health tips – ଗ୍ୟାରେଣ୍ଟି କମିବ ପେଟ ଚର୍ବି ଘିଅ ଭଳି ତରଳି ଯିବ – କରନ୍ତୁ ଏହି 4 ଟି ଏକ୍ସରସାଇଜ୍ । Dr. Samuel Bidyasagar
ଆଜି କାଲିର ଜୀବନଶୈଳୀ ଏବଂ ଭୁଲ ଖାଦ୍ୟପେୟ ପାଇଁ ବହୁତ ସମସ୍ୟା ଦେଖିବାକୁ ମିଳୁଛି। ତେବେ ଏଥି ମଧ୍ୟରୁ ମୋଟାପଣ ଏକ ସାଧାରଣ ସମସ୍ୟା ପାଲଟି ଯାଇଛି।କିଛି ଲୋକଙ୍କ ଚର୍ବି ଅଧିକ ହୋଇ ପେଟ ବଢିଯାଇଥାଏ , ଏହା ଦ୍ୱାରା ତାଙ୍କ ଚେହେରା ବଦଳି ଯାଏ। ଶରୀରରେ ଓଜନ ବୃଦ୍ଧି ପାଇବ ଆଜିକାଲି ଏକ ଚିନ୍ତାର ବିଷୟ ପାଲଟିଛି। ଏଥି ପାଇଁ ଲୋକ ମାନେ ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ଖାଇଥାନ୍ତି ଯାହା ଫଳରେ ବିଭିନ୍ନ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ।
ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଯୋଗ ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଆପଣଙ୍କ ମୋଟାପଣକୁ କମ କରି ପାରିବେ।ଆସନ୍ତୁ ଜାଣିବା ପ୍ରତିଦିନ କେଉଁ ଆସନ ଅଭ୍ୟାସ କରିବା–
୧.ବକ୍ରାସନ:-
ଦଣ୍ଡାସନରେ ବସି ଡାହାଣ ପଟକୁ ବାମ ପାଦ ମୋଡିକରି ବାମ ଜଙ୍ଘକୁ ପାଖରେ କହୁଣୀ ସହ ସଂଯୋଗ କରି ବାମ ପାଦକୁ ସିଧା ରଖନ୍ତୁ। ବାମ ହାତକୁ ଡାହାଣ ପାଦ ଓ ଉଦର ମଝିରେ ଆଣି ଡାହାଣ ପାଦକୁ ପଞ୍ଝାପାଖରେ ଲଗାଇ ଟେକି ରଖନ୍ତୁ। ଦୁଇ ହାତକୁ କମର ପଛରେ ଭୂମି ଉପରେ ସିଧା ରଖୁ ବେକକୁ ବୁଲାଇ ଡାହାଣ କାନ୍ଧ ଉପରେ ମୋଡିକରି ପଛକୁ ଦେଖନ୍ତୁ । ଏହିପରି ବିପରୀତ ଗୋଡ଼ରେ କରନ୍ତୁ । ଏହା ପ୍ରତିଦିନ4-6 ଥର ଅଭ୍ୟାସ କରନ୍ତୁ। ଏହା ତଳିପେଟର ଚର୍ବି କମାଇବା ସହ ମଧୁମେହ ଓ କମର ଯନ୍ତ୍ରଣା ପାଇଁ ଫଳପ୍ରଦ।
୨.ଭୁଜଙ୍ଗାସନ:-
ଉଦର ବଳରେ ଶୋଇ ବାମ ହାତକୁ ଛାତିର ତଳେ ରଖିକରି ଏହା ଉପରେ ଡାହାଁଣ ହାତ ରଖନ୍ତୁ। ପରେ ଶ୍ୱାସ ଭରନ୍ତୁ। ଧିରେ ଧିରେ ମୁଣ୍ଡ ଓ ଛାତିକୁ ଉପରକୁ ଉଠାନ୍ତୁ। ପଛରୁ ଗୋଇଠି ଓ ପଞ୍ଝା ମିଶାଇ ରଖନ୍ତୁ। କହୁଣିକୁ ସିଧା ରଖି କିଛି ସମୟ ଏମିତି ରୁହନ୍ତୁ। ଏହା ପରେ ଧିରେ ଧିରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ। ଏହି ପ୍ରକ୍ରିୟାକୁ ୩-୪ ଥର ଅଭ୍ୟାସ କରନ୍ତୁ।
୩.ଫ୍ଲାଙ୍କ:-
ପ୍ରଥମେ ଆପଣ କୋଶପ ପୋଜିସନକୁ ଆସି ଯାଆନ୍ତୁ ଏବଂ ହାତ ସାହାଯ୍ୟରେ ଶରୀରକୁ କିଛି ସମୟ ପର୍ଯ୍ୟନ୍ତ ଉଠେଇ ରଖନ୍ତୁ । ଏହାକୁ ଆପଣ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଉଠାଇ ରଖନ୍ତୁ ।
୪.କ୍ରଞ୍ଜେସ୍:-
ପ୍ରଥମେ ଆପଣ ଫ୍ଲାଟ୍ ହୋଇ ଶୋଇ ଯାଆନ୍ତୁ ପରେ ଧୀରେଧୀରେ ଗୋଡ ଦୁଇଟିକୁ ଭାଙ୍ଗନ୍ତୁ ଏବଂ ହାତ ଦୁଇଟିକୁ ପଛକୁ ରଖନ୍ତୁ । ଏହାପରେ ଶରୀର ଏବଂ ହାତ ଦୁଇଟିକୁ ଧୀରେଧୀରେ ଉଠାନ୍ତୁ । ଏହାକୁ ୧୦-୧୫ ଥର ଅଭ୍ୟାସ କରନ୍ତୁ।
ଏହି ଯୋଗ ଅଭ୍ୟାସକରିବା ସହିତ ଖାଦ୍ୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ।ମିଠା ଓ ଫାଷ୍ଟ ଫୁଡ୍ ଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟକୁ ଆଭୋଏଡ୍ କରନ୍ତୁ। ପ୍ରତିଦିନ ଫ୍ରେସ୍ ପନିପରିବା ଓ ଫଳକୁ ଖାଦ୍ୟରେ ସାମିଲ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।