣି ପାରୁ ନଥିଲା କିନ୍ତୁ ଏବେକା ସମୟରେ ଜଣେ ତାର ପ୍ରତିଭା କୁ ସମସ୍ତ ଙ୍କ ସାମ୍ନା କୁ ଆଣିବା ପାଇଁ ସୋସିଆଲ ମିଡ଼ିଆ ସାହାଯ୍ୟ କରୁଛି ।

ଯାହା ଦ୍ୱାରା ଜଣେ ଫେମସ ହୋଇ ପାରୁଛି, ସେଥିମଧ୍ୟରୁ ଜଣେ ହେଉଛନ୍ତି କମେଡିଆନ ଗୁଲୁଆ । ତେବେ କମେଡିଆନ ଗୁଲୁଆ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ତାଙ୍କର ପ୍ରତେକ ଭିଡ଼ିଓ ରେ ଲୋକ ମାନଙ୍କ ମୁହଁରେ କେବଳ ହସ ଫୁଟାଇଛନ୍ତି ।

 ଜଣେ କଳାକାର ଆଉ ଜଣେ କଳାକାର ବାବୁଶାନ୍ ଓ ପ୍ରକୃତି ଙ୍କ ଘଟଣା ବିଷୟରେ ଖୁବ୍ ସୁନ୍ଦର ଭାବରେ ବିସ୍ତାର କରିଛନ୍ତି । ସେ କହୁଛନ୍ତି ଯେ ପତ୍ନୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ବାବୁଶାନଙ୍କ ସହ ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସଂପର୍କକୁ ନେଇ କରିଛନ୍ତି ଖୁଲାସା ।

ତା ପୁଣି ଏମିତି ସେମିତି ନୁହେଁ ପୂରା ଫିଲ୍ମ ଷ୍ଟାଇଲ ରେ। ବିଚ୍ ରାସ୍ତା ରେ ମାଡ଼ ମାରି।ପ୍ରକୃତିଙ୍କ ସହ ବାବୁଶାନ ଗାଡ଼ିରେ ଯିବା ବେଳେ ମାଡ଼ ମାରିଲେ ପତ୍ନୀ। ପ୍ରକୃତି ତାଙ୍କ ପରିବାର କୁ ନଷ୍ଟ କରୁଥିବା କହି ପ୍ରକୃତିଙ୍କ ଚୁଟି ଟଣା ଓଟରା କରି ମାରିଥିଲେ।

ଯେଉଁ ଭିଡିଓ ସାମ୍ନା କୁ ଆସିଛି, ସେଥି ରେ ବାବୁସାନ୍ ଓ ପ୍ରକୃତି ମିଶ୍ର ଗୋଟିଏ ଫର୍ଚ୍ୟୁନ ର ଗାଡ଼ିରେ ଏକାଠି ସକାଳୁ ସକାଳୁ ଭୁବନେଶ୍ବର ର ସତ୍ୟ ନଗର ଅଞ୍ଚଳ ରେ ଯାଉଥିବ‌ା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ସେମାନ ଙ୍କୁ ଅଟକାଇଛନ୍ତି।

 ଏହା ପରେ ସେ ବାବୁସାନ ଙ୍କୁ ଗାଡ଼ି ରୁ ବାହାରକୁ ଆସିବା ଲାଗି ବାଧ୍ୟ କରିବା ସହ ତାଙ୍କୁ ଟଣାଓଟରା କରିଛନ୍ତି। ଏହି ଘଟଣା ରେ ବାବୁସାନ୍ ଅପଦସ୍ଥ ହୋଇପଡ଼ିବା ଦେଖିବାକୁ ମିଳୁଛି। ଏହାnପରେ ତୃପ୍ତି ଗାଡ଼ି ଭିତରେ ପଶି ପ୍ରକୃତି ଙ୍କୁ ଟଣାଓଟରା କରିଛନ୍ତି। ପରେ ପ୍ରକୃତି ଗାଡ଼ିରୁ ବାହାରି ସେଠାରୁ ଚାଲିଯିବା କୁ ଉଦ୍ୟମ କରୁଥିବା ବେଳେ ବାବୁସାନଙ୍କ ପତ୍ନୀ ତାଙ୍କୁ ମାଡ଼ ମାରିଥିବାର ଦେଖିବାକୁ ମିଳିଛି।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଭିଡିଓ। ଘଟଣା ଟି ଭୁବନେଶ୍ଵର ର ସତ୍ୟନଗର ଅଞ୍ଚଳ ରେ ଥିବା ପାଢ଼ୀ ଟ୍ୟୁଟୋରିଆଲ୍ ସାମ୍ନା ରାସ୍ତା ର ବୋଲି ସୂଚନା ମିଳିଛି। ଗୋଟିଏ ଗେଷ୍ଟ୍ ହାଉସ୍ ରେ ଅବସ୍ଥିତ ଥିବା ସୂଚନା ଏ ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରିଛନ୍ତି ଯେ ପ୍ରକୃତି ତାଙ୍କ ଘରଭାଙ୍ଗି ଦେଇଛନ୍ତି।

ଗୁଲୁଆ ଙ୍କ ମତରେ ଟିକେ କଥା କୁ ମିଡ଼ିଆ ବଳ ଏତେ ମାସଲା ଗୋଲାଉଛନ୍ତି ଯାହା ହେଉ ନାହିଁ ତାହା ମଧ୍ୟ ଯୋଡ଼ିକି କହୁଛନ୍ତି। ସେ କହିଛନ୍ତି ଯେ, ଘରୋଇ ମାମଲା ଘରେ ବସି ଆପୋଷ ରେ ବୁଝା ବଣା କରିଲେ ସମସ୍ୟା ର ସମାଧାନ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।