ଖୋଲିଲା ଗୁମର ! ମୋ ସ୍ୱାମୀର 12 ଟା ସ୍ତ୍ରୀ ଅର୍ଚ୍ଚନା ନାଗୁଣୀ ହେଲେ ସେ ଡବଲ ନାଗ… ଏମିତି କହିଲେ ଏହି ମହିଳା, ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଦିନିକୁ ଦିନ ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ ରାଜ୍ୟରେ ବଢ଼ିବାରେ ଲାଗିଛି । ଖାଲି ରାଜ୍ୟରେ ନୁହେଁ ସାରା ଦେଶରେ ବି ସାଇବର ଲୁଟେରାଙ୍କ ଉତ୍ପାତ କହିଲେ ନେସରେ । ତେବେ ଏହାରି ଭିତରେ ଏବେ ସାଇବର ଲୁଟେରା ଏକ ପୁରୁଣା ଫର୍ମୁଲା ଆପଣାଇଛନ୍ତି ।
ଲୋକଙ୍କୁ ଏସ୍କଟ୍ ସର୍ଭିସ୍ ଦେବେ କହି ଲୁଟ୍ କରୁଛନ୍ତି । ଜଣେ କି ଦୁଇ ଜଣ ନୁହେଁ ଏକ ବଡ଼ ରାକେଟ ଏଭଳି ଅପାରାଧରେ ଲିପ୍ତ ଥିବା ସନ୍ଦେହ କରାଯାଉଛି । କାରଣ ପୋଲିସ ପାଖରେ ପହଞ୍ଚିଥିବା ଅଭିଯୋଗକୁ ଦେଖଲେ, ଏହି ରାକେଟ୍ ଲୋକଙ୍କୁ ଏସ୍କଟ ସର୍ଭିସ୍ ଦେବ କହି ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଜଣାପଡ଼ିଛି ।
ଏସ୍କର୍ଟ ସର୍ଭିସ୍ ନାଁରେ ଲୋକଙ୍କୁ ବ୍ଲାକମେଲ୍ କରି କୋଟିକୋଟି ଟଙ୍କା ରୋଜଗାର ମାମଲାରେ ବିସ୍ଫୋରକ ତଥ୍ୟ ପଦାକୁ ଆସିଛି। ଏ ସଂପର୍କରେ ଜଣେ ମହିଳା ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ଘଟଣାର ମାଷ୍ଟର୍ମାଇଣ୍ଡ ସୁଶାନ୍ତ ପାତ୍ର କିଭଳି ଲୋକଙ୍କୁ ବ୍ଲାକମେଲ୍ କରୁଥିଲା ଓ ଯୁବତୀମାନଙ୍କୁ ଫସାଇ ଦେହ ବ୍ୟବସାୟରେ ସାମିଲ୍ କରାଉଥିଲା, ସେ ସଂପର୍କର ବହୁ ଚାଞ୍ଚଲ୍ୟକର ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି।
ସେ ନିଜକୁ ସୁଶାନ୍ତର ପ୍ରଥମ ପତ୍ନୀ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଅର୍ଚ୍ଚନା ନାଗଙ୍କୁ ନେଇ ରାଜ୍ୟରେ ଯେଉଁ ଚର୍ଚ୍ଚା ହେଉଛି, ସୁଶାନ୍ତର କଳାକାରନାମା ଆଗରେ ତାହା କିଛି ବି ନୁହେଁ। ଲୋକଙ୍କୁ ବ୍ଲାକ୍ମେଲ୍ କରି ଟଙ୍କା ରୋଜଗାରରେ ସେ ଅର୍ଚ୍ଚନାକୁ ଟପିଯିବେ ବୋଲି କହିଛନ୍ତି।
ପୁଲିସ ଠିକ୍ ଭାବେ ଯାଞ୍ଚ କଲେ ସବୁ ସତ ପଦାକୁ ଆସିବ। ତେବେ ସେ ସୁଶାନ୍ତ ବିରୋଧରେ ମୁହଁ ଖୋଲୁଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି। ସୁଶାନ୍ତର ସାନ ଭାଇ ଓ ନିର୍ଦ୍ଦିଷ୍ଟ ଦଳର ଜଣେ ରାଜନେତା ତାଙ୍କୁ ଫୋନ୍ କରି ବିଭିନ୍ନ ସମୟରେ ଧମକ ଦେଉଛନ୍ତି।
ସୁଶାନ୍ତର ପରିବାର ଅତ୍ୟନ୍ତ ଗରିବ ଥିଲା। ତା’ ବାପା-ମା’ ତାଳ ବ୍ୟବସାୟ କରନ୍ତି। ଗାଁରେ ତା’ର ଚାଳ ଛପର ଘରଟିଏ ଥିଲା। ହେଲେ ବ୍ଲାକମେଲ୍ ଟଙ୍କା ଆସିବା ପରେ ତା’ର ଭାବଭଙ୍ଗୀ, ବେଶଭୂଷା, ଚାଲିଚଲଣି ସବୁ ରାତାରାତି ବଦଳି ଯାଇଥିଲା। ବ୍ଲାକମେଲ୍ କଳା ଟଙ୍କାରେ ସେ ଡେଲାଙ୍ଗରେ ରାଜପ୍ରସାଦ ଭଳି ଘର କରିଛି। ଦାମୀ କାର୍, ଟ୍ରକ୍, ବାଇକ୍, ପିକ୍-ଅପ୍ ଭ୍ୟାନ୍ ବି କିଣିଛି। ବିଭିନ୍ନ ବ୍ୟାଙ୍କରେ ତା’ର କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ରହିଛି ବୋଲି ମହିଳାଜଣଙ୍କ କହିଛନ୍ତି।
ଦୀର୍ଘ ୫ବର୍ଷ ହେବ ସୁଶାନ୍ତ ଏସ୍କର୍ଟ ସର୍ଭିସ୍ ନାଁରେ ଦେହ ବ୍ୟବସାୟ ଚଳାଇଥିଲା। ପ୍ରତି ବର୍ଷ ଜଣେ ଜଣେ ଯୁବତୀଙ୍କୁ ପାଲରେ ପକାଇ ବିବାହ କରୁଥିଲା। ପରେ ସେମାନଙ୍କୁ ପରପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ଏମିତି ସେ ୧୨ଜଣ ଯୁବତୀଙ୍କୁ ଫସାଇ ଦେହ ବ୍ୟବସାୟରେ ସାମିଲ୍ କରିଥିଲା।
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭିଡିଓ ଉଠାଇ ବ୍ଲାକମେଲ୍ କରୁଥିଲା। ମୋତେ ମଧ୍ୟ ଏଭଳି କରିବାକୁ ବାଧ୍ୟ କରିଥିଲା। ହେଲେ ମୁଁ ତା’ଠାରୁ ଦୂରେଇ ରହିଥିଲି। ଏ ସଂପର୍କରେ ଦେଢ଼ବର୍ଷ ତଳେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲି। କିନ୍ତୁ ପୁଲିସ ମୋ ଅଭିଯୋଗ ଗ୍ରହଣ କରିନଥିଲା। ଏଥିପାଇଁ ମୁଁ ଡିସିପି ଓ ସିପିଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲି। ହେଲେ କିଛି ଲାଭ ହୋଇନଥିଲା ବୋଲି ସେ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।