viral video – ସ୍ୱାମୀର ସ୍କୁଟିରେ ପରୀକ୍ଷା ଦେବାକୁ ଆସିଲେ ,ବଏଫ୍ରେଣ୍ଡ କାରରେ ଫେରାର ହୋଈଗଲେ ସାବିତ୍ରୀ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଅଞ୍ଚଳରେ ଘଟିଛି। ସାବିତ୍ରୀ ଦିନ ନୂଆ ଶାଢୀ ଶଙ୍ଖା ସିନ୍ଦୁର ପିନ୍ଧି ସ୍ବାମୀଙ୍କୁ ପୂଜା କରିଥିଲେ। ଠିକ୍ ସାବିତ୍ରୀ ବ୍ରତ ପରେ ପରୀକ୍ଷା ହଲରୁ ଫେରାର ହୋଇଗଲେ। ଦେବବ୍ରତ ଗୋଚ୍ଛାୟତଙ୍କ ପୁଅ ରାହୁଲ ଗୋଚ୍ଛାୟତ ବ୍ରାହ୍ମଣୀପାଳ ଡକାସାହି ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରପ୍ରିୟାଙ୍କୁ ଦୁଇ ବର୍ଷ ଧରି ଭଲ ପାଉଥିଲେ ଏବଂ ୬ ମାସ ତଳେ ସେମାନେ ବିବାହ କରିଥିଲେ।

ତେବେ ବିବାହ ପରେ ସବୁକିଛି ଠିକ୍ ଠାକ୍ ଥିଲା।ହରପ୍ରିୟା କହିଥିଲେ ସେ ପାଠ ପଢ଼ିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ତାଙ୍କ ସ୍ବାମୀ ରାହୁଲ ତାଙ୍କୁ ନିକଟସ୍ଥ ଆଖଣ୍ଡଳ ମଣି ମହା ବିଦ୍ୟାଳୟରେ +୩ କଳାରେ ଆଡ଼ମିଶନ କରାଇ ଥିଲେ।

ହେଲେ କଲେଜରେ ପଢିବା ସମୟରେ ହରପ୍ରିୟାଙ୍କର ବଧେ ଗଢ଼ି ଉଠିଥିଲା ଆଉ ଜନେଟ ଯୁବକଙ୍କସହ ପ୍ରେମ ସମ୍ପର୍କ। ତେବେ ଗତ ମଙ୍ଗଳ ବାର ଦିନ ରାହୁଲ ତାଙ୍କ ସ୍ତ୍ରୀକୁ ନିଜ୍ ସ୍କୁଟିରେ ନେଇ କଲେଜରେ ଛାଡି ଦେଇ ଆସିଥିଲେ। ହେଲେ ପରୀକ୍ଷା ସରିବା ପରେ ରାହୁଲ ଯେତେବେଳ ହରପ୍ରିୟାକୁ ନେବା ପାଇଁ ଆସିଥିଲେ ସେତେବେଳେ ସେ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।

ତୁ ମୋ ପାଖକୁ ପୁଣି ଫେରି ଆସିବୁ। ଯେମିତି ଯାଇଥିଲୁ ସେମିତି ଫେରି ଆସିବୁ। ତୁ କୋଉଠି ଫେରିଆ। ଏମିତି କହି ସ୍ତ୍ରୀର ଫୋଟକୁ ଧରି କାନ୍ଦୁଛନ୍ତି ସ୍ତ୍ରୀ।ବିବାହର ୬ ମାସ ପରେ ସ୍ତ୍ରୀ ଦେଲା ବଡ ଧୋକା। କଲେଜ୍ ଯାଇ ପ୍ରେମିକ ସହ ଫେରାର ହୋଇଗଲା ସ୍ତ୍ରୀ।

ସ୍ବାମୀ ସହ ସ୍କୁଟିରେ କଲେଜ୍ ଯାଇଥିଲେ ଆଉ କାରରେ ପ୍ରେମିକ ସହ ଫେରାର ହୋଇଗଲେ ସ୍ତ୍ରୀ।ସାବିତ୍ରୀ ବ୍ରତରେ ସତ୍ୟବାନ୍ ସ୍ବାମୀଙ୍କୁ ପୂଜା କଲେ। ଠିକ୍ ପରଦିନ ସତ୍ୟବାନଙ୍କୁ ଛାଡ଼ି ପ୍ରେମିକ୍ ସହ ଚାଲିଗଲେ ସାବିତ୍ରୀ। ସ୍ବାମୀ ଏସବୁ ଦେଖି ଅବାକ୍ ହୋଇ ଯାଇଥିଲେ। ସ୍ୱାମୀର ଆଖି ଆଗରେ ପ୍ରେମିକ କାରରେ ବସି ଚାଲିଗଲେ ସ୍ତ୍ରୀ।

ସ୍ତ୍ରୀ ହରପ୍ରିୟା କଲେଜରୁ ବାହାରି ଏକ କାରରେ ବସି ତାଙ୍କ ଆଖି ସାମ୍ନାରେ ଫେରାର ହୋଇ ଯାଇଥିଲେ। ରାହୁଲ ତାଙ୍କ ସ୍କୁଟିre ସେ କାରର ପିଛା ମଧ୍ୟ କରିଥିଲେ କିନ୍ତୁ କିଛି ବାଟ ଗଲା ପରେ ସେ କାରର ଆଉ ପତ୍ତା ମିଳି ନଥିଲା। ଆଉ ଏବେ ସ୍ବାମୀ ରାହୁଲ ସ୍ତ୍ରୀ ହରପ୍ରିୟାଙ୍କ ଫୋଟକୁ ଧରି ପାଗଳ ହୋଇ ବାହୁନି କାନ୍ଦୁଛନ୍ତି।

ଆଉ କହୁଛନ୍ତି ତୁ କୋଉଠି ଅଛୁ ଧନ ଫେରିଆ। ପରିବାର ଲୋକେ ରାହୁଲର ଏଭଳି ଦୁଃଖକୁ ଦେଖି ପାରୁ ନାହାଁନ୍ତି। ଏପଟେ ବୋହୂ ଏମିତି କାହିଁକି କଲା ପରିବାର ଲୋକେକିଛି ବୁଝି ପାରୁ ନାହାଁନ୍ତି। ତେବେ ପରିବାର ଲୋକଙ୍କ ଅଭିଯୋଗ ପରେ ମାମଲା ରୁଜୁ କରିଛି ଧୂଷୁରୀ ଥାନା ପୋଲିସ।ତେବେ ପରିବାର ଲୋକେ ତାଙ୍କ ବୋହୂ ଏବଂ ରାହୁଲ ତାଙ୍କ ସ୍ତ୍ରୀର ଫେରିବା ବାଟକୁ ଚାହିଁ ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।