ମୁଁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏ ହରି ଆପଣ ମାନଙ୍କୁ ହସେଇ ଚାଲିଥିବ,ଏମିତି କହିଲେ ହରି | ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଓଲିଉଡ୍ର ଜଣାଶୁଣା ହାସ୍ୟ ଅଭିନେତା ହରିହର ଓଲିଉଡ୍ର ଅନେକ ହିଟ୍ ଫିଲ୍ମରେ ହରିଙ୍କ କମେଡିର ଛିଟା ଲାଗିଛି। ସେଥିପାଇଁ ସେ ଆଜି ଓଲିଉଡ୍ର ଜଣେ ଆଗ ଧାଡିର ହାସ୍ୟ ଅଭିନେତା। କିନ୍ତୁ ଏବେ ହରିଙ୍କୁ ଆଉ ଏତେଟା ଫିଲ୍ମ କରିବାର ଦେଖିବାକୁ ମିଳୁନାହିଁ।
ଦିନ ଥିଲା, ହରିଙ୍କ ଫିଲ୍ମ ଦେଖିବାକୁ ଲୋକେ ହଲ୍ର ଆଗ ଧାଡ଼ି ଖୋଜୁଥିଲେ। ଏବେ କିନ୍ତୁ ଆଉ ତାଙ୍କର ଏତେ ଚାହିଦା ନାହିଁ। ଆଜିକାଲି ନାୟକମାନେ ଫିଲ୍ମ୍ରେ କମେଡି କରୁଛନ୍ତି ଏବଂ ଏହା ମଧ୍ୟରେ ଅନେକ ନବାଗତ ହାସ୍ୟକଳାକାର ମଧ୍ୟ ଓଲିଉଡ୍କୁ ଆସିଲେଣି।
ତେବେ କେଉଁଠି ନା କେଉଁଠି ହରିହର ଲୋକଙ୍କ ମନୋରଞ୍ଚନ କରିବାରେ ଫେଲ୍ ମାରିବା କୁହାଯାଉଛି। ଏହି ଅଭିଯୋଗକୁ ହରି ସ୍ୱୀକାର ମଧ୍ୟ କରୁଛନ୍ତି। କାହିଁକି ଦର୍ଶକ ନବାଗତ ହାସ୍ୟ ଅଭିନେତାଙ୍କୁ ପରଦା ଉପରେ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି, ନିକଟରେ ଓଡିଶା ରିପୋର୍ଟର୍କୁ ଦେଇଥିବା ସାକ୍ଷାତକାରରେ ହରି ସେସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି ।
ହରିଙ୍କ କହିବା ଅନୁଯାୟୀ, “ଦିନ ବଦଳେ, ଜେନେରେସନ୍ ମଧ୍ୟ ବଦଳୁଥାଏ। ସେହି ଅନୁସାରେ, ଲୋକଙ୍କ ପସନ୍ଦରେ ବି ପରିବର୍ତ୍ତନ ଆସେ। କିନ୍ତୁ ମୋ କ୍ଷେତ୍ରରେ ଟିକେ ଅଲଗା ହୋଇଛି। ଯଦିଓ ହିରୋମାନେ କମେଡି କରୁଛନ୍ତି, ମୁଁ ମଧ୍ୟ ତାଙ୍କ ସହ ସମାନଭାବେ କମେଡି କରୁଛି।
ମୋ ଫିଲ୍ମରେ ହିରୋ ଆଉ ମୁଁ ଉଭୟ କମେଡି କରୁଥିବା ଆପଣମାନେ ଦେଖିଥିବେ।ମୁଁ କେବେ ଡ୍ରାମା କରେନି କି ପ୍ରହସନ କରେନି, ମୁଁ ସବୁବେଳେ ବାସ୍ତବିକ ପ୍ରସଙ୍ଗକୁ ନେଇ ଅଭିନୟ କରେ ଏବଂ ଲୋକଙ୍କୁ ହସାଇବାକୁ ଚେଷ୍ଟା କରେ।”
ମୋର ଗୋଟେ ପ୍ଲସ୍ ପଏଣ୍ଟ ହେଉଛି, ଖୁସିରେ ମୁଁ କେବେ ଏତେ ଉତ୍ଫୁଲ୍ଲିତ ହୋଇ ପଡେନି କି ଦୁଃଖ ଆସିଲେ ସେମିତି ହତାଶ୍ ବି ହୁଏନି। ଏଇଟା ମୋ ବାପା ମତେ ଶିଖାଇଛନ୍ତି। ତେଣୁ ଜୀବନର ସବୁ ପରିସ୍ଥିରେ ସନ୍ତୁଳନ ରକ୍ଷା କରି ଚାଲିଛି। ସେଥିପାଇଁ ଆଜି ଖୁସିରେ ଅଛି।
ବ୍ୟକ୍ତିଗତ ଅବଶୋଷ ହେଉଛି, ମୁଁ ଏପର୍ଯ୍ୟନ୍ତ ନିଜ ପସନ୍ଦର ଏକ ଚରିତ୍ରରେ ଅଭିନୟ କରିବା ପାଇଁ ଅପେକ୍ଷା କରିଛି। ‘ରୁମ୍କୁ ଝୁମାନା‘ ଫିଲ୍ମରେ ଯେମିତି ଚରିତ୍ର ଥିଲା, ମତେ ସେମିତି ଏକ ଚରିତ୍ର ଦରକାର। ମତେ ଲଗେ, ମୁଁ ସେ ଚରିତ୍ରକୁ ନ୍ୟାୟ ଦେଇ ପାରିଥିଲି ଏବଂ ଲୋକଙ୍କୁ ଅଭିନୟ ଦ୍ୱାରା ଖୁସି କରିପାରିଥିଲି। ମତେ ସେମିତି ଏକ ଚରିତ୍ରଟେ ଦରକାର। ମୋ ଛାତିରେ ଭରି ରହିଲା ପରି ଗୋଟେ ଚରିତ୍ର ମତେ ଏଯାଏ ମିଳି ପାରିନାହିଁ।
ତେଣୁ ମୁଁ ଆଜିର ଏହି ପିଲା ମାନଙ୍କୁ କିଛି ଜ୍ଞାନ ପ୍ରଦାନ କରୁଛି କହାଯାଏ କି ଜ୍ଞାନ ବାଟିଲେ ଜ୍ଞାନ ବଢ଼ିଥାଏ । ଏହି ପିଲା ମାନେ ଯଦି ମୁଁ କିଛି ସାହାଯ୍ୟ କରିଲେ ସେମାନେ ଆହୁରି ବହୁତ୍ ଆଗକୁ ବଢ଼ିବା ସେମାନେ ମୋଠୁ ବହୁତ୍ ଶିଖି ସାରିଛନ୍ତି । ତେବେ ପିଲା ମାନେ ବହୁତ ଭଲ ଆକ୍ଟିଂ ଶିଖିଥିଲେ ହରି ଭାଇ ସମସ୍ତଙ୍କୁ ଶିଖାଇଥିଲେ ଓ ସେ କହିଥିଲେ ; ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ହରି ଭାଇ ଆପଣ ମାନକୁ ହସେଇ ଚାଲିଥିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।