viral video – ପୋଲିସ ସାମ୍ନାରେ ଆମକୁ ଶୋଧିଲେ..ଆମ ଗେଟ ଠେଲି ଘରେ ପଶିଗଲେ…ଆଉ ପେଣ୍ଟ ଖୋଲି ପରିସ୍ରା କଲେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଘର ବାହାରେ ମଦ ପିଉଥିଲେ ଦୁଇ ଗୋଷ୍ଠୀ । କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା।ଯାହାକୁ ବିରୋଧ କରିଥିଲେ ପାଖ ପଡୋଶୀ । ଆଉ ଏହା ପରେ ଘଟଣା ଭୟଙ୍କର ରୂପ ନେଇଥିଲା। ଝଗଡ଼ା କମିବା ବଦଳରେ ବଢ଼ିଗଲା। ଭିଡିଓରେ ଆପଣ ଦେଖି ପାରୁଥିବେ ପଡୋଶୀଙ୍କ ଘରର କାଚ କିଭଳି ଭାବରେ ଭାଙ୍ଗି ତଳେ ପଡି ଯାଇଛି।
ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଥାନା ସମେଇ ଗାଡ଼ିଆରେ। ଘର ବାହାରେ ମଦ ପିଉଥିଲେ ଦୁଇ ଗୋଷ୍ଟି। ଏବଂ ସେମାନଙ୍କ ମଧ୍ୟରେ କିଛି କାରଣ ବଶତ ପାଟିତୁଣ୍ଡ ଚାଲିଥିଲା। ସେମାନେ ବହୁତ ଅଭଦ୍ର ଭାଷା ପ୍ରୟୋଗ କରୁଥିଲେ।
ତେବେ ଯେଉଁ ଘର ଆଗରେ ପାଟିତୁଣ୍ଡ ଚାଲିଥିଲା ସେମାନେ ଏହାକୁ ବିରୋଧ କରିଥିଲେ ଆଉ ବିରୋଧ କରିବା ପରେ ଘଟଣା କିଛି ଏହିଭଳି ରୂପ ନେଇଥିଲା। ପାଟିତୁଣ୍ଡ କରୁଥିବା ଲୋକମାନେ ଘରର ଝରକା କାଚ ଟେକା ମାରି ଭାଙ୍ଗି ଦେଇଛନ୍ତି ଏଥି ସହିତ ପଡ଼ିଶୀ କହିଛନ୍ତି, ସେହି ଲୋକମାନେ ଉଲଗ୍ନ ଅବସ୍ଥାରେ ଆମ ଘର ଆଗରେ ପରିସ୍ରା କରୁଛନ୍ତି ।
ତେବେ ପଡୋଶୀଙ୍କ କହିବା ଅନୁଯାୟୀ ବାପା ଘରେ ନଥିଲେ ତେଣୁ ସେ ପ୍ରଥମେ ବାପାଙ୍କୁ କଲ୍ କରି ଏ ବିଷୟରେ ପୋଲିସକୁ ଜଣାଇବା ପାଇଁ କହିଥିଲେ। ଏହା ପରେ ବାପା ପୋଲିସକୁ ଫୋନ କରିଥିଲେ। ପୋଲିସ ଆଗରେ ହିଁ ଦୁର୍ବୃତ ମାନେ ଏଭଳି କାଣ୍ଡ କରୁଥିଲେ।
ମହିଳାଙ୍କ କହିବା ଅନୁଯାୟୀ ଆମେ କାଲି ଠୁ ଥରୁଛୁ । ଆମେ ଏହି ସବୁ ଘଟଣା ଦେଖି ପୋଲିସକୁ ଫୋନ କରିଥିଲୁ । ଆଉ ତାପରେ ପୋଲିସ ଆସିଲା ଆଉ ପୋଲିସ ସାମ୍ନାରେ ଏହି ମଦୁଆ ଲୋକମାନେ ଆମ ଘର ଭିତରେ ପଶି ମୋ ମାକୁ ଧକ୍କା ମାରିଲେ ଆଉ ସୁନା ଚେନ ଛିଡାଇ ନେଲେ। ଏହାପରେ ମୁଁ ମଧ୍ୟ ବିରୋଧ କରିବାରୁ ମୋ ଚେନ୍ ମଧ୍ୟ ଛିଡେଇ ନେଇଛନ୍ତି ଏଥି ସହିତ ଘରର ସବୁ କାଚ ଟେକା ପଥର ମାରି ଭାଙ୍ଗି ଦେଇଛନ୍ତି।
ଏମିତିକି ଯିବା ସମୟରେ ଧମକ ଚମକ ଦେଇ ଯାଇଛନ୍ତି କି ସେମାନଙ୍କୁ ଶାନ୍ତିରେ ରଖି ଦେବେନି।ପୋଲିସ ଆଗରେ ଏମିତି ସବୁ ଘଟଣା ଘଟିଗଲା ଯାହା ଏକ ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି । ରାଜଧାନୀରେ କଣ ସୁରକ୍ଷିତ ନୁହଁନ୍ତି ମହିଳାମାନେ ? ରାଜଧାନୀରେ ଏଭଳି ଘଟଣା ଘଟୁଛି ।
ଏହିଭଳି ଲୋକଙ୍କୁ ଦଣ୍ଡ ମିଳିବା ଉଚିତ୍। ଆଉ ଏହି ଦୁର୍ବୃତ୍ତମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକେ।ତେବେ ଏଠାରେ ପ୍ରଶ୍ନ ଉଠିଛି ପୋଲିସ ଆଗରେ ଏତେ ସବୁ ଘଟଣା ଘଟି ଯିବା ପରେ ମଧ୍ୟ କାହିଁକି ଚୁପ୍ ରହୁଛି ପୋଲିସ। ତେବେ ସେମାନେ ଦାବି କରିଛନ୍ତି ତୁରନ୍ତ ଦୁର୍ବୃତ ମାନଙ୍କୁ ଗିରଫ କରାଯାଉ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।