ଛି..ଛି.. ଧରମ ପୁଅ ପ୍ରେମରେ ପଗୀଳୀ ହୋଇ ସ୍ୱାମୀ ପିଲାକୁ ଛାଡ଼ି ଫେରାର ମାଆ ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଯାଜପୁର ଜିଲ୍ଲାର ସୁକିନ୍ଦାରଥ ଦାଣ୍ଡରେ ବିବାହିତ ମହିଳାଙ୍କ ହାଇଡ୍ରାମା ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା ହତାରେ ପେଟ୍ରୋଲ ଧରି ଆତ୍ମହତ୍ୟା ଉଦ୍ୟମ ଘଟଣା ଜୋର୍ ଧରିଥିବା ବେଳେ କାହାଣୀରେ ଆସିଛି ନୂଆ ମୋଡ଼। ସୂଚନା ଅନୁଯାୟୀ ମହିଳା ଜଣକ ପୂର୍ବରୁ ବିବାହିତ ତାଙ୍କର ସ୍ଵାମୀ ଓ ୮ ବର୍ଷର ପୁଅ ମଧ୍ୟ ରହିଛି। ହେଲେ ମହିଳା ଜଣକ ଦୀପକ ନାମକ ଏକ ଯୁବକ ସହିତ ୨ ବର୍ଷ ଧରି ସମ୍ପର୍କ ରଖିଥିଲେ। ଦୀପକ ତାଙ୍କର ସ୍ୱାମୀ ଅଟନ୍ତି। ଏମିତିକି ଦୀପକ ତାଙ୍କର ପିଲା ମଧ୍ୟ ନଷ୍ଟ କରାଇଛନ୍ତି। ଏହା ପରେ ତାଙ୍କୁ ଛାଡ଼ି ଅନ୍ୟ ଜଣକୁ ବିବାହ କରିଥିଲେ ତେଣୁ ମହିଳା ଜଣକ ରାଜ ରାସ୍ତାରେ ପେଟ୍ରୋଲ ଧରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏବଂ ସଂପୃକ୍ତ ଯୁବକଙ୍କ ନାରେ ଅଭିଯୋଗ ଆଣିଥିଲେ।
ତେବେ ଦୀପକଙ୍କ ପରିବାର ଲୋକେ ମହିଳାଙ୍କ ବିରୁଦ୍ଧରେ ଆଣିଛନ୍ତି ପାଲଟା ଅଭିଯୋଗ। ଦୀପକଙ୍କ ପରିବାର ଲୋକଙ୍କ ପାଲଟା ଅଭିଯୋଗ ଅନୁସାରେ ଦୀପକ ମହିଳାଙ୍କ ସ୍ବାମୀ ନୁହେଁ ସେ ତାଙ୍କର ଧରମ ପୁଅ। ମହିଳା ଜଣକ ଯୁବକ ଜଣଙ୍କୁ ଧରମ ପୁଅ ବୋଲି ଗ୍ରହଣ କରିଥଲେ। ଅଭିଯୁକ୍ତ ଦୀପକଙ୍କ ପରିବାର ଲୋକେ ମହିଳାଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି।
ତେବେ ମହିଳା ଜଣକ ହେଉଛନ୍ତି ଲିନା ମହାନ୍ତ।ଅଭିଯୁକ୍ତ ଦୀପକ ଲିନା ମହାନ୍ତଙ୍କ ସ୍ବାମୀଙ୍କ ପାଖରେ ୬-୭ ବର୍ଷ ହେବ ହେଲ୍ପପର୍ ଭାବରେ କାମ କରୁଥିଲେ। ତେବେ ଏଥି ମଧ୍ୟରେ ଲିନା ମହାନ୍ତ ଦୀପକକୁ ନିଜର ଧରମ ପୁଅ କରିଥିଲେ। ତେବେ ବର୍ତ୍ତମାନ ସମୟରେ ଲିନା ମହାନ୍ତ ଦୀପକଙ୍କୁ ତାଙ୍କର ସ୍ବାମୀ ବୋଲି ଦାବି କରିଛନ୍ତି।
ଯେ ଦୀପକ ତାଙ୍କୁ ବିବାହ କରିଛନ୍ତି ତାଙ୍କ ସହିତ ସମ୍ପର୍କ ରଖିଛନ୍ତି ଏବଂ ବହୁତ ଟଙ୍କା ପଇସା ମଧ୍ୟ ନେଇଛନ୍ତି। ତେଣୁ ସେ ଦୀପକଙ୍କ ନାରେ ଅଭିଯୋଗ କରିଛନ୍ତି।ଏପଟେ ଦୀପକଙ୍କ ପରିବାର ଲୋକେ ଏହାକୁ ମିଛ ବୋଲି ପାଲଟା ଅଭିଯୋଗ ମହିଳାଙ୍କ ନାରେ ଆଣିଛନ୍ତି।
ତେବେ ମହିଳା ଜଣକ ପୂର୍ବରୁ ବିବାହିତ ଏବଂ ତାଙ୍କର ପୁଅ ମଧ୍ୟ ରହିଛି। ସୂଚନା ଅନୁଯାୟୀ ମହିଳାଙ୍କ ସ୍ଵାମୀଙ୍କ ପାଖରେ ଦୀପକ କାମ କରି ଆସୁଥିଲେ ଏହାପରେ ମହିଳାଙ୍କ ସ୍ବାମୀଙ୍କ ଏକ୍ସିଡେଣ୍ଟ ହୋଇଥିଲା।ତେବେ ମହିଳାଙ୍କ ସ୍ଵାମୀଙ୍କ ଏକ୍ସିଡେଣ୍ଟ ହେବା ପରେ ଦୀପକ ତାଙ୍କ ଘରର ସବୁ କଥା ବୁଝି ଆସୁଥିଲେ।
ଇତି ମଧ୍ୟରେ ତାଙ୍କ ଭିତରେ କେଉଁ ସମ୍ପର୍କ ଗଢି ଉଠିଛି ତାର ସତ୍ୟା ସତ୍ୟ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ପାରି ନାହିଁ। ତେବେ ଦୀପକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଦୀପକ ଓ ମହିଳାଙ୍କ ମଧ୍ୟରେ ସେମିତି କିଛି ସମ୍ପର୍କ ନାହିଁ। ମହିଳା ଜଣକ ଯାହା କହୁଛନ୍ତି ସେସବୁ ମିଥ୍ୟା ଅଭିଯୋଗ। ତେବେ ଆଗକୁ ଦେଖିବାକୁ ବାକି ରହିଲା ଘଟଣାର ମୋଡ଼ କେଉଁ ଦିଗକୁ ଗତି କରୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।