Pregnancy Tips | ଗର୍ଭାବସ୍ଥାରେ ସମ୍ପର୍କ ରଖିବା ଠିକ ନା ଭୁଲ |୧୮ ରୁ ୪୦ ବର୍ଷର ପୁଅ ଝିଅ ମାନେ ନିଶ୍ଚୟ ଦେଖନ୍ତୁ….
ଆପଣଙ୍କ ମଧ୍ୟରୁ ସମସ୍ତେ ଜାଣିଥିବେ କି ଜଣେ ନାରୀ ପାଇଁ ମାତୃତ୍ୱ ଲାଭ କରିବା କେତେ ମହତ୍ତ୍ୱପୂର୍ଣ୍ଣ।ମାତୃତ୍ୱ ଲାଭ ରେ ନାରୀ ଜୀବନ ର ସାର୍ଥକତା ରହି ଥାଏ।ତେବେ ବିବାହ ପରେ ଉଭୟ ପତି ପତ୍ନୀ ଏକ ସନ୍ତାନ ଜନ୍ମ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି।ତେବେ ଆଜିର ସମୟରେ ଆମ ସମ୍ବିଧାନ ୧୮ ବର୍ଷ ବୟସ ରୁ ଉର୍ଦ୍ଧ ଝିଅ ମାନଙ୍କ ବିବାହ କୁ ସ୍ୱୀକୃତି ପ୍ରଦାନ କରିଛି।
ତେବେ ବିବାହ ପରେ ପ୍ରଥମ ଥର ପାଇଁ ଯେଉଁ ନାରୀ ମାତୃତ୍ବ ଲାଭ କରିବା ଆଗ୍ରହ କରେ ତା ମନରେ କିଛି ସନ୍ଦେହ ଜନକ ପ୍ରଶ୍ନ ଆସିଥାଏ । ପିଲା ଟିଏ ଗର୍ଭ ରେ ଧାରଣ କରିବା ପୁର୍ବରୁ ମାଆ ଟିଏ ନିଜ ସନ୍ତାନ କୁ ନେଇ ବହୁ ସ୍ବପ୍ନ ଦେଖିଥାଏ।ଏକ ସୁସ୍ଥ, ସବଳ, ସୁନ୍ଦର, ଓ ଅତି ପ୍ରଖର ବୁଦ୍ଧି ସମ୍ପନ୍ନ ପିଲା ଟିଏ ଜନ୍ମ ଦେବା ପାଇଁ ବହୁତ ଇଚ୍ଛା କରିଥାନ୍ତି।
ତେବେ ମହିଳା ମାନଙ୍କର ମନରେ ପ୍ରଶ୍ନ ଆସିଥାଏ କି ଗର୍ଭାବସ୍ଥା ସମୟରେ କଣ ଶାରୀରିକ ସମ୍ପର୍କ ରଖି ହେବ ଗର୍ଭସ୍ଥ ଶିଶୁ ପାଇଁ କୌଣସି ବିପଦ ସୃଷ୍ଟି ହେବନି ତ ପିଲା ର କୌଣସି କ୍ଷତି ହେବନି ତ ପ୍ରେଗନେନ୍ସି ର କେଉଁ ସମୟ ଯାଏ ସମ୍ବନ୍ଧ ରଖିବା ଉଚିତ ହେବ । ତେବେ ଆସନ୍ତୁ ସେ ସବୁ ବିଷୟରେ ଆଲୋଚନା କରିବା ଓ ପ୍ରକୃତ କଥା ଜାଣିବା ।
୧- ଶାରୀରିକ ସମ୍ପର୍କ ରଖିବା ଠିକ ନା ଭୁଲ –
ଏହା ଜାଣି ନିଅନ୍ତୁ କି ଗର୍ଭାବସ୍ଥାରେ ଆପଣ ସମ୍ବନ୍ଧ ରଖି ପାରିବେ କିନ୍ତୁ ସାବଧାନତା ର ସହ ତତ୍ସହିତ କିଛି କେସ ର ଗର୍ଭବତୀ ମହିଳା ଙ୍କୁ ଛାଡି । ଅର୍ଥାତ ଯେଉଁ ମହିଳା ମାନଙ୍କର ପ୍ରେଗନେନ୍ସି ରେ କୌଣସି କମପ୍ଲିକେସନ ନ ଥିବ ସେମାନେ ଶାରୀରିକ ସମ୍ପର୍କ ରଖି ପାରିବେ ।
୨- କେଉଁ ସମୟରେ ସମ୍ବନ୍ଧ ରଖିବା ଅନୁଚିତ –
ଗର୍ଭ ଧାରଣ ର ପ୍ରଥମ ତିନି ମାସ ମହିଳା ମାନଙ୍କୁ ବାନ୍ତି ଲାଗିବା, ମୁଣ୍ଡ ବୁଲେଇବା, ଅଳସ ଲାଗିବା, ମନ ଭଲ ନ ଲାଗିବା ପରି କେତେକ ସମସ୍ୟା ଅନୁଭୁତ ହୋଇଥାଏ । ତେଣୁ ଏହି ୩ ମାସ ସମ୍ପର୍କ ରଖିବା ଅନୁଚିତ ।
୩- ସମ୍ପର୍କ ରଖିଲେ ମିଶକରେଜ ହେବାର ସମ୍ଭାବନା ଥାଏ କି ? –
ଅଧିକାଂଶ ଅନକମପ୍ଲିକେଟେଡ଼ ପ୍ରେଗନେନ୍ସି ରେ ଶାରୀରିକ ସମ୍ପର୍କ ସ୍ଥାପନ ସହିତ ମିଶକରେଜ ର କୌଣସି ସମ୍ପର୍କ ନ ଥାଏ।
୪- ସମ୍ପର୍କ ସ୍ଥାପନ କଲେ ଗର୍ଭସ୍ଥ ଶିଶୁ ଉପରେ କିଛି ପ୍ରଭାବ ପଡେ କି ? –
ଗର୍ଭାଶୟ ମଧ୍ୟରେ ଶିଶୁଟି ପ୍ରଥମେ ଆମ୍ନଟିକ ହୋଇ ଓ ତାପରେ ୟୁଟେରା ସହ ମସଲ ଓ ତଳେ ୪ ସେମି ସର୍ଭିସ ଓ ନ୍ୟୁକ୍ଲିଅସ ପ୍ଲକ୍ସ ସାହାଯ୍ୟରେ ଚାରିପଟୁ ଘେରି ହୋଇ ସୁରକ୍ଷିତ ଭାବେ ରହିଥାଏ । ତେଣୁ ଶିଶୁ ଉପରେ କୌଣସି କ୍ଷତି କାରକ ପ୍ରଭାବ ପଡେ ନାହିଁ ।
୫- କେଉଁ ଗର୍ଭବତୀ ମହିଳା ଶାରୀରିକ ସମ୍ପର୍କ ସ୍ଥାପନ କରି ପାରିବ ନାହିଁ ? ପୂର୍ବରୁ ଯେଉଁ ମହିଳାମାନଙ୍କର ବାରମ୍ବାର ମିଶକରେଜ ହୋଇଥିବ, ପ୍ରିଟାଇମ ରେ ଡେଲିଭରି ହୋଇଥିବ କିମ୍ବା ବହୁ ଚିକିତ୍ସା ପରେ ପ୍ରେଗନେନ୍ସି ଲାଭ ହୋଇଥିବ ତେବେ ଏହି ମହିଳା ମାନେ ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଅନୁଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।