Femily Tips – ମଥାରେ ସିନ୍ଦୁର ଲଗାଇବାର ସଠିକ ନିୟମ, ପ୍ରତ୍ୟେକ ବିବାହିତା ମହିଳା ମାନେ ନିଶ୍ଚୟ ଜାଣି ରଖନ୍ତୁ, ନଚେତ ଘରେ ସବୁବେଳେ ଅଭାବି ଲାଗି ରହିବ

ଆମ ହିନ୍ଦୁ ଧର୍ମରେ ଜଣେ ନାରୀ ପାଇଁ ସିନ୍ଦୂରର ଭୂମିକା ସବୁଠାରୁ ଉଚ୍ଚ ହୋଇଥାଏ। ବିଭାଗ କାର୍ଯ୍ୟରେ ସିନ୍ଦୂରକୁ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରାଯାଇଛି। ଆମ ହିନ୍ଦୁ ଧର୍ମରେ ମହିଳା ମାନଙ୍କ ସିନ୍ଦୂରରୁ ହିଁ ଜଣା ଯାଏ ଯେ ସେ ସଧବା ନାରୀ କି ନୁହଁ। ଏହି ସିନ୍ଦୁର ସ୍ୱାମୀର ଦୀର୍ଘାୟୁ କାମନା କରି ସଧବା ନାରୀମାନେ ପିନ୍ଧି ଥାଆନ୍ତି। କୁହାଯାଏ କି ଯେଉଁ ନାରୀ ଯେତେ ଲମ୍ବାର ସିନ୍ଦୁର ଲାଗନ୍ତି ତାଙ୍କ ସ୍ଵାମୀଙ୍କ ଆୟୁଷ ସେତେ ଲମ୍ବା ହୋଇଥାଏ।

ଯଦି ନାରୀ ଭୁଲ ଭାବରେ ସିନ୍ଦୂର ଲଗାଇ ଥାଏ ତେବେ ତାହା ସେହି ନାରୀର ସ୍ବାମୀ ପାଇଁ ଦୁଃର୍ଭାଗ୍ୟର କାରଣ ସାଜିଥାଏ। ସ୍ବାମୀ ଉପରକୁ ବିଭିନ୍ନ ପ୍ରକାର ସମସ୍ୟା ମାଡ଼ି ଆସେ। ତେବେ ଆଜି ଆମେ ଆପଣ ମାନଙ୍କୁ ବିଧି ବିଧାନ ଅନୁଯାୟୀ ସିନ୍ଦୂର ଲଗାଇବାର କିଛି ସଠିକ୍ ନିୟମ ବାବଦରେ ଜଣାଇବାକୁ ଯାଉଛୁ। ଯାହା ଦ୍ଵାରା ଆପଣଙ୍କ ସ୍ବାମୀ ଆସୁଥିବା ବିପଦରୁ ଦୂରେଇ ରହିବେ। ତେବେ ଆସନ୍ତୁ ଜାଣିବା ସିନ୍ଦୂର ପିନ୍ଧିବାର ବିଧି ବିଧାନ ସମ୍ପର୍କରେ।

୧. ପ୍ରତ୍ୟେକ ନାରୀମାନେ ସିନ୍ଦୂରକୁ ସିନ୍ଥିର ମଧ୍ୟ ଭାଗରେ ଲଗାଇବା ଉଚିତ୍ ହୋଇ ଥାଏ। ଏହା ଦ୍ୱାରା ସ୍ବାମୀ ଦୀର୍ଘାୟୁ ହୋଇଥାନ୍ତି ଏବଂ ଏଥି ସହିତ ସ୍ବାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ଖୁବ୍ ମଜବୁତ୍ ହୋଇଥାଏ।

୨. କିଛି ମହିଳା ମାନେ ସିନ୍ଦୂରକୁ ନିଜ କେଶ ମଧ୍ୟରେ ଲୁଚେଇ ରଖି ଥାଆନ୍ତି ଯାହା ଉଚିତ୍ ହୋଇ ନଥାଏ। ସେହି ନାରୀ ମାନଙ୍କ ସ୍ବାମୀ ମାନଙ୍କୁ ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଦୁର୍ବଳ ହୋଇ ପଡନ୍ତି। ଏଥି ସହିତ ସମାଜରେ ସେମାନଙ୍କର ବହୁତ ମାନ ସମ୍ମାନ ହାନି ହୋଇଥାଏ।

୩. କିଛି ମହିଳା ମାନେ ସିନ୍ଦୂରକୁ ସିନ୍ଥି ମଝିରେ ନ ଲଗାଇ ଟିକିଏ ସାଇଡ୍ ରେ ଲଗାଇ ଥାଆନ୍ତି। ଯାହା ଫଳରେ ସ୍ବାମୀ ଓ ସ୍ତ୍ରୀଙ୍କ ମଝିରେ ତିକ୍ତତା ବୃଦ୍ଧି ପାଇଥାଏ। ସେମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି ହେବା ସହ ସର୍ବଦା ଝଗଡା ଲାଗି ରହିଥାଏ।

୪. ମହିଳା ମାନଙ୍କ ପିରିୟଡ଼ ଚାଲିଥିବା ସମୟରେ ସିନ୍ଦୂର ପିନ୍ଧିବା ଉଚିତ୍ ହୋଇନଥାଏ।

୫. ସିନ୍ଦୁରକୁ ସର୍ବଦା ଯତ୍ନରେ ରଖିବା ଉଚିତ୍। ସିନ୍ଦୂର ପଡ଼ିଯିବା ଅଶୁଭ ସଂକେତ ଦେଇଥାଏ। ଯଦି ସିନ୍ଦୂର ପଡ଼ିଯାଇଛି ତେବେ ଏହାକୁ ଯଥା ଶୀଘ୍ର କାଗଜ କିମ୍ବା କପଡ଼ାରେ ପରିଷ୍କାର ଭାବରେ ପୋଛି ଦିଅନ୍ତୁ।

୬. ସିନ୍ଦୂରକୁ ରୂପା ଗିନାରେ ରଖିବା ଉଚିତ୍ ହୋଇ ନଥାଏ। ଏହାକୁ ଯତ୍ନର ସହିତ ତମ୍ବା ପାତ୍ର କିମ୍ବା ପ୍ଲାଷ୍ଟିକ ପାତ୍ରରେ ରଖିବା ଉଚିତ୍।

୭. ସିନ୍ଦୂର ଲଗାଇବା ସମୟରେ ମୁଣ୍ଡରେ ଓଢ଼ଣୀ ଦେଇ ସର୍ବଦା ପୂର୍ବ ଦିଗକୁ ମୁଁହ କରି ପିନ୍ଧିବା ଉଚିତ୍ ହୋଇଥାଏ।

୮. ଠାକୁର ଘରକୁ ଯିବା ପୂର୍ବରୁ ସିନ୍ଦୂର ଲଗାଇ ଯିବା ଉଚିତ୍। ଏଥି ସହିତ ଠାକୁରଙ୍କ ନାରେ ଉଦ୍ଦିଷ୍ଟ ସିନ୍ଦୂର ନ ଲଗାଇ ଅଲଗା ସିନ୍ଦୂର ଲଗାଇବା ଉଚିତ୍ ହୋଇ ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।