Garlic – ମାତ୍ର ୩ ଦିନରେ ଭାତୁଡ଼ି ସମସ୍ୟାରୁ ପାଆନ୍ତୁ ମୁକ୍ତି ,କରନ୍ତୁ ଏହି ଚମତ୍କାରି ଉପାୟ,୧୦୦% ଗ୍ୟାରେଣ୍ଟି !

ବର୍ତ୍ତମାନର ଲୋକ ମାନଙ୍କର ଅନିୟମିତ ଖରାପ୍ ଜୀବନଶୈଳୀ କାରଣ ରୁ ପ୍ରାୟ ସମସ୍ତେ କିଛି ନା କିଛି ରୋଗ ରେ ପୀଡ଼ିତ ହେଉଛନ୍ତି। ତେବେ ପ୍ରଦୂଷଣ ଓ ଖାଇବା ପିଇବାରେ ଅନିୟମିତତା ଏବଂ ଉଚିତ୍ ଢଙ୍ଗ ରହିବା କାରଣ ରୁ ଅନେକାଂଶ ରେ ଚର୍ମ ରୋଗ ଏବେ ପୂର୍ବ ତୁଳନା ରେ ଅଧିକ ବଢ଼ିବା ରେ ଲାଗିଛି।

ଆଉ ଏହି ଚର୍ମ ରୋଗ ମଧ୍ୟରେ ଶରୀର ରେ ଭାତୁଡି ହେବା ଏକ ଏଭଳି ସମସ୍ୟା ପାଲଟିଛି ଯାହା ପିଲାଠୁ ବୁଢ଼ା, ସବୁ ବୟସର ଲୋକ ଙ୍କ ଦେହ ରେ ହେଉ ଥିବାର ଦେଖିବା କୁ ମିଳୁଛି।ତେବେ ଏହି ଭାତୁଡି ରୁ ମୁକ୍ତି ପାଇବା କୁ ଲୋକ ମାନେ ବିଭିନ୍ନ ପ୍ରକାର ଔଷଧ ଖାଉଥିଲେ ମଧ୍ୟ ତାହା ତୁରନ୍ତ କାମ ଦେଇ ନଥାଏ କିମ୍ବା ଉପକାରୀ ପ୍ରଭାବ ମଧ୍ୟ ପଡୁ ନଥିବା ଦେଖିବା କୁ ମିଳୁଛି।

ସେଥି ପାଇଁ ଅନେକ ଚିନ୍ତା ରେ ରହିଥାନ୍ତି।କିନ୍ତୁ ଆପଣ ଚାହିଁଲେ ବିନା ଖର୍ଚ୍ଚରେ ଘରୋଇ ଉପାୟ ରେ ମଧ୍ୟ ଭାତୁଡି ସମସ୍ୟା ଦୂର କରି ପାରିବେ। ତେବେ ଆସନ୍ତୁ ଜାଣିବା ମାତ୍ର କିଛି ମିନିଟରେ କେମିତି ମୁକ୍ତି ପାଇବେ ଶରୀର ରେ ହେଉଥିବା ଏହି ଭାତୁଡି ସମସ୍ୟା ରୁ।

ଆବଶ୍ୟକୀୟ ଉପକରଣ-
୪/୫ କୋଷା ରସୁଣ, ଅଧା ଚାମଚ ଲେମ୍ବୁରସ ଏବଂ ଦୁଇ ଚୁଟିକି ବେକିଙ୍ଗ ସୋଡା, ଏକ ବେଣ୍ଡେଜ ଷ୍ଟ୍ରିପ ଏବଂ ଗୋଟିଏ କଟନ୍ ବଡ଼।

ପ୍ରସ୍ତୁତି ପ୍ରଣାଳୀ-

 ପ୍ରଥମେ କିଛି ରସୁଣ କୋଶା ନେଇ ତାହାକୁ ଭଲ ଭାବରେ ବାଟି ଦିଅନ୍ତୁ ଏବଂ ପରେ ଏହାକୁ ଛାଙ୍କୁଣୀ ରେ ଚିପୁଡ଼ି ନେଇ ରସ ବାହାର କରନ୍ତୁ ଏକ ପାତ୍ରରେ।ଏହାପରେ ଆପଣ ଲେମ୍ବୁ କୁ ଚିପୁଡ଼ି ଅଧ ଚାମଚ ଲେମ୍ବୁ ରସ ନିଅନ୍ତୁ ଏବଂ ଏହାକୁ ଏହି ରସୁଣ ରସ ରେ ମିଶାନ୍ତୁ।

ଏହା ପରେ ଆପଣ ଚାମଚ ରେ ଅଳ୍ପ ବେକିଂ ସୋଡ଼ା ନେଇ ପାତ୍ରରେ ଥିବା ରସୁଣ ରସ ଏବଂ ଲେମ୍ବୁ ରସ ସହ ମିଶାନ୍ତୁ।ଏହା ପରେ ଆପଣ ଏହି ମିଶ୍ରଣ କୁ ଭଲ ଭାବରେ ମିଶାନ୍ତୁ। କିଛି ସମୟ ପରେ ଏହି ମିଶ୍ରଣ ଭଲ ଭାବରେ ମିଶି ଯିବା ପରେ ଏହା ଏକ ପେଷ୍ଟ ଭଳି ହୋଇଯିବ। ଏବେ ଏହାକୁ ବ୍ୟବହାର କରିହେବ।

ବ୍ୟବହାର ପ୍ରଣାଳୀ-

ଏହି ମିଶ୍ରଣ କୁ ଆପଣ ଏକ କଟନ୍ ବୋଡ୍ ସାହାଯ୍ୟ ରେ ନେଇ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାନ୍ତୁ ଏବଂ ଭାତୁଡ଼ି ଉପରେ ମଧ୍ୟ ଲଗାନ୍ତୁ। ତାପରେ ଏହା ଉପରେ ବେଣ୍ଡେଜ୍ ଷ୍ଟ୍ରିପ କୁ ଭଲ ଭାବରେ ମାରି ଦିଅନ୍ତୁ।ଏହାପରେ ଏହାକୁ ଗୋଟିଏ ରାତି ପର୍ଯ୍ୟନ୍ତ ସେମିତି ଛାଡ଼ି ଦିଅନ୍ତୁ।

ସକାଳେ ଷ୍ଟ୍ରିପ କୁ ସେ ସ୍ଥାନରୁ ଉଠାଇ ଦିଅନ୍ତୁ।ପରେ ଏହାର ପ୍ରଭାବ ଆପଣ ଦେଖି ପାରିବେ। ଯେତେ ଦିନ ପର୍ଯ୍ୟନ୍ତ ଆପଣ ଙ୍କ ଶରୀର ରୁ ଏହି ଭାତୁଡ଼ି ଭଲ ଭାବରେ ଗାଏବ ହୋଇନାହିଁ ସେତେ ପର୍ଯ୍ୟନ୍ତ ଆପଣ ଏହାକୁ ବ୍ୟବହାର କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।