Chakuli Pitha Recipe – ବିନାଦହି,ବିରି,ଚାଉଳ ସୋଢା ନଦେଇ ମାତ୍ର ୧୫ମିନିଟ୍ ରେ ବନାନ୍ତୁ ତୁଳା ଭଳି ନରମ୍ ସୁଜି ଚକୁଳି ଖାଇବାର ମଜା ନିଅନ୍ତୁ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ସକାଳୁ ସକାଳୁ ଉଠି ଆପଣ କାମ ସମୟରେ ପରୁତ କରି ପାରିବେ ଏହି ଜଳଖିଆ କୁ ଯାହାର ନାମ ହେଉଛି ସୁଜି ଚକୁଳି। ଆପଣ ବିରି ଚାଉଳ ପିଠା ଖାଇଥିବେ କିନ୍ତୁ କଣ ଆପଣ କେବେ ସୁଜି ଚକୁଳି ଖାଇଛନ୍ତି। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ।
ଟେଷ୍ଟରେ ଯେମିତି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଆଜି ପ୍ରସ୍ତୁତ କରନ୍ତୁ ସୁଜି ଚକୁଳି। ତେବେ ଜାଣନ୍ତୁ ଏହାକୁ କିପରି ବନାଇବେ। ସୁଜି ଚକୁଳି କୁ ଆହୁରି ଟେଷ୍ଟି କରିବାକୁ ହେଲେ ଏଥିରେ ଚଟନି ମିଶେଇ କି ଖାଇଲେ ଆହୁରି ସୁଜି ଚକୁଳି ସ୍ଵାଦିଷ୍ଟ ଲାଗେ।
ଚଟନୀ ପାଇଁ ଆବଶ୍ୟକ ସାମଗ୍ରୀ:-
୧:- ଟମାଟୋ ୫ଟି,୨:-ଦୁଇଟି ଗୋଟା ଶୁଖିଲା ଲଙ୍କା,୩:-୪ପେଢ଼ା ରସୁଣ ଓ ୨ଖଣ୍ଡ ଅଦା,୪:- କିଛିସୋରିଷ, ତେଲ, ଜିରା ଓ ଭୃଷୁଙ୍ଗ ପତ୍ର
ଚଟନି ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଆପଣ ଗୋଟିଏ ପ୍ୟାନ୍ ନେବେ ଓ ଗ୍ୟାସ୍ ର ଲୋ ଫ୍ଲେମ୍ ରେ ପ୍ୟାନ କୁ ବସେଇବେ ତାପରେ କିଛି ତେଲ ତେବେ ତାପରେ ଶୁଖିଲା ଲଙ୍କା ଦୁଇ ଟି ପାକେଇବେ ତାପରେ ଆପଣ ସେଥିରେ ୪ ଫେଢ଼ା ରସୁଣ ଓ ଦୁଇ ଟି ଅଦା ଟିକିଏ ଭାଜି ହେଇଗଲା ପରେ ସେଥିରେ ଆପଣ କଟା ଯାଇଥିବା ଟମାଟୋ କୁ ପକେଇବେ ଗ୍ୟାସ୍ ର ଫ୍ଲେମ କୁ ମେଡିଅମ୍ ରେ ଦେବେ !
ତାପରେ ଦେବେ ସ୍ଵାଦ ଅନୁଯାୟୀ ଲୁଣ ଯେତିକି ଆପଣ ଚଟନୀରେ ଲୁଣ ଲାଗିବ ତାହା ଏହି ସମୟରେ ଦେଇ ତାପରେ ଏହାକୁ ଭଲ ଭାବରେ ମିଶେଇ ଦେବେ ଟମାଟୋ କୁ ଭଲ ଭାବରେ ଭିଜି ଦିଅନ୍ତୁ ଯେମିତି କୁ ଭଲ ଭାବରେ ଟମାଟୋ ସିଯି ଯିବ ।
ପ୍ୟାନ ରେ ଢ଼ାକୁଣୀ ଗୋଡେଇ ଦେବେ କିଛି ସମୟ ପରେ ଟିକ ଟିକେ ଦେଖିଥିବେ ଯେମିତିକି ଟମାଟୋ ତଳେ ଲାଗିବନି ତାପରେ ଏହାକୁ କାଢ଼ି ନେବେ ଓ ଏହି ସବୁକୁ ଟିକିଏ ପାଣି ଦେଇ ଭଲଭାବେ ମିଶିଂ ଜାରରେ କରିଦିଅନ୍ତୁ ଏହା ଗୋଟିଏ ପେଷ୍ଟ ଭାବରେ ପ୍ରସ୍ତୁତ ହେଉଛି ।
ଚଟନୀକୁ ଟିକେଛୁଙ୍କ ଦେବା ପାଇଁ ପ୍ୟାନ୍କୁ ବସେଇନେବେ ଓ ଟିକେ ତେଲ ଦେବେ ଗରମ ହେଇଗଲା ପରେ ସେଥିରେ ସୋରିଷ ଓ ଜିରା ଦେଇଦେବେ ତାପରେ କିଛି ଭୃଷୁଙ୍ଗ ପତ୍ର ଦେଇକି ପେଷ୍ଟ ଟିକୁ ଦେଇକି ଛୁଙ୍କି ଦେବେ ତାପରେ କାଢ଼ିନେବେ ।
ସୁଜି ଚକୁଳି ପାଇଁ ଆବଶ୍ୟକ ସାମଗ୍ରୀ,ସୁଜି,ଚୁଡ଼ା,ଇନୋ କିମ୍ବା ବେକିଙ୍ଗ ସୋଡା,ରିଫାଇନ୍ ତେଲ,ଲୁଣ
ସୁଜି ଚକୁଳି ପାଇଁ ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଆପଣ ସୁଜି ନିଅନ୍ତୁ ଆଉ ପାଣି ଦେଇ ଭଲଭାବେ ମିକ୍ସ କରିଦିଅନ୍ତୁ ଓ କିଛି ସମୟ ପାଇଁ ଛାଡିଦିଅନ୍ତୁ ତାପରେ ଏଠାରେ ଚୁଡ଼ା ନିଅନ୍ତୁ ପାଣି ରେ ଧୋଇ ରଖିଦିଆନ୍ତୁ କିଛି ନଡ଼ିଆ କୁରା ଦେଇଦେବେ ଏହି ସବୁ କୁ ମିକ୍ସିଂ ଜାର ରେ ଗ୍ରାଇଣ୍ଡର କରିନେବେ ।
ତାପରେ ଗ୍ୟାସ୍ରେ ଏକ ପ୍ୟାନ୍ ବସାଇ ଗରମ କରନ୍ତୁ। ପ୍ୟାନ୍ ଗରମ ହୋଇଗଲା ପରେ ସେଥିରେ ରିଫାଇନ୍ ତେଲ ଭଲ କରି ଲଗାଇ ଦିଅନ୍ତୁ। ପ୍ୟାନରେ ତେଲ ଗରମ ହେଲା ପରେ ଗୋଳା ହୋଇରହିଥିବା ସୁଜିକୁ ପକାଇ ହାତରେ ଚାପନ୍ତୁ ଏବଂ ଚାରି ପାଖରେ ତେଲ ପକାଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ ଏହାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଏହାକୁ ଏକ ଥାଳି କାଢି ଗରମା ଗରମ ‘ସୁଜି ଚକୁଳି’ ପରଷନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !