viral ଭିଡ଼ିଓ – ଛି..ଛି.. ସାମାନ୍ୟ ପରିସ୍ରା ପାଇଁ ବୋହୂକୁ ହାଣିଲା ଦେଢଶୁର…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆମ ସମାଜର ବେଳେବେଳେ ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି ଯାହା ଦେଖିଲେ ଜଣା ଯାଉଛି ଯେପରି ଏ ସମାଜରେ ବସବାସ୍ କରୁଥିବା ଲୋକ ମାନଙ୍କ ପାଖରେ ମାନବିକତାର ଘୋର ଅଭାବ ରହିଛି। ଦିନକୁ ଦିନ ଲୋକଙ୍କ ମନରୁ ଦୟା କ୍ଷମା ଭଳି ଭାବନା ଦୂରେଇ ଦୂରେଇ ଯାଉଛି।

ସାମାନ୍ୟ ସମସ୍ୟା ଘଟଣାରୁ ଏଠି ମହାଭାରତ ଦେଖିବାକୁ ମିଳୁଛି। ପ୍ରତିଦିନ କିଛି ଏହି ଭଳି ଘଟଣା ସାମ୍ନାକୁ ଆସିବାରେ ଆମେ ଦେଖିବାକୁ ପାଉଛୁ।ବର୍ତ୍ତମାନ ସମୟରେ ଠିକ୍ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି। ଆଉ ଏହି ଘଟଣା ସାମାନ୍ୟ ଛୋଟ ପିଲାଟିର ପରିସ୍ରା କରିବାକୁ ନେଇ ସୃଷ୍ଟି ହୋଇଛି। ପିଲାଟି ଘର ଆଗରେ ପରିସ୍ରା କରି ଦେଇଥିବାରୁ ପିଲାର ମାକୁ ମାଡ ମାରି ଲହୁ ଲୁହାଣ କରିଲେ ଦେଢ଼ଶୁର।

 ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ପରିସ୍ରା କଥାରେ ଯୁକ୍ତି ତର୍କ ଲାଗି ଭାଇବୋହୂକୁ ଅତି ନିର୍ଦ୍ଦୟ ଭାବରେ ମାଡ ମାରି ଲହୁ ଲୁହାଣ କଲେ ଦେଢ଼ଶୁର। ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳର ପ୍ରମୋଦ ଦାସଙ୍କ ନାବାଳକ ପୁଅ ନିଜ ଘର ବାହାରେ ପରିସ୍ରା କରୁଥିଲେ। ଏହାକୁ ନେଇ ପ୍ରମୋଦଙ୍କ ଅନ୍ୟ ଦୁଇ ଭାଇ କାର୍ତ୍ତିକ ଚନ୍ଦ୍ର ଦାସ ଓ ରନୁ କୁମାର ଦାସ ପ୍ରମୋଦଙ୍କ ସହିତ ଝଗଡ଼ା ପାଟିତୁଣ୍ଡ ଆରମ୍ଭ କରିଥିଲେ।


ଝଗଡ଼ା ଏତେ ଉଗ୍ର ରୂପ ନେଲା ଯେ ଦୁଇ ଭାଇ କାର୍ତ୍ତିକ ଚନ୍ଦ୍ର ଦାସ ଓ ରନୁ କୁମାର ଦାସ ପ୍ରମୋଦ ଦାସ ତାଙ୍କ ସ୍ତ୍ରୀ ଓ ପୁଅକୁ ମରଣାତ୍ମକ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆଉ ଏହି ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିଲେ ପ୍ରମୋଦଙ୍କ ସ୍ତ୍ରୀ।ପ୍ରଥମେ ତାଙ୍କୁ କପ୍ତିପଦା ମେଡିକାଲରେ ଭର୍ତ୍ତି କରା ଯାଇଥିଲା।

ଆଉ ଏହାପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଉଦଳା ଡାକ୍ତରଖାନକୁ ନିଆ ଯାଇଥିଲା। ଆଉ ସେଠାରେ ସେ ଏବେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି।ତେବେ ଏ ନେଇ ଦୁଇ ଭାଇଙ୍କ ନାରେ ସ୍ଥାନୀୟ ଥାନାରେ ପ୍ରମୋଦ ଅଭିଯୋଗ କରିଛନ୍ତି। ହେଲେ ଘଟଣାକୁ ତିନି ଦିନ ବିତି ଯାଇଥିଲେ ବି ପୋଲିସ୍ କିଛି କାର୍ଯ୍ୟାନୁଷ୍ଠନ ଗ୍ରହଣ କରି ନାହିଁ ବୋଲି ଉପଖଣ୍ଡ ପୋଲିସ୍ ଉପରେ ଅଭିଯୋଗ ଅଣା ଯାଇଛି।

ତେବେ ସାମାନ୍ୟ ଛୋଟ ପିଲାଟିର ପରିସ୍ରା ପାଇଁ ହୋଇଥିଲା ଏଭଳି ଏକ ଅଭାବନୀୟ ଘଟଣା। ଆଉ ଏ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଲିଛି ଜୋର୍ ସୋର୍ ଚର୍ଚ୍ଚା। ତେବେ ଛୋଟ ପିଲାଟି ପରିସ୍ରାକୁ ନେଇ ପାଟିତୁଣ୍ଡ ଆରମ୍ଭ ହେବା ପରେ ଆରମ୍ଭ ହୋଇ ଯାଇଥିଲା ମାରପିଟ ଗଣ୍ଡଗୋଳ।ଆଉ ଏଥିରେ ଗୁରୁତର ହୋଇ ଯାଇଛନ୍ତି ପ୍ରମୋଦଙ୍କ ସ୍ତ୍ରୀ। ତେବେ ଦେଖିବାକୁ ବାକି ରହିଲା ଗୁରୁତର ମହିଳାଙ୍କୁ ନ୍ୟାୟ ମିଳୁଛି କି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।