ଦେଖନ୍ତୁ Shocking ଭିଡ଼ିଓ-ଉଠ୍ ଧନ ଉଠ୍ ମୋତେ ଛା଼ଡି ତମେ ଯାଇପାରିବ ନାହିଁ …ମୃତ ପ୍ରେମିକା ମଥାରେ ସିନ୍ଦୂର ଦେଲେ ପ୍ରେମିକ…video ଦେଖିଲେ ଆପଣ ବି କାନ୍ଦି ପକାଇବେ….

ପ୍ରେମର ଅର୍ଥ ଓ ଏହାର ଆକର୍ଷଣ କାହା ପାଇଁ କଣ ତାହା ଜାଣିବା ମୁସ୍କିଲ। ହେଲେ ଶାଶ୍ୱତ ପ୍ରେମ ହେଉଛି ଚିରନ୍ତନ ।ଅନେକ ଲୋକ ଭଲ ପାଆନ୍ତି ସତ ହେଲେ ପ୍ରେମର ଅର୍ଥକୁ ବୁଝନ୍ତି କଣ, ପ୍ରେମ ପାଇଁ କିଏ କେତେ ବାଟ ଯାଇପାରେ, କିଏ କଣ କରିପାରେ ତାର ଅନେକ ଉଦାହରଣ ରହିଛି। ଯେଉଁ ପ୍ରେମିକଙ୍କ କଥା କହିବା ପାଇଁ ଯାଉଛୁ ତାଙ୍କ ବିଷୟରେ ଜାଣିଲେ କହିବେ ପାଗଳ ପ୍ରେମୀ ନହେଲେ ତାଙ୍କୁ ସାଲ୍ୟୁଟ୍ ମାରିବେ।

ଏପରି ଘଟଣା ଘଟିଛି ଆସାମରେ ଯାହା ହୁଏତ ଆପଣଙ୍କ ଛାତି ଥରାଇ ଦେବ। ଦୁନିଆରେ ଏମିତି ନିବିଡ଼ ସମ୍ପର୍କ ହୁଏତ କ୍ୱଚିତ ଦେଖାଯାଏ। ନିଜର ମୃତ ପ୍ରେମିକାକୁ ବିବାହ କଲେ ପାଗଳପ୍ରେମୀ ଜଣକ। ଆଉ ଶପଥ କଲେ କି ସାରା ଜୀବନ ବାହା ହେବେ ନାହିଁ। କାରଣ ସେ ନିଜ ପ୍ରେମକୁ ବାହା ହୋଇ ସାରିଛନ୍ତି। ଯାହାକୁ ପ୍ରମାଣିତ କରିପାରିଛି ପ୍ରେମର କୌଣସି ସୀମା ନାହିଁ।

 

ସେଥିପାଇଁ ତ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ୍ ପ୍ରାର୍ଥନା ଙ୍କର ମୃତ୍ୟୁ ହେବା ପରେ ବି ବିବାହ କରିଛନ୍ତି ବିଟୁପାନ ତାମିଲି। ସୋସିଆଲ ମିଡ଼ିଆରେ ଆସୁଥିବା ଏହି ଭାଇରାଲ ଭିଡିଓ ରୁ ଜଣାପଡ଼ିଥିଲା, ଯାହାକୁ ଦେଖି ବିଟୁପାନ ଙ୍କ ପ୍ରତି ସମ୍ବେଦନଶୀଳ ଜଣାଇଛନ୍ତି। କେତେ କେତେ ପ୍ରକାର ସକରାତ୍ମକ ଏବଂ ପ୍ରେମ କଥା ଲେଖିଛନ୍ତି। ଆସାମର ଗୌହାଟୀ ର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ଦିନ ପ୍ରାର୍ଥନା ଙ୍କ ମୃତ୍ୟୁ ହୋଇଥିଲା। ହସପିଟାଲରେ ବିଟୁପାନ ଉପସ୍ଥିତ ଥିଲେ। ସେ ପ୍ରାର୍ଥନା ଙ୍କ ମୃତ ଦେହ ସମ୍ମୁଖରେ ଜୀବନରେ କେବେବି ବାହା ହେବେ ନାହିଁ ବୋଲି ଶପଥ ନେଇଥିଲେ। ଭିଡିଓରେ ପ୍ରାର୍ଥନାଙ୍କ କପାଳରେ ସିନ୍ଦୂର ଲଗାଉଥିବାର ନଜର ଆସିଛନ୍ତି। ତାଙ୍କୁ ଧଳା ରଙ୍ଗର ଫୁଲମାଳ ମଧ୍ୟ ପିନ୍ଧାଇଛନ୍ତି। ଏମିତିକି ନିଜେ ଆଉ ଗୋଟିଏ ଫୁଲମାଳ ଧରି ପ୍ରାର୍ଥନାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଛୁଆଁଇ ନିଜେ ମଧ୍ୟ ପିନ୍ଧିଛନ୍ତି। ଠିକ୍ ବାହାଘର ପରି ସମ୍ପୂର୍ଣ୍ଣ ରୀତି ନୀତି ଅନୁସାରେ ସମ୍ପନ୍ନ ହୋଇଥିଲା।

ଆସାମ ସ୍ଥିତ ମୁରିଗାଁ ର ବାସିନ୍ଦା ହେଉଛନ୍ତି ବିଟୁପାନ ଏବଂ ଚାପମୁଖର କୋଶିଆ ଗାଁ ରେ ପ୍ରାର୍ଥନାଙ୍କ ଘର। ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିଲା। ଉଭୟଙ୍କ ପରିବାର ସମତିରେ ଏମାନଙ୍କ ବିବାହ ମଧ୍ୟ ସ୍ଥିର ହୋଇଥିଲା। କିନ୍ତୁ କିଛି ଦିନ ପୂର୍ବରୁ ପ୍ରାର୍ଥନା ଅସୁସ୍ଥ ହୋଇ ପଡ଼ିଥିଲେ। ଆଉ ଗୌହାଟୀ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ଡାକ୍ତରଙ୍କ ଅନେକ ଚେଷ୍ଟା ସ୍ୱତ୍ତେ ପ୍ରାର୍ଥନା ବଞ୍ଚି ନଥିଲେ। ଶୁକ୍ରବାର ରାତିରେ ତାଙ୍କର ଦେହାନ୍ତ ଘଟିଥିଲା ,ଆଉ ଏଥିରେ ବହୁତ ଭାଙ୍ଗି ପଡ଼ିଥିଲେ ବିଟୁପାନ। ତାଙ୍କୁ ଲାଗିଲା ଯେମିତି ପ୍ରାର୍ଥନା ନୁହେଁ ତାଙ୍କ ଦେହରୁ ଜୀବନ ଚାଲିଗଲା। ତେଣୁ ସେ ନିଜ ପ୍ରେମିକାକୁ ସିନ୍ଦୂର ଦେଇ ବାହା ହେଲେ। ଏଭଳି ଦୃଶ୍ୟ ସିନେମାରେ ଦେଖିଥିବେ।

ଆଉ ଏହେଉଛି ବାସ୍ତବ ଜୀବନର ଘଟଣା। ପ୍ରାର୍ଥନାଙ୍କ ସମ୍ପର୍କୀୟ ଭାଈ କହିଛନ୍ତି ପ୍ରାର୍ଥନାଙ୍କ ମୃତ୍ୟରେ ଦୁଇ ପରିବାର ଭାଙ୍ଗି ପଡ଼ିଛନ୍ତି। କାରଣ ସେମାନେ ଜାଣିଥିଲେ ବିଟୁପାନ ଓ ପ୍ରାର୍ଥନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଖୁବ୍ ନିବିଡ଼ ଥିଲା। ପରସ୍ପର ସେମାନେ ବହୁତ ଭଲ ପାଉଥିଲେ। କିଛି ଦିନ ପରେ ହିଁ ଦୁହେଁ ଦୁହିଁଙ୍କ ହାତ ଧରି ଜୀବନସାରା ବାଟ ଚାଲିଥାନ୍ତେ କିନ୍ତୁ ଏଭଳି ଅଘଟଣ ଘଟିବ ବୋଲି କେହି ବିଶ୍ୱାସ କରି ପାରୁନାହାନ୍ତି। ତେବେ ପ୍ରେମକୁ ଯିଏ ବୁଝିଛି ସିଏ ହିଁ ତାର ମହତ୍ତ୍ଵ ଜାଣିଛି। ଆଉ କିଛି ଲୋକ ପ୍ରେମ ଅକ୍ଷରକୁ ହିଁ ଖରାପ କରି ସାରିଲେଣି। ଭଲ ପାଇବା ନାଁ ରେ ହିଂସା ଦେଖିବାକୁ ମିଳୁଛି। ବର୍ତ୍ତମାନ ପ୍ରେମ ହେଉଛି ସ୍ୱାର୍ଥଜନିତ।