ବର୍ତ୍ତମାନ ସମୟରେ କେଶ ଝଡିବା ଏମିତି ଏକ ସମସ୍ୟା ପାଲଟିଛି , ଯାହାକି ଛୋଟ ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତ ଙ୍କ ଠାରେ ଦେଖାଯାଉଛି । କୁହାଯାଏ କି ଲମ୍ୱା , ଘନ ଓ ସୁନ୍ଦର କଳା କେଶ ଆମ ସୁନ୍ଦରତାକୁ ବୃଦ୍ଦି କରିବାରେ ସାହାର୍ଯ୍ୟ କରିଥାଏ ।
ସମାଜରେ ପ୍ରଦୂଷଣର ମାତ୍ରା ଅଧିକ ବଢିବାରୁ ବା ଖାଦ୍ୟ ପେୟରେ ଆଧିକ ମାତ୍ରାରେ ରାସାୟନିକ ପଦାର୍ଥ ରହିବାରୁ ଆମ ଶରୀର ତଥା କେଶ ପାଇଁ ବହୁତ ବଡ ସମସ୍ୟା ହୋଇଯାଇଛି ।ଲୋକମାନେ କେଶ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମାର୍କେଟ ରୁ ମିଳୁଥିବା ବିଭିନ୍ନ ପ୍ରକାର ପ୍ରଡକ୍ଟ ବ୍ୟବହାର କରିଥାନ୍ତି । କିନ୍ତୁ ସେଥିରେ କେଶ ଜଡିବା ବନ୍ଦ ହେବା ପରିବର୍ତ୍ତେ ଆହୁରି ଅଧିକ ହେବାକୁ ଲାଗେ ।
ଯେପରି କି କେଶର ମୂଳ କୋମଜର ହୋଇଯିବା , କେଶ ଅଧାରୁ ଛିଣ୍ଡିଯିବା ଏମିତି କି ଅନେକ ସମସ୍ୟା ଦେଖାଯାଇଥାଏ । କିନ୍ତୁ ଆଜି ଆମେ ଏମିତି ଏକ ଗଛର ପତ୍ର ଓ ଫୁଲ ବିଷୟରେ ଜଣେଇବୁ , ଯାହାର ବ୍ୟବହାର କରି ଆପଣ କେଶ ଜନିତ ସମସ୍ତ ସମସ୍ୟାକୁ ଦୂର କରିପାରିବେ ।
ତେବେ ସେହି ବୃକ୍ଷଟି ହେଉଛି ସଦାବିହାରୀ ଗଛ , ଏହି ଗଛ ପ୍ରାୟତଃ ଅଧିକାଂଶ ବ୍ୟକ୍ତିଙ୍କ ଘରେ ଦେଖିବାକୁ ମିଳିଥାଏ । ଏହି ଗଛଟି ଦେଖିବା ପାଇଁ ବହୁତ ମନଲୋଭା ହେବା ସହିତ ଏହାର ଫୁଲ ମଧ୍ୟ ବହୁତ ସୁନ୍ଦର ହୋଇଥାଏ । ଏହି ଗଛର ଉପକାରୀତା ବିଷୟରେ ଜାଣିଲେ ଆପଣ ମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ।
ଯଦି କୌଣସି ବ୍ୟକ୍ତିଙ୍କର କେଶ ଝଡିବା ସମସ୍ୟା ଦେଖାଦିଏ ବା କମ ବୟସରୁ କେଶ ଧଳା ହୋଇଯିବା ବା କେଶ ରୁକ୍ଷ ହେବା ପରି ସମସ୍ୟା ଦେଖାଯାଏ । ତେବେ ଆପଣ ଅତି ସହଜରେ ଏହି ସଦାବିହାରୀ ବୃକ୍ଷର କିଛି ପତ୍ର ଓ ଫୁଲ ସାହାର୍ଯ୍ୟରେ ଦୂରେଇ ପାରିବେ ।
ଏହା ପାଇଁ ପ୍ରଥମେ ଆପଣ ସଦାବିହାରୀ ବୃକ୍ଷର କିଛି ପତ୍ର ଓ ଫୁଲ ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଧୋଇଦିଅନ୍ତୁ । ବର୍ତ୍ତମାନ ଏହାକୁ ଛେଚା ସାହାର୍ଯ୍ୟରେ ଛେଞ୍ଜି ବା ଗ୍ରାଇଣ୍ଡିଙ୍ଗ କରି ଗୋଟିଏ ପାତ୍ରରେ ଏହାର ରସ ବାହାର କରି ନିଅନ୍ତୁ । ବର୍ତ୍ତମାନ ଏହାକୁ କିଛି ସମୟ ସେମିତି କିଛି ସମୟ ପାଇଁ ଛାଡିଦିଅନ୍ତୁ , କିଛି ସମୟ ପରେ ଏହି ରସକୁ ହାତ ସାହାର୍ଯ୍ୟରେ ବା ତୁଳା ସାହାର୍ଯ୍ୟରେ ନେଇ କେଶର ମୂଳରେ ଲଗାଇ ଦିଅନ୍ତୁ ।
ଏହି ରସକୁ ମୁଣ୍ଡରେ ଲଗାଇବା ପରେ କେଶ ମୂଳକୁ ମସାଜ କରନ୍ତୁ । ଏହାକୁ ସେମିତି 30 ରୁ 40 ପର୍ଯ୍ୟନ୍ତ ସେମିତି ଛାଡି ଦିଅନ୍ତୁ ଓ ପରେ ମୁଣ୍ଡ ଧୋଇ ନିଅନ୍ତୁ । ଏହିପରି ଆପଣ ଗୋଟିଏ ମାସ ପର୍ଯ୍ୟନ୍ତ କରନ୍ତୁ , ଦେଖିବେ ଆପଣଙ୍କର କେଶ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ କେଶ କଳା , ଘନ ଓ ସୁନ୍ଦର ଦେଖାଯିବ ।
ତେବେ ସେହି ବୃକ୍ଷଟି ହେଉଛି ସଦାବିହାରୀ ଗଛ , ଏହି ଗଛ ପ୍ରାୟତଃ ଅଧିକାଂଶ ବ୍ୟକ୍ତିଙ୍କ ଘରେ ଦେଖିବାକୁ ମିଳିଥାଏ । ଏହି ଗଛଟି ଦେଖିବା ପାଇଁ ବହୁତ ମନଲୋଭା ହେବା ସହିତ ଏହାର ଫୁଲ ମଧ୍ୟ ବହୁତ ସୁନ୍ଦର ହୋଇଥାଏ । ଏହି ଗଛର ଉପକାରୀତା ବିଷୟରେ ଜାଣିଲେ ଆପଣ ମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।